|
logo
Live

Argus News - ବେଲଜିୟମ୍‌ରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ' 

National

ବେଲଜିୟମ୍‌ରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ' 

Manini Pattanayak
Browse all articles by Manini Pattanayak
·2 years ago
ବେଲଜିୟମ୍‌ରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ' 

 ଭୁବନେଶ୍ୱର:  ବେଲଜିୟମ୍‌ରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ' । ଧୁମଧାମରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳୀ । ବେଲଜିୟମର ରାଜଧାନୀ ବ୍ରୁସଲେସ୍‌ରେ ପ୍ରବାସୀ ଓଡ଼ିଆ ପାଳନ କରିଛନ୍ତି ଦୀପାବଳୀ। ବିଦେଶରେ ଏକତା ବୃଦ୍ଧିକୁ ନଜରରେ ରଖି ଓଡ଼ିଆ ସମ୍ପଦ୍ରାୟ ପକ୍ଷରୁ ଦୀପାବଳୀ ପାଳନ ହୋଇଛି। ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ 'ବନ୍ଦେ ଉତ୍କଳ ଜନନୀ' ଗୀତରେ ସମସ୍ତେ ଝୁମିଥିଲେ।।

ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ସଙ୍ଗୀନ ପ୍ରଦର୍ଶନ ହୋଇଥିବା ବେଳେ ଛୋଟ ପିଲାମାନେ ନୃତ୍ୟ ଏବଂ ଗୀତ ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର  ଓଡ଼ିଶାର ସଂସ୍କୃତି, ଐତିହ୍ୟ, କଳା ସ୍ଥାପତ୍ୟର ଝଲକ ଦେଖିବାକୁ ମିଳିଥିଲା। ସମସ୍ତେ ଓଡ଼ିଆ ଓ ସମ୍ବଲପୁରୀ ଗୀତରେ ତାଳେ ତାଳେ ନାଚି ଉଠିଥିଲେ।  ପୁର୍ଣ୍ଣିମା ମିଶ୍ର, ପ୍ରଣବ କର, ସୁଚିଶ୍ମିତା ହୋତା ପ୍ରମୁଖ ଏହାକୁ ଆୟୋଜିତ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବେଲଜିୟମ୍‌ରେ ଶୁଭିଲା 'ବନ୍ଦେ ଉତ୍କଳ ଜନନୀ'  | Argus News