Videos
|
Politics

Mamata Camp Faces Second Exit / ପଶ୍ଚିମବଙ୍ଗ ଉପନିର୍ବାଚନରେ ବ୍ୟାକଫୁଟ୍‌ରେ ଦିଦି; ସଞ୍ଚିତାଙ୍କ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରବିଉଲ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପଶ୍ଚିମବଙ୍ଗ ଉପନିର୍ବାଚନରେ ବ୍ୟାକଫୁଟ୍‌ରେ ଦିଦି; ସଞ୍ଚିତାଙ୍କ ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରବିଉଲ୍
Rabiul Alam Withdraws From Rejinagar Bypoll

Key Points

ନନ୍ଦିଗ୍ରାମ ପରେ ରେଜିନଗର ଆସନରେ ମମତା ବାନାର୍ଜୀଙ୍କୁ ଝଟ୍‌କା ଲାଗିଛି । ସଞ୍ଚିତାଙ୍କ ପ୍ରାର୍ଥିତ୍ଵ ପ୍ରତ୍ୟାହାରକୁ ୨୪ ଘଣ୍ଟା ନ ପୁରୁଣୁ ରେଜିନଗରରୁ ଆସିଛି ବଡ଼ ଖବର । ନନ୍ଦିଗ୍ରାମ ଭଳି ରେଜିନଗରରେ ମମତାଙ୍କ ପ୍ରାର୍ଥୀ ଉପନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି ।
କୋଲକାତା: ୨୪ ଘଣ୍ଟାରେ ଡବଲ୍ ଝଟ୍‌କା । ନନ୍ଦିଗ୍ରାମ ପରେ ରେଜିନଗର ଆସନରେ ମମତା ବାନାର୍ଜୀଙ୍କୁ ଝଟ୍‌କା ଲାଗିଛି । ମମତାଙ୍କ ଗୋଷ୍ଠୀରୁ ନନ୍ଦିଗ୍ରାମ ଆସନରେ ପ୍ରାର୍ଥୀ ହୋଇଥିବା ସଞ୍ଚିତା ପ୍ରଧାନ ଦେ ଶୁକ୍ରବାର, ସେପ୍ଟେମ୍ବର ୧୮ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ଏବେ ସଞ୍ଚିତାଙ୍କ ପ୍ରାର୍ଥିତ୍ଵ ପ୍ରତ୍ୟାହାରକୁ ୨୪ ଘଣ୍ଟା ନ ପୁରୁଣୁ ରେଜିନଗରରୁ ଆସିଛି ବଡ଼ ଖବର । ଯାହା ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ନନ୍ଦିଗ୍ରାମ ଭଳି ରେଜିନଗରରେ ମମତାଙ୍କ ପ୍ରାର୍ଥୀ ଉପନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି । ରେଜିନଗରରେ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ରବିଉଲ୍ ଆଲମ ଚୌଧୁରୀ ପ୍ରାର୍ଥିତ୍ଵ ପ୍ରତ୍ୟାହାର କରି ନେଇଛନ୍ତି ।

ଏଥିସହ ପଢ଼ନ୍ତୁ: ହତ୍ୟା ମାମଲାରେ ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗିରଫ; କିଛି ଘଣ୍ଟା ତଳେ ସମର୍ଥନ ଦେଇଥିଲେ ମମତା 

ରେଜିନଗରରେ ବିଜେପି ଶାଖାରୱ ସରକାରଙ୍କୁ ପ୍ରାର୍ଥୀ କରିଛି । ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ଉଭୟ ବିଧାନସଭା ଆସନରେ ଅକ୍ଟୋବର ୬ ତାରିଖରେ ମତଦାନ ହେବ । ଅକ୍ଟୋବର ୯ ତାରିଖରେ ଗଣତି କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମମତା ବାନାର୍ଜୀଙ୍କ ଗୋଷ୍ଠୀରୁ ନନ୍ଦିଗ୍ରାମ ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ସଞ୍ଚିତା ପ୍ରଧାନ ଦେ ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ପ୍ରାର୍ଥିତ୍ଵ ପ୍ରତ୍ୟାହାର ପୂର୍ବରୁ ସଞ୍ଚିତା ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ । ସାକ୍ଷାତର କିଛି ସମୟ ପରେ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ ସଞ୍ଚିତା । ଆଉ ଏବେ ସମାନ ରାସ୍ତାରେ ଯାଇ ରେଜିନଗରରେ ମମତାଙ୍କ ଗୋଷ୍ଠୀର ପ୍ରାର୍ଥୀ ରବିଉଲ୍ ଆଲମ ଚୌଧୁରୀ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି ।

ନିର୍ବାଚନ ଚିହ୍ନ ବି ବଦଳିଲା

ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି କ୍ଷମତାରୁ ଯିବା ପରେ ଦଳ ବିଧାନସଭାରେ ୨ ଗୋଷ୍ଠୀରେ ବିଭକ୍ତ ହୋଇଛି । ଋତବ୍ରତ ଗୋଟିଏ ଗୋଷ୍ଠୀର ନେତୃତ୍ଵ ନେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ଵ ମମତା ବାନାର୍ଜୀ ନେଉଛନ୍ତି । କିନ୍ତୁ ଟିଏମସିର ନାଁ ଓ ଚିହ୍ନକୁ ନେଇ ମାମଲା ସୁପ୍ରିମକୋର୍ଟ ସହ ନିର୍ବାଚନ କମିଶନଙ୍କ ନିକଟରେ ରହିଛି ।

ଏଥିସହ ପଢ଼ନ୍ତୁ: ମମତାଙ୍କ ଠାରୁ ମୁହଁ ଫେରାଇ ନେଲେ ସଞ୍ଚିତା; କଂଗ୍ରେସକୁ ଦିଦିଙ୍କ ଅଯାଚିତ ସମର୍ଥନ ଘୋଷଣା 

ନନ୍ଦିଗ୍ରାମ ଓ ରେଜିନଗର ଉପନିର୍ବାଚନରେ ନିର୍ବାଚନ କମିଶନ ଟିଏମସି ଦଳର ନାଁ ସହ ଚିହ୍ନକୁ ଫ୍ରିଜ୍ କରି ଦେଇଛନ୍ତି । ମମତା ବାନାର୍ଜୀଙ୍କ ଦଳର ନାମ "ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ" ରଖାଯାଇଛି, ସେପଟେ ବିଦ୍ରୋହୀ ଋତବ୍ରତଙ୍କ ଗୋଷ୍ଠୀର ନାମ "ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ" ରଖାଯାଇଛି । ଭାରତର ନିର୍ବାଚନ ଆୟୋଗ ଉଭୟ ଦଳକୁ ଅଲଗା ନିର୍ବାଚନ ଚିହ୍ନ ମଧ୍ୟ ପ୍ରଦାନ କରିଛନ୍ତି । ମମତାଙ୍କ ଦଳ "ଫୁଟବଲ୍ ଖେଳାଳି" ହେବ ଏବଂ ଋତବ୍ରତଙ୍କ ଦଳ "ଏନଭେଲପ୍" ଚିହ୍ନ ଦିଆଯାଇଛି ।