Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଙ୍ଗାଲୁରୁରେ ଜଳ କଷ୍ଟ, ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ !

National

ବେଙ୍ଗାଲୁରୁରେ ଜଳ କଷ୍ଟ, ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ !

Jitendra Dash
Browse all articles by Jitendra Dash
·2 years ago·2 min read
ବେଙ୍ଗାଲୁରୁରେ ଜଳ କଷ୍ଟ, ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ !

ଅର୍ଗସ ବ୍ୟୁରୋ : ଖରା ଦିନ ଆରମ୍ଭ ନ ହେଉଣୁ ବେଙ୍ଗାଲୁରୁରେ ଦେଖାଦେଇଛି ଘୋର ଜଳ କଷ୍ଟ । ପାଣି ପାଇଁ ଲୋକ ମାନେ ନା ନା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ପିଇବାପାଣି ମୁନ୍ଦିଏ ପାଇଁ ଲୋକେ କେତେ ଯେ କସରତ କରଛନ୍ତି ଦେଖିଲା ଲୋକ ହିଁ ଅନୁଭବ କରିପାରିବ । ଯାହା ଏବେ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି, କିଏ ରାସ୍ତା ଉପରେ ବାଲ୍ଟି ହାଣ୍ଡି ମାଠିଆ ଧରି ଠିଆ ହୋଇଛନ୍ତି ତ । ପାଣି ଟ୍ୟାଙ୍କର ଆସିଲେ ପାଣି ବୋହି ନେବେ । ଯିଏ ଯେତେ ପାରିଲା ସେତେ ଅଧିକ ମାଠିଆ ପାଣି ବୋହି ନେବା ପାଇଁ ଲଗାଇଛନ୍ତି ଭିଡ । 

ପାଣି ଅଭାବ ଯୋଗୁ ଛଟ ପଟ ହାଇଟେକ୍ ସିଟି ବେଙ୍ଗାଲୁରୁ । ଦିନକୁ ଦିନ ବଢ଼ି ଚାଲିଛି ଜଳ ସଙ୍କଟ । ଏଥି ଯୋଗୁ ବଞ୍ଚିବା ମୁସକିଲ ହୋଇଗଲାଣି । ଗାଧେଇବା ତ ଦୂରର କଥା ପିଇବା ପାଇଁ ମୁନ୍ଦାଏ ପାଣି ଲାଗି ଲୋକେ ନାହିଁ ନଥିବା ହାଇରଣ ହେଉଛନ୍ତି । ଜଳ ଅଭବା ଯୋଗୁ ଏଠି ଲୋକେ କମ୍‌ ପାଣି ବ୍ୟବହାର କରିବା ସହ ରିସାଇକ୍ଲିଂ ପଦ୍ଧତି ଆପଣାଇଛନ୍ତି । ଆଇଟି ସିଟି ହୋଇଥିବା ଯୋଗୁ ବେଙ୍ଗାଲୁରୁରେ ବଡ ସଂଖ୍ୟା ଦେଶର ଅନ୍ୟ ଅଞ୍ଚଳରୁ ଲୋକେ ଆସି ଏଠି କାମ କରୁଛନ୍ତି । ତେବେ ପାଣି ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଯୋଗୁ ଲୋକେ ଏବେ ଓ୍ୱାର୍କ ଫ୍ରମ ହୋମ୍‌ କରିବାକୁ ବିଚାର କରୁଛନ୍ତି । ସେହିପରି କିଛି ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ନୁହେଁ ସମ୍ପୂର୍ଣ୍ଣ ଘରକୁ ଫେରିଯିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଙ୍ଗାଲୁରୁରେ ଜଳ ଯୋଗାଣ ମୁଖ୍ୟତଃ କାବେରୀ ନଦୀ ଏବଂ ଭୂତଳ ଜଳରୁ ଆସିଥାଏ । ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକରୁ ରିସାଇକ୍ଲିଂ ଜଳକୁ ଅଧିକାଂଶ ପାନୀୟ ଜଳ ପାଇଁ ବ୍ୟବହୃତ ହୁଏ । ତେବେ ଗତ କିଛି ଦିନ ହେବ ଏଠି ବର୍ଷା ଅଭାବରୁ ଜଳ ସ୍ତର ଢ଼େର ତଳକୁ ଖସି ଯାଇଛି । ବେଙ୍ଗାଲୁରୁକୁ ପ୍ରତିଦିନ ୨୬୦୦-୨୮୦୦ ମିଲିଅନ୍‌ ଲିଟର ଜଳ ଆବଶ୍ୟକ ପଡେ।  କିନ୍ତୁ ବର୍ତ୍ତମାନ ଜଳ ଅଭାବ ଯୋଗୁ ଏହି ଆବଶ୍ୟକତା ମେଣ୍ଟାଇବା କଷ୍ଟ ହୋଇପଡିଛି ।
 

Sponsored
'Don't Work-From-Home, Go Home': Water Crisis Drives Bengaluru To The Edge | Argus News