Population Explosion Global Impact / ଜନସଂଖ୍ୟା ବିସ୍ଫୋରଣ ପାଇଁ ପୃଥିବୀ ଉପରେ ବଢିବ ଚାପ; ସମାଧାନର ବାଟ କହିଦେଲେ ବୈଜ୍ଞାନିକ
·1 hour ago·3 min read

Key Points
ଯଦି ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପ ନିଆ ନଯାଏ, ତାହେଲେ ଆଗାମୀ ୪୦ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟା ଅନିୟନ୍ତ୍ରିତ ସ୍ତରରେ ପହଞ୍ଚିଯିବ। ପୃଥିବୀ ପୃଷ୍ଠରେ ବିଦ୍ୟୁତ୍, ପାଣି ଏବଂ ଖାଦ୍ୟର ଚାହିଦା ପୂରଣ ହୋଇପାରିବ ନାହିଁ।
Sustainable Development Journal Report: ଜନସଂଖ୍ୟା ବିସ୍ଫୋରଣ ପାଇଁ ପୃଥିବୀ ଉପରେ ବଢିବ ଚାପ। ଯାହାର ଫଳ ସ୍ୱରୂପ ଆଗାମୀ କିଛି ବର୍ଷ ମଧ୍ୟରେ ଜୀବଜଗତର ଅସ୍ତିତ୍ୱ ରହିଥିବା ଏକମାତ୍ର ଗ୍ରହର ସ୍ଥିତି ଆହୁରି ବିଗିଡି ୟାଇପାରେ। ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଯଦି ପୃଥିବୀକୁ ବଞ୍ଚାଇବାକୁ ହୁଏ, ତାହେଲେ ବୈଶ୍ୱିକ ଜନସଂଖ୍ୟାକୁ ଅଧା କରିବାକୁ ହେବ। ବିଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ବିଲିୟନ (୨୦୦ କୋଟି) ରୁ ୪ ଗୁଣା ବୃଦ୍ଧି ପାଇ ୮.୩ ବିଲିୟନ (୮୦୦ କୋଟି) ହୋଇଛି। ହେଲେ ତଥାପି ଆସନ୍ତା ୨୦୭୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୧୨.୪ ବିଲିୟନ (୧୨୦୦ କୋଟି) ଅତିକ୍ରମ କରିଯିବ।
"ଜର୍ଣ୍ଣାଲ ଅଫ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ" ପକ୍ଷରୁ ପ୍ରକାଶିତ ଏକ ଅଧ୍ୟୟନରେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ପୃଥିବୀ ଏତେ ବଡ଼ ଜନସଂଖ୍ୟାର ଭାର ବହନ କରିପାରିବ ନାହିଁ। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଅର୍ଥାତ୍ ୨୧୦୦ ବେଳକୁ ଜନସଂଖ୍ୟା ୪ ବିଲିୟନ (୪୦୦ କୋଟି) କୁ ହ୍ରାସ କରିବାକୁ ହେବ।
ଆଗାମୀ ୫୦-୬୦ ବର୍ଷ ମଧ୍ୟରେ ନିୟନ୍ତ୍ରିତ କରିବାକୁ ହେବ ଜନସଂଖ୍ୟା
"ଜର୍ଣ୍ଣାଲ ଅଫ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ" (Sustainable Development Journal) ସହ ଜଡ଼ିତ ବୈଜ୍ଞାନିକ କହିଛନ୍ତି ଯେ, ଯଦି ଆଗାମୀ ୧୦୦-୨୦୦ ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ତାହେଲେ ଯାଇ ଆମେ ପରିବେଶ ସୁରକ୍ଷା, ପାଣି ଏବଂ ସ୍ୱଚ୍ଛ ବାୟୁ ଭଳି ମୌଳିକ ସୁବିଧା ଉପଲବ୍ଧ ହୋଇପାରିବ। ବେପରୁଆ ବିକାଶ, ବିଳାସପୂର୍ଣ୍ଣ ଜୀବନ ପାଇଁ ବୃଦ୍ଧି ପାଉଥିବା ବିଦ୍ୟୁତ୍ ଚାଦିହା, ପାଣି ଏବଂ ଖାଦ୍ୟ ବ୍ୟବହାର ବହୁଗୁଣ ବୃଦ୍ଧି ପାଇଛି। ଅଳିଆ ଆବର୍ଜନା ଏବଂ ବିଷାକ୍ତ ଗ୍ୟାସ ନିର୍ଗମନ ମଧ୍ୟ ଗ୍ରହ ପାଇଁ ବିପଦ ପାଲଟିଛି। ଗବେଷକ କହିଛନ୍ତି ଯେ ଏହି କାରଣ ବ୍ୟାପକ ବିକାଶ ଏବଂ ବ୍ୟବହାରକୁ ଚିନ୍ତାଜନକ ସ୍ତରକୁ ପହଞ୍ଚାଇଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା (21st Century) ବୈଶ୍ୱିକ ଜନସଂଖ୍ୟା ବୃଦ୍ଧି ପାଇ ୧୧.୪ (୧୧୪୦ କୋଟି) ବିଲିୟନ ହୋଇପାରେ। ଫ୍ଲାଇଣ୍ଡର୍ସ ବିଶ୍ୱବିଦ୍ୟାଳୟ ପୂର୍ବାନୁମାନ ଅନୁସାରେ ବୈଶ୍ୱିକ ଜନସଂଖ୍ୟା ୧୨.୪ ବିଲିୟନ (୧୨୪୦ କୋଟି) ହୋଇପାରେ। ଏହି ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନର ସ୍ତର ଠାରୁ ଅଙ୍ଗାରକାମ୍ଳ (CO2) ନିର୍ଗମନକୁ ଦ୍ୱିଗୁଣିତ କରିବ।
ବିଗତ ୫୦ ବର୍ଷରେ କ'ଣ ପରିବର୍ତ୍ତନ ହୋଇଛି?
ବିଗତ ୫୦ ବର୍ଷ ମଧ୍ୟରେ ବୈଶ୍ବିକ ଜନସଂଖ୍ୟା ଦ୍ୱିଗୁଣିତ ହୋଇଛି।
ଅଙ୍ଗାରକାମ୍ଳ (Carbon Dioxide) ନିର୍ଗମନ ଦ୍ୱିଗୁଣିତ ହୋଇଛି।
ପୃଥିବୀ ପୃଷ୍ଠରେ ଗଛଲତା ସହ ଜଳର ସ୍ରୋତ ଅଧା ହୋଇଯାଇଛି।
ବୈଶ୍ୱିକ ବିଦ୍ୟୁତ୍ ବ୍ୟବହାର ୩ ଗୁଣା ବୃଦ୍ଧି ପାଇଛି।
ଖଣିଜ ପଦାର୍ଥ ଉତ୍ତୋଳନ ଏବଂ କୀଟନାଶକ ବ୍ୟବହାର ୪ ଗୁଣା ବୃଦ୍ଧି ପାଇଛି।
ଖାଦ୍ୟ, ବିଦ୍ୟୁତ୍ ଏବଂ ପାଣି ସଙ୍କଟ ଗୁରୁତର ହେଉଛି।
ଯଦି ଜନସଂଖ୍ୟା ବିସ୍ଫୋରଣକୁ ନିୟନ୍ତ୍ରଣ କରାନଯାଏ, ତାହେଲେ ଜନସଂଖ୍ୟା ପାଇଁ ଆବଶ୍ୟକ ଖାଦ୍ୟ, ବିଦ୍ୟୁତ୍ କିମ୍ବା ପାଣି ଯୋଗାଇବା କଷ୍ଟକର ହୋଇଯିବ। ଯେଉଁ ଦେଶରେ ଜନସଂଖ୍ୟା ବୃଦ୍ଧି ଅନିୟନ୍ତ୍ରିତ, ତାହାକୁ ନିୟନ୍ତ୍ରଣ କରିବା ଦ୍ୱାରା ଦାରିଦ୍ର୍ୟ ହ୍ରାସ ପାଇପାରିବ ଏବଂ ସମସ୍ତଙ୍କ ପାଇଁ ସେବାର ଉପଲବ୍ଧତା ବୃଦ୍ଧି ପାଇପାରିବ।
ପରିବାର ନିୟନ୍ତ୍ରଣ କରିବା ଉପରେ ଦେବାକୁ ହେବ ଗୁରୁତ୍ୱ
ଇରାନ ଭଲି ଦେଶରେ, ପରିବାର ନିୟୋଜନ ସେବା ପ୍ରତି ମହିଳା ପିଲାଙ୍କ ସଂଖ୍ୟା ୧୯୯୨ ମସିହାରେ ୪ ରୁ ହ୍ରାସ ପାଇ ୨୦୦୧ ରେ ୨ କୁ ହ୍ରାସ ପାଇଛି। ଦକ୍ଷିଣ କୋରିଆରେ, ପ୍ରତି ମହିଳା ପିଲାଙ୍କ ସଂଖ୍ୟା ୧୯୭୨ ମସିହରେ ୪ ରୁ ୧୨ ବର୍ଷ ମଧ୍ୟରେ ୧.୯୨ କୁ ହ୍ରାସ ପାଇଛି। କିଛି ଦେଶରେ, ଯେପରିକି ଚୀନ୍ ଏବଂ ଦକ୍ଷିଣ କୋରିଆରେ, ଜନ୍ମହାର 2 ତଳକୁ ଖସି ସାରିଛି।
ପରିବାର ନିୟୋଜନ ଉପରେ ମହିଳାଙ୍କ ଅଧିକାର
ନିୟମ ଏବଂ ଆଇନ ଲାଗୁ କରିବା ପରିବର୍ତ୍ତେ, ଏହା କେବଳ ଗରିବ ଦେଶରେ ପରିବାର ନିୟୋଜନ ଏବଂ ଗର୍ଭନିରୋଧକ ପଦ୍ଧତିରେ ପହଞ୍ଚିବା ସହିତ ମହିଳାଙ୍କୁ ସଶକ୍ତ କରି ହାସଲ କରାଯାଇ ପାରିବ। ଆଉ ଏକ ସକାରାତ୍ମକ ସଙ୍କେତ ହେଉଛି ଯେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍ ପରେ, ଭାରତର ଜନସଂଖ୍ୟା ଶୀର୍ଷରେ ପହଞ୍ଚିବା ପରେ ହ୍ରାସ ପାଇବାର ସଙ୍କେତ ଦେଖାଉଛି। ଯଦି ମହିଳାଙ୍କୁ ପରିବାରରେ କେତେ ପିଲା ରହିବା ଉଚିତ ତାହା ନିଷ୍ପତ୍ତି ନେବାର ସ୍ୱାଧିନତା ଦିଆଯାଏ, ତାହେଲେ ଏହି ଚିତ୍ର ବଦଳିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Earth carrying capacity study 2026Global population limit 12.4 billionEarth sustainable population 2.5 billionCorey Bradshaw population carrying capacity researchEnvironmental Research Letters population studyHow many people can Earth sustainably supportGlobal population overshoot and resource depletionWorld population peak projection 12 billionEcological footprint human population growth studyImpact of overpopulation on climate change and biosphere