Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତ୍ମନିର୍ଭର ଦିଗରେ ଡିଆରଡ଼ିଓର ବଡ଼ ପଦକ୍ଷେପ

Jitendra Dash
Browse all articles by Jitendra Dash
·2 years ago·1 min read
ଆତ୍ମନିର୍ଭର ଦିଗରେ ଡିଆରଡ଼ିଓର ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ : ଆତ୍ମନିର୍ଭର ଦିଗରେ ଡିଆରଡ଼ିଓର ବଡ଼ ପଦକ୍ଷେପ । ଭାରତୀୟ ସେନା ପାଇଁ ପ୍ରସ୍ତୁତ ହେଉଛି ଦେଶୀ ଷ୍ଟେଲ୍ଥ ଡ୍ରୋନ୍‌ ଘାତକ । ଯାହାର ସଫଳ ପରୀକ୍ଷା କରିଛି ଡିଆରଡ଼ିଓ । ଏହା ଏକ ଚାଳକ ବିହିନ ଡ୍ରୋନ ହୋଇଥିବା ବେଳେ କ୍ଷିପ୍ର ଗତିରେ ଶତ୍ରୁ ଉପରେ ଆକ୍ରମଣ କରିବାରେ ସକ୍ଷମ । ଏହି ଡ୍ରୋନ୍‌ ଟେକ୍ନୋଲୋଜି ଭାରତକୁ ଦେବା ପାଇଁ ମନା କରି ଦେଇଥିଲା ଆମେରିକା । କିନ୍ତୁ ଏବେ ସ୍ବଦେଶୀ ଜ୍ଞାନ କୌଶଳରେ ଏହି ଡ୍ରୋନ ନିର୍ମାଣ କରିବାରେ ସଫଳ ହୋଇଛି ଡିଆରଡ଼ିଓ ।

ଅଧିକ ପଢନ୍ତୁ ଭାରତ ଖବର

୨୦୨୨ ଜୁଲାଇ ୧ରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । ଆଜି ପୁଣି ଥରେ ଏହାର ସଫଳ ପରୀକ୍ଷଣ କରିଛି ଡିଆରଡ଼ିଓ । କର୍ଣ୍ଣାଟକରେ ଏହି ଅଟୋନୋମସ ଫ୍ଲାଇଁ ୱିଙ୍ଗ୍‌ ଡେମୋନଷ୍ଟ୍ରେଟରର ସଫଳ ପରୀକ୍ଷଣ କରାଯାଇଛି । ଆମେରିକାର B-2 ବମ୍ବର ବିମାନ ଭଳି ଦିଶୁଥିବା ଏହି ଡ୍ରୋନ୍‌ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ । ଏହା ନିଜେ ଟେକ୍‌ ଓଭର କରିବା ସହ ମିଶନ ପୂରା କରି ଆପେ ଆପେ ଲ୍ୟାଣ୍ଡିଂ କରିବାରେ ସକ୍ଷମ । ଏହି ଡ୍ରୋନ୍‌ ଭବିଷ୍ୟତରେ ଭାରତର ପ୍ରତିରକ୍ଷାକୁ ଅଧିକ ମଜଭୁତ କରିବା ସହ ଗେମ୍‌ ଚେଞ୍ଜର ହେବ । ଚୀନ ଓ ପାକିସ୍ତାନକୁ ଡୋମିନେଣ୍ଟ କରିବା ସହ ଆତଙ୍କବାଦୀଙ୍କ ପାଇଁ କାଳ ହେବ ଏହି ସ୍ବଦେଶୀ ଷ୍ଟେଲ୍ଥ ଡ୍ରୋନ୍‌ ଘାତକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DRDO successfully tests high-speed flying-wing UAV | Argus News