Women Empowerment Scheme / ଦୀପାବଳିରେ ଖୋଲିଲା ଯୋଜନାର ପେଡ଼ି...ଚାଷୀ, ମହିଳା ଓ ଶ୍ରମିକଙ୍କ ପାଇଁ ବଡ଼ ଉପହାର
·1 hour ago·2 min read

Key Points
ଚାଷୀ ଓ ମହିଳାଙ୍କ ପାଇଁ ଖୁସି ଖବର
ଦୀପାବଳିରେ CM ଯୋଗୀଙ୍କ ବଡ଼ ଘୋଷଣା
୩ କୋଟି ଚାଷୀଙ୍କୁ ମିଳିବ ଫାଇଦା
ଦୀପାବଳିରେ CM ଯୋଗୀଙ୍କ ବଡ଼ ଘୋଷଣା
୩ କୋଟି ଚାଷୀଙ୍କୁ ମିଳିବ ଫାଇଦା
ଦୀପାବଳିର ପବିତ୍ର ଅବସରରେ ଉତ୍ତରପ୍ରଦେଶବାସୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଉଟସୋର୍ସିଂ କର୍ମଚାରୀଙ୍କୁ ବୋନସ୍ ଏବଂ ସମ୍ମାନ ପ୍ରଦାନ କରିବା ପରେ ଏବେ ଚାଷୀ, ମହିଳା ଓ ଶ୍ରମିକଙ୍କ ପାଇଁ ମଧ୍ୟ ଖୁସି ଖବର ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ଏକାଧିକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀ ଏବଂ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଆସିବ । ଏଥିସହ ମଣ୍ଡିରେ ଚାଷୀଙ୍କ ପାଇଁ ଶସ୍ତା ଖାଦ୍ୟ ଯୋଗାଇବାକୁ ଅନ୍ନପୂର୍ଣ୍ଣା ଭୋଜନାଳୟ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
ଚାଷୀଙ୍କ ପାଇଁ ବଡ଼ ରିଲିଫ୍ ପ୍ୟାକେଜ୍
ପ୍ରାକୃତିକ କାରଣ କିମ୍ବା ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କ ପାଇଁ ଖୁବ୍ଶୀଘ୍ର ଏକ ବଡ଼ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯିବ । ଏହାଦ୍ୱାରା ଉତ୍ତରପ୍ରଦେଶର ପ୍ରାୟ ୩ କୋଟି ଚାଷୀ ପରିବାର ଉପକୃତ ହେବେ । ଫସଲ କ୍ଷତି ଯୋଗୁଁ ଆର୍ଥିକ ସମସ୍ୟାରେ ପଡ଼ୁଥିବା ଚାଷୀଙ୍କୁ ଏହି ପ୍ୟାକେଜ୍ରୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।
ମହିଳାଙ୍କ ପାଇଁ ଆସିବ ସ୍ୱତନ୍ତ୍ର ଯୋଜନା
ମହିଳାମାନଙ୍କୁ ଆହୁରି ଆତ୍ମନିର୍ଭର ଓ ଆର୍ଥିକ ଭାବେ ସଶକ୍ତ କରିବାକୁ ଯୋଗୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଏବଂ ପ୍ୟାକେଜ୍ ଆଣିବାକୁ ଯାଉଛନ୍ତି । ଲକ୍ଷପତି ଦିଦି ଏବଂ ବିସି ସଖୀ ଭଳି ଯୋଜନାର ସଫଳତା ପରେ ମହିଳାଙ୍କୁ ରୋଜଗାରର ଆହୁରି ନୂଆ ସୁଯୋଗ ଦିଆଯାଉଛି। ଏପରିକି ଏବେ ମହିଳାମାନେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନାଇଟ୍ ସିଫ୍ଟରେ ମଧ୍ୟ କାମ କରୁଛନ୍ତି । ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାଷୀ ଓ ଶ୍ରମିକଙ୍କୁ ଶସ୍ତାରେ ମିଳିବ ଖାଦ୍ୟ
ଚାଷୀ ଏବଂ ପରିଶ୍ରମୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଅନ୍ନପୂର୍ଣ୍ଣା ଭୋଜନାଳୟ । ଏହି ଯୋଜନା ଅନୁସାରେ ମଣ୍ଡିକୁ ନିଜ ଫସଲ ବିକ୍ରି କରିବାକୁ ଆସୁଥିବା ଚାଷୀମାନେ ଅତି କମ୍ ଟୋକନ୍ ମୂଲ୍ୟ ଦେଇ ସମ୍ମାନର ସହିତ ପେଟପୂରା ଖାଦ୍ୟ ଖାଇପାରିବେ ।
ସେହିପରି ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ତିଆରି ହେଉଥିବା ଶ୍ରମିକ ଆଡ୍ଡାଗୁଡ଼ିକରେ ମଧ୍ୟ ଅନ୍ନପୂର୍ଣ୍ଣା ଭୋଜନାଳୟ ଜରିଆରେ ଶସ୍ତା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ।
ଉଜ୍ଜ୍ୱଳା ଯୋଜନାର ୧.୮୯ କୋଟି ପରିବାରକୁ ଗ୍ୟାସ୍ ସବସିଡି
ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଯୋଗୀ ସରକାର। ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧.୮୯ କୋଟିରୁ ଅଧିକ ଯୋଗ୍ୟ ପରିବାରଙ୍କ ବ୍ୟାଙ୍କ ଖାତାକୁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ରିଫିଲ୍ ସବସିଡି ଟଙ୍କା ପଠାଯାଇଛି । ଦୀପାବଳି ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାର ସବସିଡି ମିଳିବାରୁ ହିତାଧିକାରୀଙ୍କ ଖୁସି ଦ୍ୱିଗୁଣିତ ହୋଇଛି ।
ସାର କଳାବଜାରୀ ଓ ଧାନ କିଣାରେ କଡ଼ା ଚେତାବନୀ
ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୟୁରିଆ ଏବଂ DAP ସାରର ଉପଲବ୍ଧତା ଉପରେ ଜିଲ୍ଲାପାଳମାନେ ନଜର ରଖିବାକୁ କୁହାଯାଇଛି । କେହି ସାର ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କଲେ କିମ୍ବା ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦାମରେ ବିକ୍ରି କଲେ ତାଙ୍କ ବିରୋଧରେ ତୁରନ୍ତ FIR ରୁଜୁ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହା ସହିତ ଧାନ କିଣା କେନ୍ଦ୍ରଗୁଡ଼ିକରେ ଚାଷୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନର ଓଜନ ଓ ମାପ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବାକୁ ମଧ୍ୟ କୁହାଯାଇଛି ।

Related Topics
Explore more stories