Drishti Satellite / ଗେମ୍ ଚେଞ୍ଜର ସାଜିବ 'ଦୃଷ୍ଟି'; ବଢ଼ିଲା ଚୀନ-ପାକିସ୍ତାନର ଟେନସନ୍
·2 hours ago·2 min read

Key Points
ମହାକାଶକୁ ଗଲା ଦେଶର ସବୁଠୁ ବଡ଼ ଘରୋଇ ଉପଗ୍ରହ 'ଦୃଷ୍ଟି' । ମିଶନ 'ଦୃଷ୍ଟି' ଉପଗ୍ରହ ଭାରତ ଲାଗି ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । କାରଣ ଏହା ଲଗାତାର ଓ ସମସ୍ତ ପାଗରେ ପୃଥିବୀ ଉପରେ ନଜର ରଖି ପାରିବ ।
ନୂଆଦିଲ୍ଲୀ: ଭାରତର ଅନ୍ତରୀକ୍ଷ କ୍ଷମତାରେ ନୂଆ ଅଧ୍ୟାୟ । ମହାକାଶକୁ ଗଲା ଦେଶର ସବୁଠୁ ବଡ଼ ଘରୋଇ ଉପଗ୍ରହ 'ଦୃଷ୍ଟି' । କାଲିପର୍ଣ୍ଣିଆର ବ୍ଯାଣ୍ଡନବର୍ଗ ସ୍ପେସ୍ ଫୋର୍ସ ବେସରୁ ସ୍ପେସଏକ୍ସର ଫାଲକନ୍-୯ ରକେଟ୍ରେ ଉପଗ୍ରହ 'ଦୃଷ୍ଟି'ର ଉତ୍କ୍ଷେପଣ କରାଯାଇଛି ।
ବେଙ୍ଗାଳୁରୁ ସ୍ଥିତ ଷ୍ଟାର୍ଟ ଅପ୍ GalaxEye ଦ୍ଵାରା ବିକଶିତ ମିଶନ 'ଦୃଷ୍ଟି' ଉପଗ୍ରହ ସଫଳତାପୂର୍ବକ ଅନ୍ତରୀକ୍ଷ କକ୍ଷରେ ସ୍ଥାପିତ ହୋଇଛି । ଭାରତର ଏହି ଉପଲବ୍ଧି ବୈଷୟିକ ଭାବେ ଗୁରତ୍ଵପୂର୍ଣ୍ଣ । ଯାହାକୁ ଭାରତର ଘରୋଇ ଅନ୍ତରୀକ୍ଷ କ୍ଷେତ୍ର ଲାଗି ଏକ ଐତିହାସିକ ମୋଡ଼ କୁହା ଯାଉଛି ।
ଏଥିସହ ପଢ଼ନ୍ତୁ: ହାଇୱେ-ଏକ୍ସପ୍ରେସୱେ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? କ'ଣ ରହିଛି ଏହାର ମାନଦଣ୍ଡ?
ମିଶନ 'ଦୃଷ୍ଟି' ଉପଗ୍ରହ ଭାରତ ଲାଗି ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । କାରଣ ଏହା ଲଗାତାର ଓ ସମସ୍ତ ପାଗରେ ପୃଥିବୀ ଉପରେ ନଜର ରଖି ପାରିବ । ରଣନୀତିକ ବିଶେଷଜ୍ଞଙ୍କମତରେ ଏହି ଉପଗ୍ରହ ସକ୍ରିୟ ହେବା ଦ୍ଵାରା ପଡ଼ୋଶୀ ଚୀନ, ପାକିସ୍ତାନ ଭଳ ଦେଶଙ୍କ ପାଇ ସମସ୍ୟା ବଢ଼ିବ । ଭବିଷ୍ୟତରେ ଏହି ପ୍ରକାର ଉପଗ୍ରହ ସମୂହ ପ୍ରସ୍ତୁତ ହେଲେ ଭାରତକୁ ବର୍ଷକ ୩୬୫ ଦିନ କଭରେଜ୍ ମିଳିବ ।
କାହିଁକି ଗୁରୁତ୍ଵପୂର୍ଣ୍ଣ 'ଦୃଷ୍ଟି' ?
ଏହି ଉପଲବ୍ଧି ଭାରତ ପାଇଁ ମହତ୍ଵପୂର୍ଣ୍ । କାରଣ ଏହା ପୂର୍ବରୁ ଭାରତ ପାଖରେ ଏଭଳି ସର୍ଭିଲାନ୍ସ କ୍ଷମତାର ଅଭାବ ଥିଲା । ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନର ଏୟାରବେସ୍ ଉପରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନର ପ୍ରମାଣ ପାଇଁ ଆମେରିକାର ବାଣିଜ୍ୟିକ ସାଟେଲାଇଟ୍ ଉପରେ ନିର୍ଭର କରିବାକୁ ପଡ଼ିଥିଲା ।
ପ୍ରତିରକ୍ଷା ସୂତ୍ର ଅନୁସାରେ, ଏବେର ସମୟରେ ଆମ ପାଖରେ ପ୍ରତିଟି ପାଗ ଓ ପ୍ରତି ମୁହୂର୍ତ୍ତରେ ନଜର ରଖିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ତେଣୁ ଏହି ଦୃଷ୍ଟିରୁ ଏହି ମିଶନ ରଣନୀତିକ ଭାବେ ଗୁରୁତ୍ଵ ବହନ କରୁଛି ।
ଏଥିସହ ପଢ଼ନ୍ତୁ: ଇମରଜେନ୍ସି ଗେଟ୍ ଖୋଲିଲେ; ଚଳନ୍ତା ବିମାନରୁ ଡେଇଁଲେ ଯାତ୍ରୀ
'ଦୃଷ୍ଟି' ବିଶ୍ୱର ପ୍ରଥମ "OptoSAR" ସାଟେଲାଇଟ୍ । ଏହା ଯେକୌଣସି ପାଗରେ ଏବଂ ଦିନ-ରାତିରେ ଉଚ୍ଚ ମାନର ଫଟୋ ଉତ୍ତୋଳନ କରିବାରେ ସକ୍ଷମ । ଯାହା ପ୍ରତିରକ୍ଷା, କୃଷି ଏବଂ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ । EO ସେନ୍ସର ଜରିଆରେ ଏହା ସ୍ଵାଭାବିକ କ୍ୟାମେରା ଭଳି ସ୍ପଷ୍ଟ ଫଟୋ ଉଠାଇଥାଏ ।
ଏହା ବାଦଲ, ଧୂଆଁ ଏବଂ ଅନ୍ଧାର ଭେଦ କରି ପାରୁଥିବା ରାଡାର୍ ଟେକ୍ନୋଲୋଜି ବ୍ୟବହାର କରେ । ଯାହା ଦ୍ଵାରା ଯେକୌଣସି ପାଗରେ ଦିନ-ରାତି ଫଟୋ ଉଠାଯାଇପାରିବ । ପ୍ରାୟ ୧୯୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ ଭାରତୀୟ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ସବୁଠାରୁ ବଡ଼ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories