Videos
|
National

Dussehra Ravan Dahan 2026 / ସବୁଠି ଜଳିଲେ ସମସ୍ତଙ୍କର ନିଜସ୍ୱ ରାବଣ; କେଉଁଠି ନିଶା, କେଉଁଠି ଅସରପା, କେଉଁଠି ଦିମାଗୀ ନକ୍ସଲ

Subhramjit Ray
Browse all articles by Subhramjit Ray
·30 mins ago·3 min read
ସବୁଠି ଜଳିଲେ ସମସ୍ତଙ୍କର ନିଜସ୍ୱ ରାବଣ; କେଉଁଠି ନିଶା, କେଉଁଠି ଅସରପା, କେଉଁଠି ଦିମାଗୀ ନକ୍ସଲ
Dussehra Ravan Dahan 2026

Key Points

ଦଶହରାରେ ଦେଶର ବିଭିନ୍ନ ସ୍ଥାନରେ ଅନନ୍ୟ ରାବଣର କୁଶ ପୁତ୍ତଲିକା ଦହନ କରାଯାଇଥିଲା। କେତେକ ଅସରପା କୁଶ ପୁତ୍ତଲିକା ପୋଡ଼ିଥିବା ବେଳେ ଆଉ କେତେକ ଆଜିର ରାବଣ ପୋଡ଼ିଥିଲେ।

ମଙ୍ଗଳବାର (ଅକ୍ଟୋବର ୨୦) ସମଗ୍ର ଦେଶର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଦଶହରା। ଏହି ଅବସରରେ ସମଗ୍ର ଦେଶରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦଶହରାକୁ ମିଥ୍ୟା ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଭାବରେ ପାଳନ କରାଯାଏ। ହେଲେ ଚଳିତ ବର୍ଷର ଦଶହରା ସ୍ୱତନ୍ତ୍ର ରହିଛି। କାରଣ ଏଥର କେବଳ ରାବଣ ପୋଡ଼ି ଅନୁଷ୍ଠିତ ହୋଇନାହିଁ। ବରଂ ସମସ୍ତେ ନିଜର "ରାବଣ" ମଧ୍ୟ ପ୍ରଦର୍ଶନ କରିଛନ୍ତି। କେତେକ ଅସରପା, ନିଶା, ଦିମାଗୀ ନକ୍ସଲ ଚିତ୍ରଣ କରୁଥିବା ରାବଣ ଦହନ କରିଛନ୍ତି।

ଦିଲ୍ଲୀ ସ୍ଥିତ ପିତାମପୁରା ଠାରେ, ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପୁତ୍ତଳିକା ସହିତ ଏକ ୩୦ ଫୁଟ ଉଚ୍ଚ ଅସରପା ପୁତ୍ତଳିକା ଦହନ କରାଯାଇଥିଲା। ପିତାମପୁରା ଠାରେ ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି କହିଛି ଯେ ଅସରପା ପୁତ୍ତଳିକା ମଇଳାର ପ୍ରତୀକ।


ପଶ୍ଚିମ ବିହାର ସ୍ଥିତ ଇନ୍ଦ୍ରପ୍ରସ୍ଥ ରାମଲୀଳା କମିଟି ଏଥର ମଧ୍ୟ ସମାଜର କଠୋର ବାସ୍ତବତାକୁ ପ୍ରକାଶ କରିବାର ପରମ୍ପରା ବଜାୟ ରଖିଛି। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦ ବ୍ୟତୀତ "ଆଜିର ରାବଣ" ନାମରେ ଏକ ଚତୁର୍ଥ ପ୍ରତିମୂର୍ତ୍ତି ଦାହ କରାବର ଯୋଜନା କରିଛି। କମିଟି ସଭାପତି ସନ୍ଦୀପ ବିନ୍ଦୁ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ଜେନେରିକ୍ ଔଷଧ ମୂଲ୍ୟର ବ୍ୟାପକ ହେରଫେର ଏବଂ ନକଲି ଔଷଧର ଅବୈଧ ବାଣିଜ୍ୟ ଦର୍ଶାଉଛି। ସେ କହିଛନ୍ତି ଯେ ଆଜି ଔଷଧ ମୂଲ୍ୟ ଏତେ ଆକାଶଛୁଆଁ ଯେ ଏହା ସାଧାରଣ ଲୋକଙ୍କ ପହଞ୍ଚିବା ବାହାରେ ହୋଇଯାଇଛି। ଏହା ନକଲି ଔଷଧର ବିପଦ ଘାତକ ପ୍ରମାଣିତ ହେଉଛି।

ଏହା ସହ ପଢନ୍ତୁ: ରାମଲୀଳାରେ ଜଳିବ ୩୦ ଫୁଟ ଉଚ୍ଚ ଅସରପା; ଚାଲିଛି ଜୋରଦାର ପ୍ରସ୍ତୁତି

ସେହିପରି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ରାମଲୀଳା ମୈଦାନ ଠାରେ ରାବଣର ଏକ ୭୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା। ଯାହା ଏକ ସ୍ୱତନ୍ତ୍ର ଥିମ୍ ଉପରେ ଡିଜାଇନ୍ କରାଯାଇଥିଲା। ଯାହାର ଲକ୍ଷ୍ୟ ରାଷ୍ଟ୍ର ବିରୋଧି, ସନାତନ ବିରୋଧି, ମାନସିକ ନକ୍ସଲବାଦ ଦୂର କରିବା।


ଏହି ସମୟରେ ପଞ୍ଜାବ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୁଧିଆନା ସ୍ଥିତ ଡେରାସି ମୈଦାନ ଠାରେ ରାବଣ ଦହନ ଉତ୍ସବରେ ଯୋଗ ଦେଇଥିଲେ। ଏଠାରେ ରାବଣକୁ "ଚିଟ୍ଟା" ପ୍ରତୀକ ଭାବରେ ଚିତ୍ରଣ କରାଯାଇଥିଲା। "ଚିଟ୍ଟା" ହେଉଛି ଏକ ପ୍ରକାରର ନିଶା ଯାହାର ବ୍ୟବହାର ପଞ୍ଜାବରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଅବୈଧ ନିଶା କାରବାର ଏକ ପ୍ରମୁଖ ସମସ୍ୟା ପାଲଟିଛି। ଯଦି ବିଜେପି ପଞ୍ଜାବରେ ସରକାର ଗଠନ କରେ ତାହେଲେ ନିଶା ୟବହାରକୁ ଦୂର କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଶୃତି ଦେଇଛନ୍ତି।

ଏହା ବ୍ୟତୀତ ଇନ୍ଦୋର ଠାରେ "ପୌରୁଷ" ନାମକ ଏକ ସଙ୍ଗଠନ ମୁସ୍କାନ ରସ୍ତୋଗୀ ଏବଂ ସାହିଲ ଶୁକ୍ଳାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚେଷ୍ଟା କରିଥିଲା। ସୌରଭ ରାଜପୁତଙ୍କ ହତ୍ୟା ପାଇଁ ମୁସ୍କାନ ଏବଂ ସାହିଲଙ୍କୁ ସମ୍ପ୍ରତି ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ପୋଲିସ ଦ୍ୱାରା ବୁଝାସୁଝା କରାଯିବା ପରେ ମୁସ୍କାନ ଏବଂ ସାହିଲଙ୍କ ପ୍ରତିଛବିକୁ ପ୍ରତିମୂର୍ତ୍ତିରୁ ହଟାଇ ଦିଆଯାଇଥିଲା। କୁଶପୁତ୍ତଳିକା ଯେପରି ଥିଲା ତାହାକୁ ସେପରି ପୋଡ଼ି ଦିଆଯାଇଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: