Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଇୱେ-ଏକ୍ସପ୍ରେସୱେ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? କ'ଣ ରହିଛି ଏହାର ମାନଦଣ୍ଡ?

National

Highway vs Expressway / ହାଇୱେ-ଏକ୍ସପ୍ରେସୱେ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? କ'ଣ ରହିଛି ଏହାର ମାନଦଣ୍ଡ?

Subhramjit Ray
Browse all articles by Subhramjit Ray
·2 hours ago·3 min read
ହାଇୱେ-ଏକ୍ସପ୍ରେସୱେ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? କ'ଣ ରହିଛି ଏହାର ମାନଦଣ୍ଡ?
Highway vs Expressway

Key Points

ଲମ୍ବା ଯାତ୍ରା ସମୟରେ ପ୍ରାୟତଃ ହାଇୱେ-ଏକ୍ସପ୍ରେସୱେ ଭଳି ଶବ୍ଦ ଶୁଣିବାକୁ ମିଳିଥାଏ। ହେଲେ ଏହି ରାସ୍ତା ଦ୍ୱୟ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
Difference Between Highway vs Expressway: ଯେତେବେଳେ କୌଣସି ଦୂରଗାମୀ ସ୍ଥାନକୁ ଯାତ୍ରା କରିବାକୁ ହୋଇଥାଏ, ସେତେବେଳେ ଆମେ ପ୍ରାୟତଃ "ହାଇୱେ" ଏବଂ "ଏକ୍ସପ୍ରେସୱେ" ଭଳି ଶବ୍ଦ ଶୁଣିବାକୁ ପାଇଥାଏ। ପ୍ରାୟତଃ ଲୋକେ ଏହି ଦୁଇ ପ୍ରକାରର ରାସ୍ତା ସମାନ ବୋଲି ଧରି ନେଇଥାନ୍ତି। ହେଲେ ଏହି ରାସ୍ତାଦ୍ୱୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ଏହି ରାସ୍ତା ପାଇଁ ରହିଥିବା ନିୟମ ଏବଂ ଗଠନ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। ହାଇୱେ ଏବଂ ଏକ୍ସପ୍ରେସୱେ ମଧ୍ୟରେ ରହିଥିବା ମୂଳ ପାର୍ଥକ୍ୟ କ'ଣ? କିପରି କୌଣସି ରାସ୍ତାକୁ ହାଇୱେ କିମ୍ବା ଏକ୍ସପ୍ରେସୱେ ରୂପରେ ନାମିତ କରିବା ପାଇଁ କ'ଣ ରହିଛି ମାନଦଣ୍ଡ?

ଯଦି ଜାତୀୟ ରାଜପଥ କଥା କୁହାଯାଏ, ତାହେଲେ ଏହା ହେଉଛି ସେହି ରାସ୍ତା ଯାହା ବିଭିନ୍ନ ରାଜ୍ୟ, ସହର ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରସ୍ପର ସହ ଯୋଡ଼ିଥାଏ। ଏପରି ରାସ୍ତାର ପ୍ରାଥମିକ କାର୍ଯ୍ୟ ହେଉଛି ଦୀର୍ଘ ଦୂରଗାମୀ ଯାତ୍ରା ଏବଂ ବାଣିଜ୍ୟ କାରବାରକୁ ସହଜ ଏବଂ ସୁଗମ କରାଇବା। ଜାତୀୟ ରାଜପଥ ଅନେକ ସ୍ଥାନରେ ଛୋଟ ରାସ୍ତା ଏପରିକି ଛକ ବଜାର ସହ ସଂଯୋଗ କରିଥାଏ। ଯେଉଁଠି ନିରନ୍ତର ଟ୍ରାଫିକ ମଧ୍ୟରେ ଯାତାୟତ ଜାରି ରହିଥାଏ। ଏହି ଯାନ ବାହାନର ଗତି ସୀମିତ ରହିଥିବା ଘଣ୍ଟା ପ୍ରତି ବେଗ ୧୦୦ କିମି ସ୍ଥିର ହୋଇଥାଏ।

ଏହା ସହ ପଢନ୍ତୁ: ଶୁକ୍ରବାର ଉଦଘାଟିତ ହେବ ଦେଶର ସବୁଠାରୁ ଆଧୁନିକ 'ମିସିଂ ଲିଙ୍କ୍', କ'ଣ ରହିଛି ଏହାର ବିଶେଷତ୍ୱ?

ଅନ୍ୟପକ୍ଷରେ ଏକ୍ସପ୍ରେସୱେ, ଜାତୀୟ ରାଜପଥର ଏକ ଉନ୍ନତ ଏବଂ ବିକଶିତ ରୂପ। ଏହି ରାଜପଥରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇଥିବା ସଡ଼କ ରହିଥାଏ। ଏଠାରେ ପ୍ରବେଶ କିମ୍ବା ପ୍ରସ୍ଥାନ ରାସ୍ତା ସବୁ ଜାଗାରେ ନଥାଏ। ଏକ୍ସପ୍ରେସୱେରେ ଚଳାଚଳ କରୁଥିବା ଗାଡ଼ିକୁ କେବଳ କିଛି ନିର୍ଦ୍ଦିଷ୍ଟ ଇଣ୍ଟରଚେଞ୍ଜ କିମ୍ବା ରାମ୍ପ ମାଧ୍ୟମରେ ଏହି ରାସ୍ତାରେ ଯିବା ଆସିବା କରିବାର ସୁଯୋଗ ପାଇଥାନ୍ତି। ଏହି ରାସ୍ତା ଅବିରତ ଟ୍ରାଫିକ ପ୍ରବାହକୁ ସୁନିଶ୍ଚିତ କରିବା ସହ ଯାତ୍ରାକୁ ଦ୍ରୁତ ଏବଂ ସୁରକ୍ଷିତ କରିଥାଏ। ଏକ୍ସପ୍ରେସୱେକୁ ବିଶେଷ ଭାବରେ ଦ୍ରୁତ ଗତିରେ ଯିବା ଆସିବା କରିବା ପାଇଁ ବିକଶିତ କରାଯାଇଛି। ଯାହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୦ କିମି ଧାର୍ଯ୍ୟ ହୋଇଛି।

ଉଭୟ ହାଇୱେ-ଏକ୍ସପ୍ରେସୱେ ରାସ୍ତା ପାଇଁ ନିଆଯାଉଥିବା ଟୋଲ୍ ଟ୍ୟାକ୍ସ ମଧ୍ୟରେ ମଧ୍ୟ କିଛି ପାର୍ଥକ୍ୟ ରହିଛି। ଉଭୟ ରାସ୍ତାରେ ଆଦାୟ କରାଯାଉଥିବା ଟୋଲ୍ ଦୂରତା, ରାସ୍ତାର ଲମ୍ବା ଏବଂ ସୁବିଧା ଉପରେ ନିର୍ଭର କରିଥାଏ। ଦେଶରେ ଟୋଲ୍ ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଦୂରତା ପାଇଁ ସ୍ଥିର କରାଯାଏ। ପ୍ରତ୍ୟେକ ଟୋଲ୍ ପ୍ଲାଜା ଠାରେ ଶୁଳ୍କ ପରସ୍ପର ଠାରୁ ଅଲଗା ହୋଇପାରେ।

ହାଇୱେ-ଏକ୍ସପ୍ରେସୱେ ପାଇଁ ଲାଗୁ ହେଉଥିବା ନିୟମ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। କାରଣ ଏହି ରାସ୍ତା ଦ୍ୱୟର ଡିଜାଇନ୍ ଏବଂ ବ୍ୟବହାର ଅଲଗା ଅଲଗା କାରଣ ପାଇଁ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ପ୍ରବେଶ ଏବଂ ପ୍ରସ୍ଥାନ ନିୟମକୁ ନେଇ ରହିଛି। ଜାତୀୟ ରାଜପଥରେ ଆପଣ ବିଭିନ୍ନ ସ୍ଥାନରୁ ଯେପରିକି ଗାଁ ଗଣ୍ଡା ଛକ ବଜାରରେ ରହିଥିବା ରାସ୍ତାରୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରିବେ। ହେଲେ ଏକ୍ସପ୍ରେସୱେ ପାଇଁ ଏହି ସୁବିଧା ନଥାଏ। ଏହି ରାସ୍ତାରେ ଚଲାଚଳ କରୁଥିବା ଗାଡି଼କୁ କେବଳ ନିର୍ଦ୍ଦିଷ୍ଟ କିଛି ଇଣ୍ଟରଚେଞ୍ଜ କିମ୍ବା କିଛି ନିର୍ଦ୍ଧିଷ୍ଟ ସ୍ଥାନରୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାର ଅନୁମତି ରହିଥାଏ। ଏହା ବ୍ୟତୀତ ଯାନବାହନ ଚଳାଇବାକୁ ନେଇ ନିୟମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଜାତୀୟ ରାଜପଥରେ ପ୍ରାୟ ସମସ୍ତ ପ୍ରକାରର ଯାନବାହାନ ଯେପରିକି ବାଇକ୍, ଟ୍ରାକ୍ଟର ଏବଂ ଅଟୋ ଚଳାଚଳ କରିବାକୁ ଅନୁମତି ରହିଥାଏ। ହେଲେ ଏକ୍ସପ୍ରେସୱେରେ ସାଇକେଲ, ଟ୍ରାକ୍ଟର ଏବଂ କିଛି ଦୁଇଚକିଆ ଯାନ ଚଳାଚଳ କରିବା ପାଇଁ ଅନୁମତି ନଥାଏ।

ଏହା ସହ ପଢନ୍ତୁ: ଦେଶର ସବୁଠାରୁ ଲମ୍ବା ବୈଦ୍ୟୁତିକ ରାଜପଥ! ଯାହାର ପରୀକ୍ଷଣ ନାଁ ହେଉଛି 'ଧୁରନ୍ଧର-୪'

ସୁରକ୍ଷା ଏବଂ ଯାତ୍ରା ଅଭିଜ୍ଞତା ଦୃଷ୍ଟିରୁ ଏକ୍ସପ୍ରେସୱେ, ଜାତୀୟ ରାଜପଥ ଅପେକ୍ଷା ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ। କାରଣ ସେହି ରାସ୍ତାରେ ହଠାତ୍ କୌଣସି ଯାନବାହାନ କିମ୍ବା ପଦଯାତ୍ରୀ ରାସ୍ତାକୁ ମାଡ଼ି ଆସନ୍ତି ନାହିଁ। ଅନ୍ୟପକ୍ଷରେ ଗାଁ ଗଣ୍ଡା ଛକ ବଜାର ସହରର ଟ୍ରାଫିକ୍ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଅପେକ୍ଷାକୃତ ଭାବରେ ଧିମା ରହିଥାଏ। ଏହି କାରଣରୁ ଏକ୍ସପ୍ରେସୱେ ଯାତ୍ରା ଦ୍ରୁତ, ସୁଗମ ଏବଂ କମ୍ ସମୟ ବିଶିଷ୍ଟ ହୋଇଥାଏ। ଯେତେବେଳେ ଜାତୀୟ ରାଜପଥରେ ଯାତ୍ରା ପାଇଁ ଅଧିକ ସମୟ ଲାଗିଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Highway vs Expressway: Key Differences, Speed Limits & Design Standards | Argus News