Videos
|
National

ନେପାଳରେ ପାଳିତ ହୁଏ କୁକୁର ପର୍ବ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ନେପାଳରେ ପାଳିତ ହୁଏ କୁକୁର ପର୍ବ

ଅର୍ଗସ ବ୍ୟୁରୋ : କୁକୁର-ମଣିଷ ମଧ୍ୟରେ ସମ୍ପର୍କ ଭାରି ନିବିଡ। କୁକୁର ମଧ୍ୟ ବିଶ୍ବରେ ସବୁଠାରୁ ବିଶ୍ବସ୍ତ ପ୍ରାଣୀ। ଭଲ ପାଇବା ପାଇଲେ ମାଲିକଙ୍କୁ ସେହିଭଳି ଭଲ ପାଇବା ଦେଇଥାଏ। ମାଲିକର ଯଦି କେବେ କେତେବେଳେ ଅସୁବିଧା ହୁଏ ସବୁଠାରୁ ଅଧିକ ଯଦି କିଏ ଝୁରିଥାଏ ସେ ହେଉଛି କୁକୁର। ନିକଟରେ ଆଲୋକର ପର୍ବ ଦୀପାବଳୀ ଭାରତରେ ପାଳିତ ହୋଇଯାଇଛି। ଏହି ସମୟରେ ଅନ୍ୟ ଏକ ବିଚିତ୍ର ପର୍ବ ଦେଖିବାକୁ ମିଳିଥିଲା ଆମ ପଡ଼ୋଶୀ ଦେଶରେ।  ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଦୀପାବଳୀ ସମୟରେ କୁକୁରଙ୍କୁ ପୂଜାର୍ଚ୍ଚନା କରାଯାଏ। ଆପଣ ପୂର୍ବରୁ ଏହା କେବେ ଶୁଣି ନ ଥିବେ। ଏହାକୁ କୁକୁର ପର୍ବ ବୋଲି କୁହାଯାଇଥାଏ। 

ଏହି ପର୍ବରେ କୁକୁରଙ୍କୁ ପୂଜା କରାଯାଇଥାଏ। ନେପାଳରେ ପାଳିତ ହେଉଥିବା କୁକୁର ପର୍ବକୁ ଲୋକମାନେ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଏହି ଉତ୍ସବରେ ନେପାଳର ସବୁ ପ୍ରକାର କୁକୁରଙ୍କୁ ପୂଜା କରାଯାଇଥାଏ। ସେ ବୁଲା କୁକୁର ହୁଅନ୍ତୁ କି ପୋଷା କୁକୁର ଅବା ବିଭିନ୍ନ ତାଲିମରେ ସାମିଲ ଥିବା କୁକୁର। କୁକୁର ପର୍ବରେ ଘର ଗୁଡ଼ିକୁ ରଙ୍ଗୀନ ଆଲୋକରେ ସଜାଯିବା ସହିତ ମିଷ୍ଠାନ ଦିଆନିଆ ହୋଇଥାଏ। କୁକୁର ବ୍ୟତୀତ ନେପାଳରେ ଅନ୍ୟ ପଶୁଙ୍କୁ ପୂଜା କରାଯାଉଥିଲେ ମଧ୍ୟ କୁକୁରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। 

ଦୀପାବଳୀ ପୂର୍ବରୁ କାଉ ପୂଜା ଏବଂ କୁକୁର ପୂଜା କରାଯାଇଥାଏ। ତେବେ ଗାଈ,ବଳଦଙ୍କୁ ମଧ୍ୟ ନେପାଳରେ ପୂଜା କରାଯାଇଥାଏ। ଦୀପାବଳିର ଦୁଇଦିନ ପୂର୍ବରୁ ନେପାଳର ଲୋକମାନେ କାଉ ପୂଜା କରିଥାନ୍ତି। ଏହି ପୂଜାରେ ଲୋକମାନେ ସକାଳୁ ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି କାଉ ମାନଙ୍କୁ ଖାଇବାକୁ ଦେଇଥାନ୍ତି। କାଉ ପୂଜାର ଗୋଟିଏ ଦିନ ପରେ ଅର୍ଥାତ୍ ଦୀପାବଳିର ଗୋଟିଏ ଦିନ ପୂର୍ବରୁ କୁକୁରଙ୍କୁ ମଧ୍ୟ ଫୁଲ,ଚନ୍ଦନ,ସିନ୍ଦୂର ଲଗାଇ ପୂଜା କରଯାଏ। ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ କୁକୁରଙ୍କୁ ଖାଇବାକୁ ଦିଆଯାଏ। 

ଏଠାକାର ଲୋକଙ୍କ କହିବା ଅନୁଯାୟୀ କୁକୁର ହେଉଛି ଯମରାଜାଙ୍କ ଦୂତ। ତେଣୁ କୁକୁରଙ୍କୁ ପୂଜା କଲେ ଯମରାଜା ଖୁସି ହୋଇ ବର ପ୍ରଦାନ କରବେ। ତେବେ ନେପାଳ ସୀମାକୁ ଲାଗି ରହିଥିବା ଭାରତର କିଛି ଗାଁ ମାନଙ୍କରେ ମଧ୍ୟ ଏହି ପରମ୍ପରା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର...

Dog festival is celebrated in Nepal | Argus News