Bumper Lottery / ଭାଗ୍ୟ ବଦଳେଇ ଦେଲା ଲଟେରୀ, ଗରିବ ଡ୍ରାଇଭର ହେଲେ କୋଟିପତି
·7 months ago·2 min read

Key Points
ଖୋଲିଗଲା ଭାଗ୍ୟ
ଡ୍ରାଇଭର ଜିତିଲେ ୧୦ କୋଟି
ଡ୍ରାଇଭର ଜିତିଲେ ୧୦ କୋଟି
ବଦଳିଗଲା ଡ୍ରାଇଭରଙ୍କ ଭାଗ୍ୟ। ଲଟେରି ଜିତି ସଙ୍ଗେ ସଙ୍ଗେ ହେଲେ କୋଟିପତି। ଆଜ୍ଞା ହଁ, କେତେବେଳେ କାହା ଭାଗ୍ୟ ବଦଳିଯିବ କେଉଁ ଗରିବ ଲୋକ କେତେବେଳେ କୋଟିପତି ହୋଇଯିବ ତାହା କେବଳ ଭଗବାନ ହିଁ ଜାଣିଥାନ୍ତି। ଅର୍ଥାତ ରାତାରାତି କୋଟିପତି ପାଲଟିଯାଏ ଗରିବ । ହଠାର ଖୋଲିଯାଏ ଭାଗ୍ୟ । କିଛି ଏପରି ଘଟଛି ଜଣେ ଡ୍ରାଇଭରଙ୍କ ଜୀବନରେ । ସେ ଜିତିଛନ୍ତି ୧୦କୋଟି ଟଙ୍କାର ଲଟେରି । ଯାହା ଏବେ ତାଙ୍କ ପରିବାରରେ ଖୁସି ଆଣିଦେଇଛି । ସୂଚନାନୁସାରେ, ହରିୟାଣା ସିରସାର ବାସିନ୍ଦା ପୃଥ୍ୱୀ ସିଂହ ନାମକ ଜଣେ ବ୍ୟକ୍ତି ୧୦ କୋଟି ଟଙ୍କାର ଲଟେରି ଜିତିଛନ୍ତି । ପୃଥ୍ୱୀ ସିଂହ ସିରସା ଜିଲ୍ଲା ମହମ୍ମଦପୁରିଆ ଗାଁର ବାସିନ୍ଦା ।
ତାଙ୍କ ପରିବାରରେ ପତ୍ନୀ ସୁମନ,ଝିଅ ରିତିକା,ପୁଅ ଦକ୍ଷ ଅଛନ୍ତି । ସିଂହ ପେସାରେ ଜଣେ ଡ୍ରାଇଭର । ପୃଥ୍ୱୀ ଶ୍ରମିକ ଭାବେ କାମ କରି ଗୁଜୁରାଣ ମେଣ୍ଟାନ୍ତି । ଏଥିସହ ସମୟ ସମୟରେ ଡ୍ରାଇଭର ଭାବେ କାମ କରିଥାନ୍ତି । ପୃଥ୍ୱୀଙ୍କ ଅନୁସାରେ,ନିକଟରେ ସେ ଜଣେ ସ୍ଥାନୀୟ ବିକ୍ରେତାଙ୍କଠାରୁ ୩ଟି ଲଟେରି ଟିକଟ କିଣିଥିଲେ । ସେଗୁଡ଼ିକର ମୂଲ୍ୟ ଯଥାକ୍ରମେ ୫୦୦,୨୦୦ ଏବଂ ୧୦୦ ଟଙ୍କା ଥିଲା । ସେଥିମଧ୍ୟରୁ ୫୦୦ ଟଙ୍କିଆ ଟିକଟର ଲଟେରି ଉଠିଛି । ୩୦ ପ୍ରତିଶତ ଟିକସ ଆକାରରେ କଟିଯିବା ପରେ ବାକି ୭ କୋଟି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ଆସିବ । ସେହି ଅର୍ଥରେ ସେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି ପ୍ରକାଶ କରିଛନ୍ତି । ଏହାପୂର୍ବରୁ ପୃଥ୍ୱୀ ଆଉଥରେ ବି ଲଟେରି ଟିକଟ କିଣିଥିଲେ । କିନ୍ତୁ ସେଥର ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇନଥିଲେ ।
ଏଥିସହ ପଢ଼ନ୍ତୁ: ମଣିଷ ମରା ମାଞ୍ଜା ସୂତା: ବିକ୍ରି କଲେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା
ସେ‘ପଞ୍ଜାବ ଲୋହରି ମକର ସଂକ୍ରାନ୍ତି ୨୦୨୬ ବମ୍ପର ଲଟେରି’ରେ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପୃଥ୍ୱୀଙ୍କ ଘରେ ଏବେ ଉତ୍ସବର ମାହୋଲ । ପରିବାର ଲୋକେ ବ୍ୟାଣ୍ଡ ବାଜାର ତାଳେ ତାଳେ ନୋଟ୍ର ମାଳା ପିନ୍ଧାଇ ତାଙ୍କୁ ସ୍ୱାଗତ କରିଛନ୍ତି । ଭାଗ୍ୟ ବଦଳାଇଦେଲା ଲଟେରୀ । ଗାଡ଼ି ଚଳାଇ ପେଟ ପୋଷୁଥିବା ଯୁବକ ରାତାରାତି କୋଟିପତି ହୋଇଯାଇଛନ୍ତି । ଏତେ ଟଙ୍କା ଜିତିବା ପରେ ତାଙ୍କର ଖୁସିର ଠିକଣା ନାହିଁ । ପରିବାରରେ ସମସ୍ତେ ଖୁସି ବ୍ୟକ୍ତ କରୁଛନ୍ତି। କିଛି ଦିନ ପୂର୍ବରୁ ଲଟେରୀ ଟିକେଟ୍ କିଣିଥିଲେ । ହେଲେ ଆଗରୁ ସେ ଲଟେରୀ ପାଇଁ ସେ କେବେ ଟଙ୍କା ଟିଏ ବି ଖର୍ଚ୍ଚ କରିନଥିବା କହିଛନ୍ତି । ପ୍ରଥମ ଥର କିଣି ହିଁ କୋଟିପତି ହୋଇଛନ୍ତି । ଟଙ୍କା ଜିତିଗଲା ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା, ଯାହା ଦେଖି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories