Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ; ସୂଚନା ଦେଲେ ରୁବିୟୋ

National

Donald Trump India Tour / ୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ; ସୂଚନା ଦେଲେ ରୁବିୟୋ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ; ସୂଚନା ଦେଲେ ରୁବିୟୋ
Trump's India Visit Likely Early Next Year

Key Points

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷଥର ପାଇଁ ୨୦୨୦ ମସିହା ଫେବ୍ରୁଆରୀ ମାସରେ ଭାରତ ଆସିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ଵାଗତ କରିଥିଲେ ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିବେ । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଗସ୍ତରେ ଟ୍ରମ୍ପ ଆସି ପାରନ୍ତି ।

ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ମାର୍କୋ ରୁବିୟୋଙ୍କୁ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ରୁବିୟୋ କହିଛନ୍ତି, "ଆମେ ଆଶା କରୁଛୁ ଯେ ଏହା ଶୀଘ୍ର ହେବ ଏବଂ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତି ଟ୍ରମ୍ପ ଆଗାମୀ ବର୍ଷ ଆରମ୍ଭରେ ଭାରତ ଆସି ପାରନ୍ତି ।"

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ କଡ଼ା ଆକ୍ସନ….କାର୍ଗୋ ଜାହାଜ ଉପରେ ଆକ୍ରମଣ ପରେ ଇରାନରେ ପଶି ମିସାଇଲ୍ ଏବଂ ଡ୍ରୋନ୍ ସାଇଟକୁ ଧ୍ୱଂସ କଲା ଆମେରିକା 

ସୂଚନାଯୋଗ୍ୟ, ଆମେରିକାର ଘନିଷ୍ଠ ସହଯୋଗୀ ଦେଶ ହେଉଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ମଧ୍ୟ ସେତିକି ନିବିଡ଼ । ତେଣୁ, ଟ୍ରମ୍ପ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମାର୍କୋ ରୁବିୟୋ ।

ଶକ୍ତି ସଂକଟ; ଏକାଠି ଭାରତ-ଆମେରିକା

ପଶ୍ଚିମ ଏସିଆରେ ଉତ୍ତେଜନା ପାଇଁ ଶକ୍ତି ସଂକଟ ଦେଖା ଦେଇଛି । ଏହାକୁ ନେଇ ରୁବିୟୋ କହିଛନ୍ତି, "ଇନ୍ଧନ ସଂକଟରୁ ବର୍ତ୍ତିବା ପାଇଁ ଆମେରିକା-ଭାରତ ଏକାଠି କାମ କରୁଛନ୍ତି । ଦୀର୍ଘ ମିଆଦୀ ଦୃଷ୍ଟିକୋଣକୁ ଦେଖି ଭାରତ କାମ କରୁଛି, ଆମେ ଏଥିରେ ନିଶ୍ଚିତ ଅଂଶ ହେବୁ ।"

ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି, "ମୋତେ ଲାଗୁଛି, ଭାରତର ଇନ୍ଧନ ଆବଶ୍ୟକତାର ସମାଧାନ ଆମ ପାଖରେ ରହିଛି । ଏଥିସହ ମୁଁ କହିବି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟପ୍ରାଚ୍ୟ ଶାନ୍ତି ପାଇଁ ଯାହା ପଦକ୍ଷେପ ନେଇଛନ୍ତି । ଏହାର ଗୋଟିଏ କାରଣ ହେଉଛି, ଆମ ସହଯୋଗୀଙ୍କ ପାଇଁ ବଜାରକୁ ଇନ୍ଧନ ଆସୁ ।"

ଦୀର୍ଘ ମିଆଦୀ ସମାଧାନ ପାଇଁ ଯୋଗାଣରେ ବିବିଧତା ଆସିବା ଉଚିତ୍ । ଆଉ ମୁଁ ଜାଣିଛି, ଏଥିପାଇଁ ଭାରତ କେବଳ ଆମେରିକା ସହ କଥା ହେଉଛି । ଭେନେଜୁଏଲା ତାର ଉତ୍ପାଦନ କ୍ଷମତା ବଢ଼ାଇବା ନେଇ କାର୍ଯ୍ୟ ଚାଲିଛି । ଆଉ ଭେନେଜୁଏଲାରୁ ଉତ୍ପାଦିତ ଅଶୋଧିତ ତୈଳକୁ ବିଶୋଧନ କରିବାର କ୍ଷମତା ଭାରତ ପାଖରେ ରହିଛି ।

ଶେଷଥର ଟ୍ରମ୍ପ କେବେ ଆସିଥିଲେ ଭାରତ ?

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷଥର ପାଇଁ ୨୦୨୦ ମସିହା ଫେବ୍ରୁଆରୀ ମାସରେ ଭାରତ ଆସିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ଵାଗତ କରିଥିଲେ । ଯାହା ପରେ ଦୁଇ ନେତାଙ୍କ ମଧ୍ୟରେ ଦିଲ୍ଲୀରେ ଦ୍ଵି-ପାକ୍ଷିକ ଆଲୋଚନା ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଆକାଶରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ପ୍ଲେନ୍‍; ଆଖି ବୁଜିଥିଲେ ୩୨୯ ଜଣ, ୪୧ ବର୍ଷ ପରେ ମାନିଲା କାନାଡ଼ା 

ଗସ୍ତ ପରଠାରୁ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ନିୟମିତ ବାର୍ତ୍ତାଳାପ ହେଉଛି । ଦୁଇ ଦେଶ ବ୍ୟାପାର, ପ୍ରତିରକ୍ଷା ଓ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗକୁ ଆହୁରି ଘନିଷ୍ଠ କରିବାକୁ ପ୍ରୟାସ କରୁଛନ୍ତି ।

ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ କ୍ଵାଡ୍‌ର ସଦ୍ୟସ ଅଟନ୍ତି । ଏହି ୪ ଦେଶ କ୍ଷେତ୍ରର ସୁରକ୍ଷା ସହ ଦୃଢ଼ ଯୋଗାଣ ଶୃଙ୍ଖଳ, ସମୁଦ୍ର ସୁରକ୍ଷା ଦିଗରେ ସହଯୋଗ ବୃଦ୍ଧି କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored