Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Trump Tariffs: ଆଜିଠୁ ଆମେରିକା ଲଗାଇବ ୫୦% ଟାରିଫ୍, ମୁକାବିଲା ପାଇଁ ଭାରତର ସ୍ବତନ୍ତ୍ର ରଣନୀତି

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
Trump Tariffs: ଆଜିଠୁ ଆମେରିକା ଲଗାଇବ ୫୦% ଟାରିଫ୍, ମୁକାବିଲା ପାଇଁ ଭାରତର ସ୍ବତନ୍ତ୍ର ରଣନୀତି

Key Points

ଟ୍ରମ୍ପଙ୍କ ମନମାନୀ । ଆଜିଠୁ ଭାରତ ଉପରେ ଲାଗିବ ୫୦ % ଟାରିଫ୍ । ଭାରତୀୟ ସମୟ ସକାଳ ୯ଟା୩୦ରୁ ଲାଗୁ ହେବ ଏହି ନୂଆ ଶୁଳ୍କ । 

ନିଜର ପ୍ରଭାବ ଦେଖାଇବାକୁ ଟ୍ରମ୍ପଙ୍କ ମନମାନୀ । ଆଜିଠାରୁ ଭାରତ ଉପରେ ୫୦ % ଟାରିଫ୍‌ ଲଗାଇବ ଆମେରିକା । ଋଷଠାରୁ ଅଶୋଧିତ ତୈଳ କିଣିବା ଜାରି ରଖିବାରୁ ଅତିରିକ୍ତ ଟାରିଫ ଲଗାଇଥିବା ନୋଟିସ୍ ଜାରି କରି କହିଛି ଆମେରିକା । ପୂର୍ବରୁ ଥିବା ୨୫ ପ୍ରତିଶତ ଶୁଳ୍କ ଯୋଡିବା ପରେ ଏହା ମୋଟ ୫୦ ପ୍ରତିଶତ ହୋଇଯିବ । ଭାରତୀୟ ସମୟ ସକାଳ ୯ଟା ୩୦ରୁ ଏହି ନୂଆ ଶୁଳ୍କ ଲାଗୁହେବ । ଆମେରିକା ପକ୍ଷରୁ ନୋଟିସରେ ଲେଖାଯାଇଛି ଯେ ଯଦି ଭାରତରୁ କୌଣସି ସାମଗ୍ରୀ ନିର୍ଦ୍ଧାରିତ ସମୟ ପରେ ଆମେରିକାରେ ପହଞ୍ଚିଥାଏ । ତେବେ ଏହା ଉପରେ ନୂତନ ଶୁଳ୍କ ହାର ଲାଗୁ ହେବ, ଯାହା ୫୦ ପ୍ରତିଶତ ।


କେଉଁ ସାମଗ୍ରୀ ଉପରେ 50 ପ୍ରତିଶତ ଶୁଳ୍କ ଲାଗୁ ହେବ ଜାଣନ୍ତୁ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଭାରତୀୟ ପୋଷାକ ଉପରେ ୯ ପ୍ରତିଶତ ଶୁଳ୍କ ଥିଲା, ଯାହା ଏବେ ୫୦ ପ୍ରତିଶତ ଶୁଳ୍କ ଲାଗୁ ପରେ ୫୯ ପ୍ରତିଶତ ହୋଇଯିବ । ସେହିପରି ଭାରତରେ ପ୍ରସ୍ତୁତ ପୋଷାକ ଉପରେ ୧୩.୯ ପ୍ରତିଶତ ଶୁଳ୍କ ଥିଲା, ଯାହା ଏବେ ୬୩.୯ ପ୍ରତିଶତ ହୋଇଯିବ । ଭାରତର ସର୍ବାଧିକ ୪.୫ କୋଟି ଲୋକ ଏହି କ୍ଷେତ୍ରରେ କାମ କରନ୍ତି । ଏହା ଯୋଗୁଁ ୫ ରୁ ୭ ପ୍ରତିଶତ ଶ୍ରମିକଙ୍କ ନିଯୁକ୍ତିକୁ ପ୍ରଭାବିତ ହେବ । ଭାରତରେ ଥିବା ବିଭିନ୍ନ ରାଜ୍ୟର କପଡ଼ା କାରଖାନା ଉପରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଏହା ବ୍ୟତୀତ ଇସ୍ପାତ, ଆଲୁମିନିୟମ, ହୀରା, ସୁନା, ତମ୍ବା ଏବଂ ଫର୍ଣ୍ଣିଚର ସାମଗ୍ରୀ, ଚିଙ୍ଗୁଡ଼ି ରପ୍ତାନି, ଯାନ୍ତ୍ରିକ ଉପକରଣ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବ ।


ସେପଟେ ଟ୍ରମ୍ପଙ୍କ ଟାରିଫ୍‌ର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ରଣନୀତି । ଚୀନରେ ଆୟୋଜିତ ଆାଗାମୀ SCO ସମିଟରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଏକାଠି ହେବେ ଋଷିଆ ରାଷ୍ଟ୍ରପତି ପୁଟିନ । ସାଂଘାଇ ସହଯୋଗ ସଂଗଠନରେ ଆମେରିକାର ଟାରିଫ ୱାରର ପ୍ରତିରୋଧ ପାଇଁ ବଡ଼ ରଣନୀତି ପ୍ରସ୍ତୁତ ହେବା ସମ୍ଭାବନା । ଆସନ୍ତା ସେପ୍ଟେମ୍ବର୧ରେ ହେବାକୁ ଥିବା ବୈଠକରେ ବିଶ୍ବର ଶକ୍ତିଶାଳୀ ତିନି ପ୍ରମୁଖ ନେତାଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ସହ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ପ୍ରସଙ୍ଗ ସ୍ଥାନ ପାଇବ । ୭ ବର୍ଷ ପରେ ପିଏମ ମୋଦିଙ୍କ ଚୀନ ଗସ୍ତ ଉପରେ ସାରା ଦୁନିଆର ନଜର ରହଛି । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବରରେ ବୈଠକରେ ସାମିଲ ହେବେ ପିଏମ ମୋଦି ।


Sponsored