Videos
|
National

Cockroach Dahan Delhi Controversy / ଅସରପା ପ୍ରତିମା ପୋଡ଼ିବାକୁ ନେଇ ତେଜିଲା ବିବାଦ; ରାଜନୀତି ସହ ଜଡି଼ତ ଅଭିଯୋଗକୁ ଆୟୋଜକଙ୍କ ଅସ୍ୱୀକାର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅସରପା ପ୍ରତିମା ପୋଡ଼ିବାକୁ ନେଇ ତେଜିଲା ବିବାଦ; ରାଜନୀତି ସହ ଜଡି଼ତ ଅଭିଯୋଗକୁ ଆୟୋଜକଙ୍କ ଅସ୍ୱୀକାର
Cockroach Dahan Delhi Controversy

Key Points

ଦିଲ୍ଲୀର ପିତାମପୁରାରେ, ଶ୍ରୀ କେଶବ ରାମଲୀଳା କମିଟି ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପ୍ରତିମୂର୍ତ୍ତି ସହିତ ଏକ ୩୦ ଫୁଟ ଉଚ୍ଚ ଅସରପା ପ୍ରତିମୂର୍ତ୍ତି ଜାଳିବ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ରାମଲୀଳା କାର୍ଯ୍ୟକ୍ରମ ସମୟରେ ରାବଣ, ମେଘନାଦ, କୁମ୍ଭକର୍ଣ୍ଣ ପ୍ରତିମା ସହିତ ଏକ ୩୦ ଫୁଟ୍ ଲମ୍ବା ଅସରପା ପ୍ରତିମା ଦହନ କରାଯିବ। ଅସରପା ପ୍ରତିମା ଦହନ କରିବା ବିଷୟରେ ଜଣାପଡ଼ିବା ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଧାର୍ମିକ କାର୍ଯ୍ୟକ୍ରମ ସହିତ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ହେଲେ ଆୟୋଜକ କହିଛନ୍ତି ଯେ ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପିତମପୁରା ଠାରେ ଆୟୋଜିତ ହେଉଥିବା ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି କହିଛନ୍ତି ଯେ ଅସରପା ହେଉଛି ମଇଳାର ପ୍ରତୀକ। "ସ୍ୱଚ୍ଛ ଭାରତ" ଏବଂ "ସ୍ୱଚ୍ଛ ଦିଲ୍ଲୀ" ଅଭିଯାନର ଅଂଶ ଭାବରେ ସ୍ୱଚ୍ଛତା ବିଷୟରେ ସଚେତନତା ପ୍ରସାର କରିବା ଏହି ପଦକ୍ଷେପର ଲକ୍ଷ୍ୟ।

ଏନେଇ ପ୍ରତିକ୍ରିୟା ରଖି ରାମଲୀଳାନ କମିଟି ସଭାପତି ଏବଂ ବିଜେପି ବିଧାୟକ ଅଶୋକ ଗୋୟଲ କହିଛନ୍ତି, "ଏହି ନିଷ୍ପତ୍ତି ରାଜନୈତିକ କାରଣରୁ ନିଆଯାଇନାହିଁ। ଏହା ମନ୍ଦ ଉପରେ ଭଲର ବିଜୟର ବାର୍ତ୍ତା ଦେବା ଏବଂ ସ୍ୱଚ୍ଛତାର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଲକ୍ଷ୍ୟ ରଖିଛି।" ସେ ଆହୁରି କହିଛନ୍ତି ଯେ ରାବଣଙ୍କ ସେନାରେ ରାକ୍ଷସଙ୍କ ମଧ୍ୟରେ ଅସରପାକୁ ପ୍ରଦର୍ଶିତ କରାଯିବ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋକରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ହୋଇଥିବା ପ୍ରତିବାଦ ମଧ୍ୟରେ ଦଶହରା ଅବସରରେ ଅସରପା ଦହନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭାବନାକୁ ଲାଗିପାରେ ଆଘାତ...
ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ସମସାମୟିକ ରାଜନୈତିକ ଘଟଣାକ୍ରମକୁ ଏକ ଧାର୍ମିକ ଉତ୍ସବରେ ସାମିଲ କରିବା ଲୋକଙ୍କ ଭାବନାକୁ ଆଘାତ ଦେଇପାରେ। ଏହା କୌଣସି ପର୍ବର ପାରମ୍ପରିକ ଗୁରୁତ୍ୱକୁ ଦୂରେଇ ଦେଇପାରେ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଦଶହରା ହେଉଛି ମନ୍ଦ ଉପରେ ଭଲ, ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ। ଏହି ସୁନ୍ଦର ପରମ୍ପରାକୁ ସମସାମୟିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ପାଇଁ କାହିଁକି ବ୍ୟବହାହର କରାଯିବ? ଅନ୍ୟଜଣେ ବ୍ୟବହାରକାରୀ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ପର୍ବପର୍ବାଣୀ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଏକତ୍ର କରିଥାଏ, ନାଁ କି ଲୋକଙ୍କ ମଧ୍ୟରେ ରାଜନୈତିକ ବିଭାଜନ କରିଥାଏ।

ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି ଯେ ରାବଣକୁ ଅସରପା ସହିତ ତୁଳନା କରିବା କକରୋଚ ଜନତା ପାର୍ଟି (CJP) ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ହେଲେ ଏହା ହିନ୍ଦୁଙ୍କ ଧାର୍ମିକ ଭାବନକୁ ଆଘାତ ଦେଇପାରେ। ଅନ୍ୟ କେତେକ ଲୋକ ଏହି ପଦକ୍ଷେପର ଧାର୍ମିକ ଆଧାର ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ଏହି ଉତ୍ସବକୁ ରାଜନୈତିକ ବାର୍ତ୍ତାକୁ ଆଗକୁ ବଢ଼ାଇବା ପାଇଁ ବ୍ୟବହାର କରାଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଜଣେ ହିନ୍ଦୁ ଭାବରେ ଏହା ମୋ ଧର୍ମ ଏବଂ ମୋ ଜୀବନରେ ମୁଁ ପାଳନ କରୁଥିବା ସମସ୍ତ ବିଶ୍ୱାସ ପ୍ରତି ଅତ୍ୟନ୍ତ ଅସମ୍ମାନଜନକ। ସେମାନେ ହିନ୍ଦୁ ଧର୍ମର ରାଜନୀତିକରଣ କରୁଛନ୍ତି ଏବଂ ନିଜ ସ୍ୱାର୍ଥ ପାଇଁ ଏହାର ଅପମିଶ୍ରଣ କରୁଛନ୍ତି।" ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦିଲ୍ଲୀର ପରିବେଶଗତ ଚିନ୍ତାକୁ ଦର୍ଶାଇ ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଛନ୍ତି ଯେ ଯେତେବେଳେ ସହର ପୂର୍ବରୁ ବାୟୁ ପ୍ରଦୂଷଣ ସହିତ ସଂଘର୍ଷ କରୁଛି ସେତେବେଳେ ଏତେ ବଡ଼ କୁଶପୁତ୍ତଳିକା କାହିଁକି ପୋଡ଼ିବାକୁ ଦିଆଗଲା?