Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀଙ୍କ ଡିଭୋର୍ସ ଆବେଦନ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀଙ୍କ ଡିଭୋର୍ସ ଆବେଦନ

Key Points

  • ବାହାଘରର ୪୦ ଦିନ ପରେ ଡିଭୋର୍ସ ଆବେଦନ
  • ସ୍ତ୍ରୀ କହିଲେ ଆଦୌ ଗାଧାନ୍ତିନି ସ୍ବାମୀ
  • ସ୍ବାମୀ କହିଲେ, ମାସରେ ମୁଁ ଥରେ ଗାଧାଏ

ଅର୍ଗସ ବ୍ୟୁରୋ : କଥାରେ ଅଛି ସଂସାର ଭିତର ଘର କରିଥିଲେ ପଥର ପଡ଼ିଲେ ସହି । ଅର୍ଥାତ୍‌ ସଂସାର କରିଥିଲେ କଳିଝଗଡ଼ା ଭିତରେ ହିଁ ଆଗେଇବାକୁ ପଡେ । ହେଲେ ସେହି କଳହ ଯେ ଗାଧୁଆକୁ ନେଇ ହେଉଥିବ ତାହା କେବେ ବିଶ୍ଵାସ ଯୋଗ୍ୟ ହେଉନଥିବ । ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ସ୍ଵାମୀ ଗାଧୁଆପାଧୁଆ କରୁନାହାନ୍ତି, ତେଣୁ ସଂସାର ଗଢିବା ତାଙ୍କ ସହ ସମ୍ଭବ ନୁହେଁ । ତେଣୁ ମତେ ଛାଡ଼ପତ୍ର ଦରକାର । ସ୍ବାମୀ ନଗାଧୋଇବାରୁ ଫ୍ୟାମିଲି କୋର୍ଟରେ ଡିଭୋର୍ସ ଆବେଦନ କଲେ ସ୍ତ୍ରୀ। ଉତ୍ତରପ୍ରଦେଶର ଆଗ୍ରାରେ ଏପରି ଡିଭୋର୍ସ ଫାଇଲ କରିଛନ୍ତି ସ୍ତ୍ରୀ । ବିବାହର ମାତ୍ର ୪୦ ଦିନ ପରେ ହିଁ ସେ ଡିଭୋର୍ସ କରିବାକୁ ଚାହିଁଛନ୍ତି । 

ପତ୍ନୀଙ୍କ ଅନୁସାରେ, ତାଙ୍କ ସ୍ବାମୀ ଆଦୌ ଗାଧାନ୍ତି ନାହିଁ । ଯେଉଁଥିପାଇଁ ଦୁର୍ଗନ୍ଧ ଯୋଗୁଁ ସେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିବା କହିଛନ୍ତି ।ତେବେ ଏହାକୁ ନେଇ ସ୍ବାମୀ କହିଛନ୍ତି, ସେ ମାସରେ ଥରେ କି ଦୁଇଥର ଗାଧାନ୍ତି । ବାକି ଦିନ ଗଙ୍ଗାପାଣି ଚିଞ୍ଚି ହୋଇ ନିଜକୁ ପବିତ୍ର କରନ୍ତି । 

ତେବେ କେବଳ ଏହି ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଛୋଟ କଥାକୁ ନେଇ ଝଗଡା ହୋଇଥିଲା । ଯାହାକୁ ନେଇ ପତ୍ନୀ ନିଜ ବାପଘରକୁ ଚାଲି ଆସିଥିଲେ । ଏବଂ ପରେ ବାପଘର ପୁଅ ଘର ଉପରେ ଯୌତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ତେବେ ଏପରି ଅନେକ ମାମଲା ନେଇ ଛାଡପତ୍ର ଦାବିରେ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ତ୍ରୀ । 
ତେବେ ଅନେକ ଆଲୋଚନା ଏବଂ ବୁଝାମଣା ପରେ, ସ୍ବାମୀ ଆଗାମୀ ଦିନରେ ପରିଷ୍କାର, ପରିଚ୍ଛନ୍ନ ରହିବେ ବୋଲି ମାନିଥିଲେ । ହେଲେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ରାଜି ହୋଇନଥିଲେ । 

ଅଧିକ ପଢନ୍ତୁ : ସ୍ତ୍ରୀକୁ ନିର୍ମମଭାବେ ହତ୍ୟା କଲା ସ୍ୱାମୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେଥିପାଇଁ ଆଗାମୀ ସେପ୍ଟେମ୍ବର ୨୨ ତାରିଖରେ ଉଭୟଙ୍କ ମାମଲା ଆଉଥିରେ ବିଚାର କରାଯିବା ନେଇ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଛି । ତେବେ ବିବାହର ଏତେ କମ ଦିନରେ ଏପରି ଘଟଣାକୁ ନେଇ ଛାଡପତ୍ର ଦାବି ହୋଇଥିବାରୁ ଘଟଣା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Sponsored
Divorce application by wife for his husband not taking bath | Argus News