Videos
|
National

Dudhi River Bridge Approach Road MP / ନଦୀ ଉପରେ ବନାଇଲେ ୯ କୋଟିର ପୋଲ; ହେଲେ ଭୁଲିଗଲେ ରାସ୍ତା ନିର୍ମାଣ

Subhramjit Ray
Browse all articles by Subhramjit Ray
·31 mins ago·2 min read
ନଦୀ ଉପରେ ବନାଇଲେ ୯ କୋଟିର ପୋଲ; ହେଲେ ଭୁଲିଗଲେ ରାସ୍ତା ନିର୍ମାଣ
Dudhi River Bridge Approach Road MP

Key Points

ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ୮.୮୬  କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ୩୦୮ମିଟର ଲମ୍ବା ପୋଲ ୩ ବର୍ଷ ପରେ ମଧ୍ୟ ବ୍ୟବହାରଯୋଗ୍ୟ ହୋଇନାହିଁ।
ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ତାହାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାର ବାଙ୍ଖେଡି ଅଞ୍ଚଳର ଉମରଧା ଗ୍ରାମ ନିକଟରେ ଦୁଧି ନଦୀ ଉପରେ ପ୍ରାୟ ୮.୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ୩୦୮ ମିଟର ଲମ୍ବା ସେତୁ ନିର୍ମାଣ କରାଯାଇଥିଲା। ହେଲେ ଏହି ପୋଲ ପର୍ଯ୍ୟନ୍ତ ଯିବା ପାଇଁ କୌଣସି ଆପ୍ରୋଚ୍ ରୋଡ୍ ନିର୍ମାଣ କରାଯାଇ ନଥିଲା। ଯାହାର ଫଳସ୍ୱରୂପ ପ୍ରାୟ ୩ ବର୍ଷ ପୂର୍ବେ ସମ୍ପୂର୍ଣ୍ଣ ହୋଇଥିବା ପୋଲକୁ ବର୍ତ୍ତମାନ ଜନସାଧାରଣ ବ୍ୟବହାର କରିପାରୁ ନାହାଁନ୍ତି।

ପୋଲର ଉଭୟ ପାର୍ଶ୍ୱରେ ନାହିଁ କୌଣସି ରାସ୍ତା
ନର୍ମଦାପୁରମ-ନରସିଂହପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଏହି ସେତୁ ନିର୍ମାଣ କରାଯାଇଥିଲା। ଏହି ପୋଲ ଉଭୟ ଜିଲ୍ଲାର ପ୍ରାୟ ୪୦-୫୦ ଗ୍ରାମର ଲୋକଙ୍କ ପାଇଁ ଉତ୍ତମ ସଂଯୋଗ ଏବଂ ଯାତ୍ରା ସହଜ କରିବା କଥା ଥିଲା। ହେଲେ ସେତୁର ଉଭୟ ପାର୍ଶ୍ୱରେ ପ୍ରାୟ ୧ କିଲୋମିଟର ରାସ୍ତା ଅଭାବରୁ, ଗ୍ରାମବାସୀଙ୍କୁ ପାଖରେ ଥିବା ଏକ ମାଟି ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼ୁଛି। ବର୍ଷା ଋତୁରେ ପରିସ୍ଥିତି ଆହୁରି ଖରାପ ହୁଏ। ମାଟି ରାସ୍ତା କାଦୁଅ ଏବଂ ପଙ୍କରେ ପରିଣତ ହୋଇଯାଏ। ଯାହା ଫଳରେ ପୋଲ ପର୍ଯ୍ୟନ୍ତ ପହଞ୍ଚିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଗ୍ରୀଷ୍ମ ଏବଂ ଶୀତ ଋତୁରେ ମଧ୍ୟ ଲୋକଙ୍କୁ ଖାଲ ଖମା ଭର୍ତ୍ତି ରାସ୍ତାରେ ଯିବାକୁ ପଡ଼ିଥାଏ।

ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ସେମାନେ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ନିକଟରେ ଏହି ସମସ୍ୟା ଅନେକ ଥର ଉଠାଇଛନ୍ତି। ହେଲେ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ପରିସ୍ଥିତି ଏପରି ହୋଇଛି ଯେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲରେ ପ୍ରତିଦିନ ବହୁତ କମ୍ ଯାନବାହାନ ଯାତାୟାତ କରିଥାଏ। କାରଣ ଏହା ଏକ ଚ୍ୟାଲେଞ୍ଜ ହୋଇ ରହିଛି।

ଦୁଇ ଜିଲ୍ଲା ମଧ୍ୟରେ ଯାତ୍ରା ଉପରେ ପ୍ରଭାବ
ଗ୍ରାମବାସୀ କହିଛନ୍ତି ଯେ ଯଦି ଆପ୍ରୋଚ୍ ରୋଡ୍ ନିର୍ମାଣ ହୁଏ, ତାହେଲେ ଏହି ପୋଲ ଏଠାକାର ହଜାର ହଜାର ଲୋକଙ୍କ ପାଇଁ ଏକ ପ୍ରମୁଖ ଆଶ୍ୱସ୍ତି ପ୍ରଦାନ କରିପାରିବ। ଦୁଇ ଜିଲ୍ଲା ମଧ୍ୟରେ ଯାତ୍ରାକୁ ବହୁତ ସହଜ କରିପାରିବ। ଏବେ ପ୍ରଶ୍ନ ହେଉଛି ପୋଲ ନିର୍ମାଣ ହେବା ସମୟରେ ରାସ୍ତା ନିର୍ମାଣକୁ କାହିଁକି ଅନ୍ତର୍ଭୁକ୍ତ କରାଯାଇ ନଥିଲା? ଯଦି ଥିଲା, ତାହେଲେ ୩ ବର୍ଷ ପରେ ମଧ୍ୟ କାମ କାହିଁକି ଅସମ୍ପୂର୍ଣ୍ଣ ଅଛି? ଏ ସମ୍ପର୍କରେ ଅଧିକାରୀଙ୍କୁ ପଚରାଯାଇଥିଲା। ହେଲେ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: