Videos
|
National

India Bangladesh Border Gold Smuggling / ଚୋରା ଚାଲାଣ ବେଳେ ଧରାପଡ଼ିଲା ବିପୁଳ ପରିମାଣର ସୁନା; ୬ ଗିରଫ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଚୋରା ଚାଲାଣ ବେଳେ ଧରାପଡ଼ିଲା ବିପୁଳ ପରିମାଣର ସୁନା; ୬ ଗିରଫ
ଚୋରା ଚାଲାଣ ବେଳେ ଧରାପଡ଼ିଲା ବିପୁଳ ପରିମାଣର ସୁନା; ୬ ଗିରଫ

Key Points

ଗତ ଅକ୍ଟୋବର ୮-୯ ତାରିଖରେ, ବାଂଲାଦେଶ ସୀମାରୁ ସୁନା ଚୋରା ଚାଲାଣ ରୋକିବା ପାଇଁ DRI ଏକ ଗୁପ୍ତ ଅଭିଯାନ ଚଳାଇଥିଲା। ଡାଙ୍କୁନି ଟୋଲ୍, ମାଲଦା ଏବଂ ନ୍ୟୁ ଜଲପାଇଗୁଡ଼ି ଠାରୁ ୧୧.୫୦ କୋଟିରୁ ଅଧିକ ମୂଲ୍ୟର ୭.୮ କିଲୋଗ୍ରାମ ବିଦେଶୀ ସୁନା ଜବତ କରାଯାଇଥିଲା।
ବାଂଲାଦେଶ ସୀମାରୁ ହେଉଥିବା ସୁନା ଚୋରା ଚାଲାଣ ରୋକିବା ପାଇଁ ଜାରି ପ୍ରୟାସ। ଏନେଇ ସୁରକ୍ଷା ଏଜେନ୍ସି ଚୋରା ଚାଲାଣକାରୀଙ୍କ ବିରୋରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଗତ ଅକ୍ଟୋବର ୮-୯ ତାରିଖରେ ଏକ ଗୁପ୍ତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ପ୍ରାୟ ୭.୮ କିଲୋଗ୍ରାମ ବିଦେଶୀ ସୁନା ଜବତ କରାଯାଇଥିଲା। ଜବତ ସୁନାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୧.୫ କୋଟି ଟଙ୍କାରୁ ଅଧିକ ହେବା ନେଇ କୁହାଯାଉଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ସୀମାନ୍ତ ଅଞ୍ଚଳରୁ ରାଜଧାନୀ କୋଲକାତାକୁ ସୁନା ଚୋରାଚାଲାଣ କରିବା ସଡ଼କ ଏବଂ ରେଳ ନେଟୱାର୍କ ବ୍ୟବହାର କରାଯାଉଥିଲା। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି।

ରବିବାର (୧୧ ଅକ୍ଟୋବର) ଅର୍ଥ ମନ୍ତ୍ରଣାଳୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ ଅନୁଯାୟୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀ ଡାଙ୍କୁନି ଟୋଲ୍ ପ୍ଲାଜା ଠାରେ ଏକ ୪ ଚକିଆ ଗାଡ଼ିକୁ ଅଟକାଇଥିଲେ। ପ୍ରାୟ ୪ ଜଣଙ୍କୁ ନେଇ ଯାଉଥିବା ଗାଡ଼ି ବାଂଲାଦେଶ ସୀମା ନିକଟବର୍ତ୍ତୀ ବାଣପୁର ଠାରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ଗାଡ଼ି ଏବଂ ଏହାର ଚାଳକଙ୍କ ତଲାସି ନିଆଯିବା ପରେ, ପ୍ରାୟ ୫୦ ଖଣ୍ଡ ସୁନା ବାର୍ (Gold Bar) ଜବତ କରାଯାଇଥିଲା। ଯାହାର ଓଜନ ପ୍ରାୟ ୬.୮ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ରହିଥିଲା।

ମନ୍ତ୍ରଣାଳୟ ଆହୁରି କହିଛି ଯେ କିଛି ସୁନାରେ ବିଦେଶୀ ଚିହ୍ନ ରହିଥିଲା। ଏହି ଗା ସୁନା ଉପରେ ସେମାନଙ୍କର ଆଇନଗତ ଅଧିକାରକୁ ପ୍ରମାଣିତ କରିବା ପାଇଁ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ ଏବଂ ସେମାନଙ୍କ ବୟାନରେ, ବାଂଲାଦେଶ ଦେଇ ଭାରତରେ ବିଦେଶୀ ମୂଳ ସୁନା ଚୋରା ଚାଲାଣ କରିବାରେ ସେମାନଙ୍କର ଭୂମିକା ସ୍ୱୀକାର କରିଥିଲେ।

ଏହା ସହ ପଢନ୍ତୁ: ବିମାନ ଯାତ୍ରୀଙ୍କ ପାଖରୁ ମିଳିଲା ଦୁର୍ଲଭ ପଥର; ତାଜୁବ ହୋଇଗଲା ସୀମା ଶୁଳ୍କ ବିଭାଗ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧.୫ କୋଟି ମୂଲ୍ୟର ସୁନା ଜବତ
ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ବାଣପୁର ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏକ ସିଣ୍ଡିକେଟ୍ ମୁଖ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ସେହି ଦିନ ପଶ୍ଚିମବଙ୍ଗର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଦଳ ମାଲଦା ଟାଉନ୍ ରେଳ ଷ୍ଟେସନ୍ ଏବଂ ନ୍ୟୁ ଜଲପାଇଗୁଡ଼ି ରେଳ ଷ୍ଟେସନ୍ ଠାରେ ଟ୍ରେନ୍ ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଟକାଇ ପ୍ରାୟ ୧.୫ କୋଟି ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ ବିଦେଶୀ ସୁନା ଜବତ କରିଥିଲେ। ଯେତେବେଳେ ସେମାନେ ସୁନାର ଆଇନଗତ କ୍ରୟ ପ୍ରମାଣିତ କରିବା ପାଇଁ କାଗଜପତ୍ର ଦେଖାଇ ପାରିନଥିଲେ, ସେତେବେଳେ ସେହି ୨ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା ଯିଏ ଚୋରା ଚାଲାଣରେ ଜଡ଼ିତ ରହିଥିଲେ।

ତଦନ୍ତରୁ ଜଣାପଡିଛି ଯେ ଜବତ ହୋଇଥିବା ସୁନା, ତ୍ରିପୁରାରେ ଭାରତ-ବାଂଲାଦେଶ ସୀମା ଦେଇ ଚୋରା ଚାଲାଣ ହେଉଥିବା ସୁନାରୁ ତିଆରି କରାଯାଇଥିଲା। ଏହି ଅଭିଯାନରୁ ଜଣାପଡିଛି ଯେ ବାଂଲାଦେଶ ସହିତ ସୀମାବର୍ତ୍ତୀ ଅଞ୍ଚଳ, ଏବଂ ଉତ୍ତର-ପୂର୍ବକୁ କୋଲକାତା ଭଳି ପ୍ରମୁଖ ବଜାର ସହିତ ସଂଯୋଗ କରୁଥିବା ରାସ୍ତା ଏବଂ ରେଳ କରିଡର ସୁନା ଚୋରାଚାଲାଣ କରିବା ପାଇଁ ବ୍ୟାପକ ଭାବରେ ବ୍ୟବହାର କରାଯାଉଛି।