Videos
|
National

Durgapur Gang Rape / ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ପଶ୍ଚିମବଙ୍ଗ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ପୁରୁଷ ବନ୍ଧୁ

Key Points

ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ଗିରଫ । ଷଷ୍ଠ ଅଭିଯୁକ୍ତ ଭାବେ ୱାସିଫ୍‌କୁ ବାନ୍ଧିଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ୍ ବାହାରକୁ ନେବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ।

ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ଗିରଫ ହୋଇଛି । ଷଷ୍ଠ ଅଭିଯୁକ୍ତ ଭାବେ ୱାସିଫ୍‌କୁ ବାନ୍ଧିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ୍ ବାହାରକୁ ନେବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ୧୬୪ ବୟାନ ଅନୁସାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ୱାସିଫ୍ ଅଲ୍ଲୀକୁ କୋର୍ଟ ଚାଲାଣ କରାଯିବ । ଏନେଇ ପୂର୍ବାଞ୍ଚଳ ଦୁର୍ଗାପୁର ଡିସିପି ଅଭିଷେକ ଗୁପ୍ତା ସୂଚନା ଦେଇଛନ୍ତି ।


ପୋଲିସ ମଙ୍ଗଳବାର ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଥିଲା । ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀ ତାଙ୍କୁ ଅସଦାଚରଣ କରିଥିବା ପୀଡ଼ିତା ବୟାନରେ କହିଛନ୍ତି । ପୂର୍ବରୁ ୱାସିଫକୁ ଗିରଫ କରିବାକୁ ପୀଡ଼ିତାଙ୍କ ବାପା ମଧ୍ୟ ଦାବି କରିଥିଲେ । ଏହି ମାମଲାରେ ୱାସିଫକୁ ମିଶାଇ ଏବେ ସୁଦ୍ଧା ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟ ୫ ଜଣ ଦୁର୍ବୃତ୍ତ ହେଲେ ଅପ୍ପୁ ବାଉରୀ, ଫିର୍ଦ୍ଦୋସ ଶେଖ୍, ଶେଖ୍ ରିଆଜୁଦ୍ଦିନ, ନସିରୁଦ୍ଦିନ ଓ ସଫିକ୍ ଗୁଲ୍ ।

ଅଧିକ ପଢ଼ନ୍ତୁ: ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'

ମଙ୍ଗଳବାର ଏ ସମସ୍ତ ଅଭିଯୁକ୍ତଙ୍କୁ ନେଇ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା । କେମିତି ପୂରା ଘଟଣା ଘଟିଲା, କେତେବେଳେ ଯୁବତୀଙ୍କୁ ଡାକିଲେ, କେଉଁ ରାସ୍ତାରେ ଯାଇଥିଲେ ତମାମ ଘଟଣାର ସିନ ରିକ୍ରିଏସନ କରାଯାଇଥିଲା । ଗିରଫ ହୋଇଥିବା ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀକୁ ନେଇ ମଧ୍ୟ ପୋଲିସ କ୍ରାଇମସିନରେ ଛାନଭିନ୍ କରିଥିଲା ।


ୱାସିଫ୍ ଅଲ୍ଲୀ ସହ ସେଦିନ ହଷ୍ଟେଲରୁ ବାହାରକୁ ଯାଇଥିଲେ ପୀଡ଼ିତା । ପୂରା ଘଟଣାରେ ୱାସିଫର ଭୂମିକା ଥିଲା ସନ୍ଦେହ ଘେରରେ । କାରଣ ସେଦିନ ରାତିରେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ୱାସିଫ୍ ହିଁ ଜିଦ୍ ଧରିଥିଲା । ତେଣୁ ଯୋଜନା ବଦ୍ଧ ଭାବେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା କି ପୁରୁଷ ବନ୍ଧୁ ସେ ନେଇ ପ୍ରଶ୍ନ ଉଠିଥିଲା । ଗଣଦୁଷ୍କର୍ମରେ ସାମିଲ ୫ ଦୁର୍ବୃତ୍ତଙ୍କ ସହ ତା'ର ସମ୍ପର୍କକୁ ନେଇ ମଧ୍ୟ ସନ୍ଦେହ ରହିଛି । ଏବେ ପୀଡ଼ିତାଙ୍କ ବୟାନ ଆଧାରରେ ୱାସିଫ୍ ଅଲ୍ଲୀକୁ ଗିରଫ କରାଯାଇଥିବାବେଳେ ପୂରା ମାମଲାରେ ତା'ର ସମ୍ପୃକ୍ତି ଉପରୁ ମଧ୍ୟ ପରଦା ଉଠିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ପୀଡ଼ିତା ଚିକିତ୍ସିତ ହେଉଥିବା ଦୁର୍ଗାପୁର ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପି ଟିମ୍ । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମମତାଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ମା-ମାଟିର ଦଳ ଦାବି କରୁଥିବା ମମତା ପୀଡ଼ିତା ପରିବାରକୁ ନ୍ୟାୟ ଦେବାରେ ବିଫଳ । ବିଜେପି ମହିଳା ମୋର୍ଚ୍ଚା ଟିମ୍ ବି ହସ୍ପିଟାଲ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିବା ଓଡ଼ିଶା ବିଜେପି ଟିମକୁ ସୁରକ୍ଷା କର୍ମୀ ଭିତରକୁ ନ ଛାଡ଼ିବାରୁ IQ ସିଟି ହସପିଟାଲ ବାହାରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

Related Topics

Explore more stories