Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୫ ବର୍ଷର ନିରନ୍ତର ପ୍ରୟାସ...ଏବେ ରାଇସିନା ହିଲ୍‌ରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର

Jitendra Dash
Browse all articles by Jitendra Dash
·2 years ago·2 min read
୨୫ ବର୍ଷର ନିରନ୍ତର ପ୍ରୟାସ...ଏବେ ରାଇସିନା ହିଲ୍‌ରେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର

Key Points

ମଧୁମେହ ରୋଗୀକୁ ନିୟନ୍ତ୍ରଣ କରିବାକୁ ସୌକତ ଦୀର୍ଘ ୨୫ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଖାଲି ପ୍ରୟାସ ଜାରି ରଖିଛନ୍ତି ତାହା ନୁହେଁ ବରଂ ମଧୁମେହ ନିରାକରଣ ଏବଂ ଚିକିତ୍ସା ସହ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ହାର୍ଟ, କିଡନୀ , ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କେମିତି ଭଲରେ ରହିବ ସେନେଇ ସର୍ବଭାରତୀୟ ସ୍ତରରେ ସେ କାର୍ଯ୍ୟ କରିଥିଲେ

ଅର୍ଗସ ବ୍ୟୁରୋ: ଆଜିକାଲି ଡାଏବେଟିସ୍‌ ବା ମଧୁମେୟ ରୋଗ ସାଙ୍ଘାତିକ ଭାବରେ ବଢିଲାଣି । ଦେଶରେ ପ୍ରାୟ ପ୍ରତି ଘରେ ଘରେ ଏହି ରୋଗ ବ୍ୟାପିବାରେ ଲାଗିଲାଣି । କେମିତି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ଅନେକ ଗବେଷଣା କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆଜକୁ ଠିକ୍‌ ୨୫ ବର୍ଷ ତଳେ ଡକ୍ଟର ସୌକତ ଶାଦିକୋଟଙ୍କ ଅନୁଷ୍ଠାନ ଡାଏବେଟିସ ଇଣ୍ଡିଆ ଦ୍ଵାରା ମଧୁମେୟର ସହଜ ନିରାକରଣ ଆରମ୍ଭ ହୋଇଥିଲା । କାରଣ ଦେଶରେ କେମିତି ମଧୁମେୟ କମିବ ସେନେଇ ପ୍ରୟାସ ଜାରି ରଖିଥିଲା ଡାଏବେଟିସ ଇଣ୍ଡିଆ ।

ମୋଟ୍‌ ଉପରେ ମଧୁମେହ ରୋଗୀକୁ ନିୟନ୍ତ୍ରଣ କରିବାକୁ ଦୀର୍ଘ ୨୫ବର୍ଷ ହେଲା ନିରନ୍ତର ପ୍ରୟାସ ଜାରି ରଖିଛି ଡାଏବେଟିସ ଇଣ୍ଡିଆ ଅନୁଷ୍ଠାନ । ଖାଲି ପ୍ରୟାସ ଜାରି ରଖିଛନ୍ତି ତାହା ନୁହେଁ ବରଂ ମଧୁମେହ ନିରାକରଣ ଏବଂ ଚିକିତ୍ସା ସହ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ହାର୍ଟ, କିଡନୀ , ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ କେମିତି ଭଲରେ ରହିବ ସେନେଇ ସର୍ବଭାରତୀୟ ସ୍ତରରେ ସେ କାର୍ଯ୍ୟ କରିଥିଲେ । ଆଉ ଯାହା ଆଜି ତାଙ୍କୁ ସଫଳତା ଆଣିଦେଇଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ସୌକତ କେବଳ ଏକା ନୁହନ୍ତି ବରଂ ଏହା କାମରେ ତାଙ୍କର ପୂରା ଟିମ୍‌ କାମ କରୁଥିଲା । ଆଉ ଏହାରି ଭିତରେ ବେଙ୍ଗାଳୁରୁର କାମ କରୁଥିବା ଟିମ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଅହମ୍ମଦାବାଦର ପ୍ରତିଷ୍ଠିତ ବ୍ୟକ୍ତି ତଥା କର୍ଣ୍ଣାଟକ ସରକାରଙ୍କ ସଚିବ ଡ. ବଂଶୀ ସାବୁ, କଟକର ଜଣାଶୁଣା ପ୍ରଫେସର ଜୟନ୍ତ ପଣ୍ଡା, ପଦ୍ମଶ୍ରୀ ପ୍ରଫେସର ଶଶାଙ୍କ ଯୋଶୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ତେବେ ଏହି ସମ୍ମାନନୀୟ ଅତିଥିଙ୍କୁ ଭେଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବେଶ ଖୁସି ବ୍ୟକ୍ତ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dr. Shaukat Shadikot's continuous efforts of 25 years to diagnose diabetes | Argus News