Women Welfare Scheme / ଦୀପାବଳି ପୂର୍ବରୁ ମହିଳାଙ୍କୁ ମିଳିପାରେ ବଡ଼ ଉପହାର! ପାଇବେ କି ୩ ହଜାର ଟଙ୍କା?
·1 hour ago·2 min read

Key Points
ଦୀପାବଳି ପୂର୍ବରୁ ମହିଳାଙ୍କୁ ମିଳିପାରେ ବଡ଼ ଉପହାର!
ମହିଳା ମାନେ ପାଇପାରନ୍ତି ୩ ହଜାର ଟଙ୍କା?
ମଧ୍ୟପ୍ରଦେଶ ସରକାର ଦେଇପାରନ୍ତି
ମହିଳା ମାନେ ପାଇପାରନ୍ତି ୩ ହଜାର ଟଙ୍କା?
ମଧ୍ୟପ୍ରଦେଶ ସରକାର ଦେଇପାରନ୍ତି
ଭୋପାଳ,୦୪/୧୧: ମହିଳାଙ୍କ ପାଇଁ ଖୁସି ଖବର! ଦୀପାବଳି ପୂର୍ବରୁ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିପାରେ ଟଙ୍କା। ମଧ୍ୟପ୍ରଦେଶ ସରକାରଙ୍କ ଲୋକପ୍ରିୟ ଲାଡଲି ବେହନା ଯୋଜନାର ୪୨ତମ କିସ୍ତିକୁ ନେଇ ହିତାଧିକାରୀ ମହିଳାଙ୍କ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି। ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ମହିଳାଙ୍କ ଖାତାକୁ ଟଙ୍କା ଆସିପାରେ ବୋଲି ଚର୍ଚ୍ଚା ହେଉଛି।
ସାଧାରଣତଃ ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ପ୍ରତି ମାସର ୧୦ରୁ ୧୫ ତାରିଖ ମଧ୍ୟରେ DBT ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇଥାନ୍ତି। କିନ୍ତୁ ଦୀପାବଳି ପର୍ବକୁ ନଜରରେ ରଖି ଏଥର ଟଙ୍କା ଆଗୁଆ ମିଳିବାର ସମ୍ଭାବନା ରହିଛି। ଏହାକୁ ନେଇ ଯୋଜନାର ହିତାଧିକାରୀ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଖାତାକୁ କେତେ ଟଙ୍କା ଆସିବ?
ଲାଡଲି ବେହନା ଯୋଜନା ଅଧୀନରେ ବର୍ତ୍ତମାନ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ମିଳୁଛି। ଗତ ୪୧ତମ କିସ୍ତିରେ ମଧ୍ୟ ମହିଳାଙ୍କ ଖାତାକୁ ୧,୫୦୦ ଟଙ୍କା ଆସିଥିଲା। ତେଣୁ ୪୨ତମ କିସ୍ତିରେ ମଧ୍ୟ ସମାନ ରାଶି ମିଳିବା ଆଶା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦୀପାବଳିରେ ଖୋଲିଲା ଯୋଜନାର ପେଡ଼ି...ଚାଷୀ, ମହିଳା ଓ ଶ୍ରମିକଙ୍କ ପାଇଁ ବଡ଼ ଉପହାର
୩ ହଜାର ହେବ କି ସହାୟତା ରାଶି?
ଏହି ଯୋଜନାରେ ମହିଳାଙ୍କୁ ମିଳୁଥିବା ମାସିକ ସହାୟତା ରାଶିକୁ ୩,୦୦୦ ଟଙ୍କାକୁ ବୃଦ୍ଧି କରିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏନେଇ ବିଭିନ୍ନ ସମୟରେ ସଙ୍କେତ ଦେଇଛନ୍ତି। ତେବେ ରାଶି ବୃଦ୍ଧି କେବେଠାରୁ ଲାଗୁ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ।
କେବେ ଆରମ୍ଭ ହୋଇଥିଲା ଲାଡଲି ବେହନା ଯୋଜନା?
ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୫ ମାର୍ଚ୍ଚ ୨୦୨୩ରେ ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରଥମେ ଏଥିରେ ମହିଳାଙ୍କୁ ମାସିକ ୧,୦୦୦ ଟଙ୍କା ମିଳୁଥିଲା। ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇ ବର୍ତ୍ତମାନ ୧,୫୦୦ ଟଙ୍କା କରାଯାଇଛି।
ଏହି ଯୋଜନା ମହିଳାଙ୍କୁ ନିଜର ଆବଶ୍ୟକତା ପୂରଣ କରିବା ସହ ପରିବାରର ଆର୍ଥିକ ନିଷ୍ପତ୍ତିରେ ଭାଗୀଦାର ହେବାକୁ ସୁଯୋଗ ଦେଉଛି। ଏବେ ମହିଳାଙ୍କ ନଜର ୪୨ତମ କିସ୍ତିର ତାରିଖ ଓ ଆଗାମୀ ଦିନରେ ସହାୟତା ରାଶି ବୃଦ୍ଧି ଉପରେ ରହିଛି।

Related Topics
Explore more stories