Videos
|
National

E10 Petrol / ପୂର୍ବଭଳି ମିଳିବ E10 ପେଟ୍ରୋଲ୍ ! ସରକାର ଆରମ୍ଭ କଲେ ଆଲୋଚନା

Sushanta Sahoo
Browse all articles by Sushanta Sahoo
·54 mins ago·2 min read
ପୂର୍ବଭଳି ମିଳିବ E10 ପେଟ୍ରୋଲ୍ ! ସରକାର ଆରମ୍ଭ କଲେ ଆଲୋଚନା
Old Cars May Get E10 Petrol Again

Key Points

E20 ସହ କିଭଳି E10 ପେଟ୍ରୋଲ୍ ମିଳିବ ସେନେଇ ଆଲୋଚନା ଚାଲିଛି । ତେବେ, ଏହି ଆଲୋଚନା ପ୍ରାଥମିକ ସ୍ତରରେ ରହିଛି ।
ନୂଆଦିଲ୍ଲୀ: ଦେଶବ୍ୟାପି E20 ପେଟ୍ରୋଲ୍‌କୁ ନେଇ ବିତର୍କ ଜାରି ରହିଛି । ଲୋକଙ୍କ ଅଭିଯୋଗ ହେଲା, ଏହି ତେଲରୁ ମାଇଲେଜ୍ କମୁଛି । ଗାଡ଼ି ଇଞ୍ଜିନର ପାର୍ଟ୍ସ ଖରାପ ହେଉଛି । ଅନ୍ୟପଟେ ସରକାର ଏହି ତୈଳର ଫାଇଦା କଥା କହି ଆସୁଛନ୍ତି । E20 ତେଲକୁ ନେଇ ଟଣାଓଟରା ଭିତରେ ସରକାର, ତୈଳ କମ୍ପାନୀ ମାନଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି ।

ପୁଣି ଥରେ ବଜାରରେ E10 ପେଟ୍ରୋଲ୍ ଉପଲବ୍ଧ କରାଇବା ନେଇ ମାନସ ମନ୍ଥନ ଚାଲିଛି । E20 ସହ କିଭଳି E10 ପେଟ୍ରୋଲ୍ ମିଳିବ ସେନେଇ ଆଲୋଚନା ଚାଲିଛି । ତେବେ, ଏହି ଆଲୋଚନା ପ୍ରାଥମିକ ସ୍ତରରେ ରହିଛି । ଏହାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ଏଥିସହ ପଢ଼ନ୍ତୁ: ବଜାର ଖୋଲୁ ଖୋଲୁ ଖସିଲା ସୁନା, ରୁପା ମୂଲ୍ୟ; ଜାଣନ୍ତୁ କେତେ ଅଛି ଦର ? 

ଭରତ ଗତ ବର୍ଷ ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ କରିଥିଲା । ନିର୍ଦ୍ଧାରିତ ସମୟର ୫ ବର୍ଷ ପୂର୍ବର ଏହା ପୂରଣ ହୋଇଥିଲା । ଯାହା ପରେ ଦେଶବ୍ଯାପି E20 ପେଟ୍ରୋଲ୍‌କୁ ବେସ୍ ଫୁଏଲ୍ କରାଯାଇଥିଲା ।

ଏଥିସହ ପୁରୁଣା ଗାଡ଼ିକୁ ନେଇ ପ୍ରଶ୍ନ ଉଠିଥିଲା । ଅନେକ ଲୋକ ଓ ଗାଡ଼ି ମାଲିକଙ୍କ ଦାବି ହେଲା- ପୁରୁଣା ଇଞ୍ଜିନ, ଯାହାକୁ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ପାଇଁ ପ୍ରସ୍ତୁତ କରାଯା ନାହିଁ ସେଥିରେ ମାଇଲେଜ୍ କମୁଛି ଓ ପାର୍ଟ୍ସ ଖରାପ ହେଉଛି ।

ତେବେ ସରକାର ଲଗାତାର ଆଶଙ୍କା ଦୂର କରିବାକୁ ପ୍ରୟାସ କରୁଛନ୍ତି । ସଂସଦରେ ସରକାର ମାନିଛନ୍ତି ଯେ, ପୁରୁଣା ଗାଡ଼ିରେ E20 ପେଟ୍ରୋଲ୍ ବ୍ୟବହାର ଦ୍ଵାରା ମାଇଲେଜ୍ ସର୍ବାଧିକ ୩ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଏଥିସହ ଗାଡ଼ିର ରବର ପାର୍ଟ୍ସ ପ୍ରଭାବିତ ହୋଇପାରେ ।

ଏଥସହ ସରକାର E20 ପେଟ୍ରୋଲ୍ ଫାଇଦା କଥା ମଧ୍ୟ କହୁଛନ୍ତି । ସରକାରଙ୍କ ଅନୁସାରେ, ଏହାଦ୍ଵାରା ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ ପାଇବ । ପ୍ରଦୂଷଣ କମିବା ସହ କୃଷକଙ୍କ ଆୟ ବୃଦ୍ଧି ହେବ ।

ଏଥିସହ ପଢ଼ନ୍ତୁ: ୪ ଘଣ୍ଟା ଶୋ’ରୁମ୍‌ରେ ରହିଲା କଫି ପିଇଲା,ଗାଧୋଇଲା, ନାଚିଲା ଆଉ ତା’ପରେ... 

ଏବେ ଆସୁଥିବା ରିପୋର୍ଟ ଅନୁସାରେ, ସରକାର ଓ ତୈଳ କମ୍ପାନୀ ମଧ୍ୟରେ ପୁରୁଣା ଗାଡ଼ିକୁ ନେଇ ଆଲୋଚନା ଚାଲିଛି । ଆଶା କରାଯାଉଛି, ଆଗାମୀ ଦିନରେ E10 ପେଟ୍ରୋଲ୍‌ର ବିକଳ୍ପ ମିଳିପାରେ ।

ନିକଟରେ ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ତ ନାଗେଶ୍ଵର ମଧ୍ୟ E10 ସହ E20 ପେଟ୍ରୋଲ୍ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ୨୦୨୩ ଏପ୍ରିଲ୍ ପରେ ନିର୍ମାଣ ହୋଇଥିବା ଗାଡ଼ି E20 ପେଟ୍ରୋଲ୍ ପାଇଁ ପ୍ରସ୍ତୁତ ଅଟେ । କିନ୍ତୁ ତା ପୂର୍ବରୁ ନିର୍ମାଣ ଓ ବିକ୍ରି ଗାଡ଼ିର ଇଞ୍ଜିନ୍ E10 ପେଟ୍ରୋଲ୍ ପାଇଁ ସକ୍ଷମ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: