Videos
|
National

DUSU Result 2026 / ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ABVPର ବାଜିମାତ୍; ସଭାପତି ସହ ଜିତିଲା ୩ ପଦ

Sushanta Sahoo
Browse all articles by Sushanta Sahoo
·45 mins ago·2 min read
ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ABVPର ବାଜିମାତ୍; ସଭାପତି ସହ ଜିତିଲା ୩ ପଦ
Yash Dabas Elected President, Deepanshu Shokeen Wins VP

Key Points

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ AVBP ୩ଟି ପଦରେ ବିଜୟୀ ହୋଇଛି । ସଭାପତି ପଦ ସହ ୩ଟି ପଦ ହାତେଇଛି AVBP । ଉପ ସଭାପତି ପଦରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଦୀପାଂଶୁ ଶୌକିନ ବିଜୟୀ ହୋଇଛନ୍ତି ।
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନ ଫଳାଫଳ ଆସିଛି । ଶନିବାର ସକାଳ ୮ଟାରେ ନର୍ଥ କ୍ୟାମ୍ପସ ୟୁନିଭରସିଟି ସ୍ପୋର୍ଟ୍ସ ଷ୍ଟାଡିୟମ୍‌ ହଲ୍‌ରେ ୪ କେନ୍ଦ୍ରୀୟ ପଦ ପାଇଁ ମତଗଣନା ସରିଛି । ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନ ଫଳାଫଳ ଘୋଷଣା ହୋଇଛି ।

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ AVBP ୩ଟି ପଦରେ ବିଜୟୀ ହୋଇଛି । ସଭାପତି ପଦ ସହ ୩ଟି ପଦ ହାତେଇଛି AVBP । ଉପ ସଭାପତି ପଦରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଦୀପାଂଶୁ ଶୌକିନ ବିଜୟୀ ହୋଇଛନ୍ତି । ଗଣତିର ପ୍ରଥମ ୧୦ ରାଉଣ୍ଡ ପର୍ଯ୍ୟନ୍ତ AVBP ଓ NSUI ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ୟଶ୍ ହେଲେ ସଭାପତି

ସଭାପତି ପଦ ପାଇଁ AVBP ପକ୍ଷରୁ ୟଶ ଡବାସ ଓ NSUI ପକ୍ଷରୁ ବିଜୟ ଶଙ୍କର ମୀଣାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ରାଉଣ୍ଡ ପରେ ରାଉଣ୍ଡ ଗଣତି ସହ ବଦଳିଥିଲା ଫଳାଫଳ । ଅନ୍ତିମ ରେଜଲ୍ଟ ଅନୁଯାୟୀ ୟଶ ଡବାସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।


ୟଶ ଡବାସଙ୍କ ସହ AVBP ପ୍ରାର୍ଥୀ ଭାବେ ସମ୍ପାଦକ ପଦରି ରୟା ଛାବଡ଼ ଓ ଯୁଗ୍ମ ସମ୍ପାଦକ ଭାବେ ଲକ୍ଷ୍ୟ ରାଜ ସିଂହ ବିଜୟୀ ହୋଇଛନ୍ତି । ଏଭଳି ଭାବେ AVBP କେନ୍ଦ୍ରୀୟ କମିଟିର ୪ ପଦରୁ ୩ଟି ପଦ କବ୍‌ଜା କରିବାରେ ସଫଳ ହୋଇଛି ।

ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗ ଉପନିର୍ବାଚନରେ ବ୍ୟାକଫୁଟ୍‌ରେ ଦିଦି; ସଞ୍ଚିତାଙ୍କ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରବିଉଲ୍ 

ଜିତିବା ପରେ କ'ଣ କହିଲେ ୟଶ ?

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇଥିବା ୟଶ ଡବାସ କହିଛନ୍ତି, "ଆମ ପାଇଁ ପ୍ରଥମ ଓ ସ୍ଵତନ୍ତ୍ର ପ୍ରସଙ୍ଗ ହେଉଛି ପ୍ରତି ପିଜି ଓ ହଷ୍ଟେଲର ସୁରକ୍ଷା ଅଡିଟ୍ କରାଇବା । କାରଣ ଆମେ ଚାହୁଁ ନାହୁଁ ଆଗାମୀ ଭବିଷ୍ୟତରେ ସତ୍ୟ ନିକେତନ ଭଳି ଦୁର୍ଘଟଣ କାହା ସହ ବି ହେଉ..."

କାହାକୁ କେତେ ଭୋଟ୍ ?

ସଭାପତି ଭାବେ ନିର୍ବାଚିତ ୟଶ ଡବାସଙ୍କୁ ୨୪ ହଜାର ୫୭୬ ଭୋଟ୍ ମିଳିଛି । ଯେତେବେଳେ କି NUSI ପାଇଛି ୨୨ ହଜାର ୫୨୩ ଭୋଟ୍ । ବାମ ଦଳ ୫ ହଜାର ୩୭୭ ଭୋଟ୍ ଓ ASAPକୁ ମାତ୍ର ୧, ୩୮୮ ଭୋଟ୍ ମିଳିଛି ।

ସେହିଭଳି ଉପା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦୀପାଂଶୁ ଶୌକିନ । ଦୀପାଂଶୁଙ୍କୁ ୩୦ ହଜାର ୬୧୫ ଭୋଟ୍ ମିଳିଛି । ସମ୍ପାଦକ ପଦ AVBP ଜିତିଥିବା ବେଳେ ମିଳିଛି ୨୧ ହଜାର ୬୫୦ ଭୋଟ୍ । ଯୁଗ୍ମ ସମ୍ପାଦକ ପଦରେ AVBP ବିଜୟୀ ହୋଥିବା ବେଳେ ମିଳିଛି ୧୬ ହଜାର ୬୧୫ ଭୋଟ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: