Eastern Zonal Council Meeting / ଭୁବନେଶ୍ୱରରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ ମାଓବାଦ ଓ ମାଦକ ଚୋରାଚାଲାଣ ଉପରେ ଲାଗିବ ରୋକ୍
·1 hour ago·2 min read

Key Points
ମାଓବାଦ ଓ ମାଦକ ଚୋରାଚାଲାଣ ଉପରେ ଲାଗିବ ରୋକ୍
ଭୁବନେଶ୍ୱରରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ
ଆସନ୍ତା ୭ ତାରିଖରେ ହେବ ଏହି ବୈଠକ
୪ ରାଜ୍ୟର ମୁଖ୍ୟ ସଚିବ, ପୋଲିସ ଡିଜି ଓ ଗୃହ ସଚିବ ଯୋଗ ଦେବେ

ଭୁବନେଶ୍ବର,୦୪/୦୭: ମାଓବାଦ ଓ ମାଦକ ଚୋରାଚାଲାଣ ଉପରେ ଲାଗିବ ରୋକ୍। ଏଥିପାଇଁ ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୪ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ଏବଂ ଗୃହ ସଚିବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହେବେ।ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର।
ଏହି ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମାନଙ୍କ ସମେତ ଗୃହ ସଚିବ ଓ ପୋଲିସ ଡିଜି ମାନେ ମଧ୍ୟ ଯୋଗ ଦେବେ। ପରବର୍ତ୍ତୀ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିବା ଓ ପୂର୍ବ ବୈଠକର ନିଷ୍ପତ୍ତି ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହେବ ।
ଏହି ବୈଠକରେ ମୁଖ୍ୟତଃ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳପୋଛ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ରାଷ୍ଟ୍ରୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହାସହିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତି ୫ କି.ମି. ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଓ ଡ଼ାକଘର ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟ ଉପରେ ବିଚାରବିମର୍ଶ ହେବ । ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ସୀମା ବିବାଦ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ପଢନ୍ତୁ ଏହି ଖବର: ଆଉ ଜଙ୍ଗଲରେ ଚାଲିବନି ଜଙ୍ଗଲରାଜ, ମାଓବାଦୀଙ୍କୁ ଆଉ ମାତ୍ର ୮ ଦିନର ମହଲତ
ସେପଟେ ଆଜି ରାୟଗଡା ଜିଲ୍ଲା ଅମ୍ବାଦଳା ଜଙ୍ଗଲରୁ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ଡିଭିଏଫ୍ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ପରେ ଉକ୍ତ ଅଞ୍ଚଳରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଏବଂ ଗ୍ରେନେଟ ଲଂଚର ଗୋଟିଏ ବନ୍ଧୁକ ଗୋଟିଏ ଗ୍ରେନେଟ,ଗୁଳି,ମାଓବାଦୀ ମାନେ ବ୍ୟବହାର କରୁଥିବା ଔଷଧ ପତ୍ର, ସହିତ ୮ ବଣ୍ଡଲ ତାର ଉଦ୍ଧାର କରିଛି।
ଗତକାଲି ମଧ୍ୟ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ତେଣ୍ଟୁଳିଗୁମା ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଭଣ୍ଡାର ଠାବ କରାଯାଇଥିଲା। ଏହି ଜଙ୍ଗଲରୁ ଗୋଟିଏ ଦେଶୀ ରିଭଲଭର, ଛଅଟି ଦେଶୀ ବନ୍ଧୁକ, ୧୧ଟି ଟିଫିନ ବୋମା ଆଇଇଡି, ୨୦ ମିଟର କୋଡେକ୍ସ ତାର,୨୫ଟି ଡେଟୋନେଟର, ଦୁଇଟି କ୍ୟାମେରା ଫ୍ଲାସ୍ ଲାଇଟ୍, ୫୦ ଗ୍ରାମ ଗନ୍ ପାଉଡର ଏବଂ ୦.୩୮ ବୋରର ଛଅଟି ଗୁଳି ଜବତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories