DRI Hyderabad Foreign Currency Seized / ପୋଷାକ ମଧ୍ୟରେ ଲୁଚାଇ ନେଇ ଯାଉଥିଲେ ବିଦେଶୀ ମୁଦ୍ରା; ଟ୍ରଲି ବ୍ୟାଗ୍ ମଧ୍ୟରୁ ମିଳିଲା ଡଲାର-ରିଙ୍ଗିଟ୍
·50 mins ago·3 min read

Key Points
ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଚଢାଉ ବେଳେ ୧.୫୬ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରାଯାଇଛି।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଇ) ହାଇଦ୍ରାବାଦ ଜୋନାଲ୍ ୟୁନିଟ୍ ପକ୍ଷରୁ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗ୍ରହଣ କରାଯାଇଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଏକ ଅଭିଯାନ ଚଳାଇ ମାଲେସିଆ ଯାଉଥିବା ଦୁଇ ଭାରତୀୟ ଯାତ୍ରୀଙ୍କ ଠାରୁ ପ୍ରାୟ ୧.୫୬ କୋଟି ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା ଉଦ୍ଧାର କରିଛି ଡିଆରଇ (DRI)। ଏକ ଟ୍ରଲି ବ୍ୟାଗ୍ ମଧ୍ୟରେ ରଖାଯାଇଥିବା ପୋଷାକ ମଧ୍ୟରେ ଜବତ ଟଙ୍କା ଲୁଚାଇ ରଖାଯାଇଥିଲା। ଚଳିତ ମାସ ଆରମ୍ଭରେ ୨.୨୫ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି। ଉଭୟ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ମାଲେସିଆ ଯାଉଥିବା ୨ ଯାତ୍ରୀଙ୍କ ଠାରୁ ବିଦେଶୀ ମୁଦ୍ରା ଉଦ୍ଧାର
ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ଗତ ଗୁରୁବାର (୨୨ ଅକ୍ଟୋବର) ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ DRI ଅଧିକାରୀ କୁଆଲାଲମ୍ପୁର ଯାତ୍ରା କରୁଥିବା ଜଣେ ଭାରତୀୟ ଯାତ୍ରୀଙ୍କୁ ଅଟକାଇଥିଲେ। ସେ AirAsia ବିମାନ AK-68 ଯୋଗେ ମାଲେସିଆ ଯାଉଥିଲେ। ତାଙ୍କୁ ଯାଞ୍ଚ କରାଯିବା ସମୟରେ ତାଙ୍କ ଟ୍ରଲି ବ୍ୟାଗ୍ ମଧ୍ୟରେ ରଖା ଯାଇଥିବା ପୋଷାକରେ ଏକ କଳା ପ୍ଲାଷ୍ଟିକ୍ କଭର ଭିତରେ ଲୁଚାଇ ରଖାଯାଇଥିବା ବିଦେଶୀ ମୁଦ୍ରା ଉଦ୍ଧାର କରାଯାଇଥିଲା। ଯେଉଁଥିରେ ୬୬,୬୦୦ ଆମେରିକୀୟ ଡଲାର, ୩୭୭୩ ମାଲେସିଆନ୍ ରିଙ୍ଗିଟ୍ ଏବଂ ୨ ସିଙ୍ଗାପୁର ଡଲାର ଅନ୍ତର୍ଭୂକ୍ତ ରହିଛି। ଯାହାର ମୂଲ୍ୟ ପ୍ରାୟ ୬୩.୬୨ ଲକ୍ଷ ଟଙ୍କା ହେବ।
ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ ମଧ୍ୟରୁ ମିଳିଲା ଜବତ ସାମଗ୍ରୀ
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଜଣେ ମହିଳା ଯାତ୍ରୀ ମଧ୍ୟ ଭିନ୍ନ PNR ସହିତ ସେହି ବିମାନରେ ଯାତ୍ରା କରୁଥିଲେ। ଏହା ପରେ, DRI ତାଙ୍କୁ ମଧ୍ୟ ଅଟକାଇଥିଲା। ମହିଳାଙ୍କ ଟ୍ରଲି ବ୍ୟାଗ୍ ତଲାସୀ ନିଆଯିବା ସମୟରେ ତାଙ୍କ ପୋଷାକ ମଧ୍ୟରେ ୯୭,୬୦୦ ଆମେରିକୀୟ ଡଲାର ଲୁଚାଇ ରଖା ଯାଇଥିବାର ଜଣାପଡ଼ିଥିଲା। ଯାହାର ମୂଲ୍ୟ ପ୍ରାୟ ୯୧.୯୪ ଲକ୍ଷ ଟଙ୍କା ହେବ। ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ ଯାତ୍ରୀ ବିଦେଶୀ ମୁଦ୍ରାର ବୈଧ ଉତ୍ସ ଏବଂ ବିଦେଶୀ ମୁଦ୍ରାର ପରିବହନ ସମ୍ପର୍କରେ ଦସ୍ତାବିଜ ପ୍ରଦାନ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ପ୍ରାୟ ୧.୫୬ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଏବଂ ଏହାକୁ ଲୁଚାଇବା ପାଇଁ ବ୍ୟବହୃତ ଟ୍ରଲି ବ୍ୟାଗ୍ କଷ୍ଟମ୍ସ ଆଇନ ୧୯୬୨ ଅନୁଯାୟୀ ଜବତ କରାଯାଇଥିଲା। ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।
ଏହା ସହ ପଢନ୍ତୁ: କୋଲକାତା ଠାରୁ ନେଇ ହାଇଦ୍ରାବାଦ ପର୍ଯ୍ୟନ୍ତ ଛାନଭିନ୍ନ; ଧରାପଡ଼ିଲା ବିପୁଳ ପରିମାଣର ସୁନା ଏବଂ ବିଦେଶୀ ମୁଦ୍ରା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ମାସରେ ଜବତ ହୋଇଥିଲା ୨.୨୫ କୋଟି ମୂଲ୍ୟର ସୁନା
ପୂର୍ବରୁ ଗତ ଅକ୍ଟୋବର ୬ ତାରିଖରେ, DRI ହାଇଦ୍ରାବାଦ ବିମାନବନ୍ଦରରେ ପ୍ରାୟ ୨.୨୫ କୋଟି ମୂଲ୍ୟର ବିଦେଶୀ ସୁନା ଜବତ କରିଥିଲା। ଗୁଉନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧିକାରୀ ଜାଣିବାକୁ ପାଇଲେ ଯେ ଏକ ଅନ୍ତର୍ଜାତୀୟ ବିମାନ ଭିତରେ ସୁନା ଲୁଚାଇ ରଖାଯାଇଥିଲା ଏବଂ ପରବର୍ତ୍ତୀ ଘରୋଇ ଯାତ୍ରାରେ ଜଣେ ଯାତ୍ରୀ ଏହାକୁ ବାହାର କରିବାକୁ ଚାହୁଁଥିଲେ। ଅପରେସନ୍ ସମୟରେ ତିରୁଚିରାପଲ୍ଲୀ ଠାରୁ ହାଇଦ୍ରାବାଦ ଠାରେ ପହଞ୍ଚିଥିବା ଜଣେ ଯାତ୍ରୀଙ୍କୁ ଅଟକାଯାଇଥିଲା। ତଲାସୀ ନିଆଯିବା ସମୟରେ ତାଙ୍କ ପୋଷାକ ତଳେ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ପାଉଚ୍ ମଧ୍ୟରେ ୬ ଖଣ୍ଡ ସୁନା ଲୁଚାଇ ରଖାଯାଇଥିବାର ଜଣାପଡ଼ିଥିଲା।
ବିମାନ ମଧ୍ୟରେ ଲୁଚାଇ ରଖାଯାଇଥିଲା ସୁନା
DRI କହିବା ଅନୁଯାୟୀ ଉଦ୍ଧାର ହୋଇଥିବା ସୁନା ଏକ ନୀଳ ରଙ୍ଗର ଟେପ୍ ଏବଂ କାର୍ବନ ପେପର ଭିତରେ ଲୁଚାଇ ରଖାଯାଇଥିଲା। ଯାହାର ମୋଟ ଓଜନ ୧୪୮୧.୭୮୦ ଗ୍ରାମ ରହିଥିଲା। ଜେରା ସମୟରେ ଯାତ୍ରୀ ଜଣକ କହିଥିଲେ ଯେ ସେ ବିମାନ ଭିତରୁ ସୁନା ଉଦ୍ଧାର କରିଛନ୍ତି, ଯେଉଁଠାରେ ଏହାକୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ସମୟରେ ଲୁଚାଇ ରଖାଯାଇଥିଲା। ଏହି ସୁନା କଷ୍ଟମ୍ସ ଆଇନ ୧୯୬୨ ଅନୁଯାୟୀ ଜବତ କରାଯାଇଥିଲା ଏବଂ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା।