Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶେଷ ହେଲା ସସ୍‌ପେନ୍ସ, କର୍ଣ୍ଣାଟକ CM ଭାବେ ଶପଥ ନେଲେ DK ଶିବକୁମାର

National

DK Shivakumar Karnataka CM / ଶେଷ ହେଲା ସସ୍‌ପେନ୍ସ, କର୍ଣ୍ଣାଟକ CM ଭାବେ ଶପଥ ନେଲେ DK ଶିବକୁମାର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶେଷ ହେଲା ସସ୍‌ପେନ୍ସ, କର୍ଣ୍ଣାଟକ CM ଭାବେ ଶପଥ ନେଲେ DK ଶିବକୁମାର
DK Shivkumar

Key Points

କର୍ଣ୍ଣାଟକ ରାଜନୀତିରେ ନୂଆ ଅଧ୍ୟାୟ
ଡିକେ ଶିବକୁମାରଙ୍କ ହାତରେ କର୍ଣ୍ଣାଟକର ମଙ୍ଗ
ଶପଥ ନେଲେ ନୂଆ CM
କର୍ଣ୍ଣାଟକରେ ଆଜିଠୁ ଆରମ୍ଭ ହେଲା ଡିକେ ରାଜ୍ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସିଦ୍ଦରମୈୟାଙ୍କ ଇସ୍ତଫା ପରେ ରାଜ୍ୟର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଡିକେ ଶିବକୁମାର । ଆଜି ଲୋକଭବନ ସ୍ଥିତ ଗ୍ଲାସ୍ ହାଉସରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍ ଶିବକୁମାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଅ ୟତୀନ୍ଦ୍ରଙ୍କ ସମେତ ଅନ୍ୟ ୧୨ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବକୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଗତ ମେ' ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସିଦ୍ଦରମୈୟା । ଇସ୍ତଫା ଦେବା ପରେ କରିଥିବା ପ୍ରେସମିଟ୍‌ରେ ସେ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ମୋତେ ଇସ୍ତଫା ଦେବା ପାଇଁ କହିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ଦେଇଥିବାରୁ ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନେ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫ ଦେବା ପୂର୍ବରୁ ସିଦ୍ଧରମୈୟା ବେଙ୍ଗାଲୁରୁରେ ତାଙ୍କର ଶେଷ କ୍ୟାବିନେଟ୍ ବୈଠକ କରିଥିଲେ । ଏହି ବୈଠକ ସମୟରେ ସିଦ୍ଧରମୈୟା ଭାବପ୍ରବଣ ହୋଇ ପଡ଼ିଥିଲେ। ସେ ତାଙ୍କର କ୍ୟାବିନେଟ୍ ସହଯୋଗୀମାନଙ୍କୁ କହିଥିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ମୁଁ ଆପଣମାନଙ୍କ ଉପରେ ଚିତ୍କାର କରିଛି ଏବଂ ରାଗିଛି । କିନ୍ତୁ ସେ ଦଳର ଲାଭ ପାଇଁ ଏସବୁ କରିଛନ୍ତି । ଏଥିରେ ବ୍ୟକ୍ତିଗତ କିଛି ନଥିଲା । ମୁଁ ଦଳ ଏବଂ ସରକାରଙ୍କ ସ୍ୱାର୍ଥ ପାଇଁ ଏହା କରିଛି। ଏହା ପଛରେ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନଥିଲା । ଆପଣମାନେ ଏତେ ବର୍ଷ ଧରି ମୋତେ ସମର୍ଥନ କରିଆସୁଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DK Shivakumar Takes Oath as Karnataka Chief Minister | Argus News