Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ମନାକଲେ ଡାକ୍ତର, ଟ୍ବିଟ କରି ବତାଇଲେ କାରଣ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ମନାକଲେ ଡାକ୍ତର, ଟ୍ବିଟ କରି ବତାଇଲେ କାରଣ

ଅର୍ଗସ ବ୍ୟୁରୋ : ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ମନାକଲେ ଡାକ୍ତର । ଜଣେ ୩୦ ବର୍ଷୀୟ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଡାକ୍ତର ସିଧା ମନା କରିଦେଇଥିବା ନିଜେ ଟ୍ବିଟ କରି ଶେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦୋଦରାର ଏକ ଗାଇନାକୋଲୋଜିଷ୍ଟ ଡାକ୍ତର ଏପରି ନିଜ ଟ୍ବିଟରେ ଲେଖି ଚର୍ଚ୍ଚାରେ ରହିଛନ୍ତି । ସେ ଲେଖିଛନ୍ତି , "ଜଣେ ରୋଗୀକୁ ଯେପରି ନିଜପାଇଁ ଡାକ୍ତର ଚୟନ କରିବାର ଅଧିକାର ଅଛି, ଠିକ ସେମିତି ଗୋଟେ ଡାକ୍ତରକୁ ମଧ୍ୟ ରୋଗୀ ଚିକିତ୍ସା କରିବାକୁ ଚୟନ କରିବାର ଅଧିକାର ଅଛି । କେବଳ ନିହାତି ଗୁରୁତର ରୋଗୀଙ୍କୁ ବାଦ ଦେଇ । ଏହି ମହିଳା ଜଣକ ମେଡାକଲ ନିୟମର ବିରୋଦ୍ଧରେ ଯାଇଛନ୍ତି । କେତେକ ଅତ୍ୟନ୍ତ ଆବଶ୍ୟକୀୟ ଟେଷ୍ଟ ଯେମିତିକି ଏନଟି(NT)ଏବଂ ଡବଲ ମାର୍କେଟ ଟେଷ୍ଟ କରିବାକୁ ମନା କରିଦେଇଥିଲେ । ତାଙ୍କୁ ଅନେକ ବୁଝାଇବା ପରେ ଡାକ୍ତର ଜଣକ ତାଙ୍କୁ ଅନ୍ୟ ଜଣେ ଡାକ୍ତରଙ୍କୁ ପାଖରେ ଦେଖାଇବାକୁ ପରାମର୍ଶ ଦେଇଥିଲେ ।
କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ ଲେଖିଛନ୍ତି , ଜଣେ ଡାକ୍ତର ଏବଂ ବିଶେଷ ଭାବେ ଜଣେ ଗାଇନାକୋଲୋଜିଷ୍ଟ ଭାବରେ କେବେବି ରୋଗୀଙ୍କୁ ତୁମ ଉପରେ ପରିଚାଳନା କରିବାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କୁ କୋର୍ଟର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ । ସେଥିପାଇଁ ସ୍ପଷ୍ଟ ଭାବେ ନାଁ କରନ୍ତୁ ଏବଂ ଅନ୍ୟ ରୋଗୀ ଦେଖନ୍ତୁ ବୋଲି ସେ ନିଜେ ଟ୍ବିଟ କରି ଲେଖିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏଥିରେ ଅନେକ ୟୁଜର୍ସ ନିଜ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ମୁଁ ଏଥିରେ ରୋଗୀଙ୍କୁ ଦୋଷ ଦେବିନାହିଁ , ଏହି ଡବଲ ମେଡିକାଲ ଟେଷ୍ଟ ଖୁବ ମହଙ୍ଗା ହୋଇଥାଏ , ଏବଂ ସମସ୍ତେ ପ୍ରାୟତଃ ଭାବନ୍ତି, ଡାକ୍ତର ଅଧିକ ଟଙ୍କା ପାଇବା ଆଶାରେ ଏପରି ଚିକିତ୍ସା କରିବାକୁ କହିଥାନ୍ତି । ସେଥିପାଇଁ ସେ ମନା କରିଛନ୍ତି ।"
ସେହିପରି ଆଉଜଣେ ଲେଖିଛନ୍ତି," ଆପଣଙ୍କୁ ତାଙ୍କୁ ବୁଝେଇ ଦେବାରେ ଥିଲା, ଏହା ଏକ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ । ଏଥିପାଇଁ କ୍ଲିନିକ ତରଫରୁ ଆପଣଙ୍କୁ କୌଣସି ଅଧିକ ଟଙ୍କା ମିଳିବନି ।"ସୋସିଆଲ ମିଡିଆରେ ଏହାକୁ ଏପର୍ଯ୍ୟନ୍ତ ୪୮ ହଜାର ଲୋକ ଦେଖିସାରିଲେଣି ।  

Sponsored
doctor refused to treatment a pregnant lady | Argus News