Election Commission Of India / DMKର ସହଯୋଗୀ ସହ ୪୨ ଦଳ ଉପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ୍ କଲେ ପଞ୍ଜୀକରଣ

Key Points
ବାତିଲ୍ ହେଲା ତାମିଲନାଡ଼ୁର ୪୨ଟି ରାଜନୈତିକ ଦଳର ପଞ୍ଜୀକରଣ । ଆସନ୍ତା ବର୍ଷ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ କମିଶନ ନେଇଛନ୍ତି ବଡ଼ ପଦକ୍ଷେପ ।
ନୂଆଦିଲ୍ଲୀ: ନିଷ୍କ୍ରିୟ ରାଜନୈତିକ ଦଳଗୁଡ଼ିକ ଉପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ବାତିଲ୍ ହେଲା ତାମିଲନାଡ଼ୁର ୪୨ଟି ରାଜନୈତିକ ଦଳର ପଞ୍ଜୀକରଣ । ଆସନ୍ତା ବର୍ଷ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ କମିଶନ ନେଇଛନ୍ତି ବଡ଼ ପଦକ୍ଷେପ ।
କ୍ଷମତାରେ ଥିବା ଡିଏମ୍କେ ଓ ବିଜେପିର ସହଯୋଗୀ ଦଳ ଉପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କ୍ରମାଗତ ୬ ବର୍ଷ ଧରି ନିର୍ବାଚନ ଲଢ଼ି ନଥିବା ଆଧାରରେ ନିର୍ବାଚନ କମିଶନ ଦେଶବ୍ୟାପୀ ଏଭଳି ୪୭୪ଟି ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେଇଛନ୍ତି ।
ଦେଲେନି ନିର୍ବାଚନୀ ଖର୍ଚ୍ଚ ତଥ୍ୟ
ନିର୍ବାଚନ କମିଶନ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନର ପ୍ରଭାବ ପଡ଼ିଛି କେବଳ ତାମିଲନାଡ଼ରୁ ୪୨ଟି ଦଳ ଉପରେ । ବିଗତ ୩ଟି ଆର୍ଥିକ ବର୍ଷ (୨୦୨୧-୨୨, ୨୦୨୨-୨୩ ଓ ୨୦୨୩-୨୪)ରେ ୩୯ଟି ରାଜନୈତିକ ଦଳ ସେମାନଙ୍କ ବାର୍ଷିକ ଅଡିଟ୍ ଆକାଉଣ୍ଟ ତଥ୍ୟ ପ୍ରଦାନ କରି ନାହାନ୍ତି । ଏହି ଦଳ ଗୁଡ଼ିକ ନିର୍ବାଚନ ଲଢ଼ିଥିଲେ ବି ନିର୍ବାଚନ ଖର୍ଚ୍ଚର ରିପୋର୍ଟ ଦାଖଲ କରି ନାହାନ୍ତି ।
ଏଥିସହ ପଢ଼ନ୍ତୁ: ସୁବାସ, ସୌଭିକ ଓ ପ୍ରଫୁଲ୍ଲ ଏକାଠି ହେଲେ; ଦେବାଶିଷ ସାମନ୍ତରାୟ କୁଆଡ଼େ ଗଲେ ?
📱 Get Argus News App
✨
ରାଜନୈତିକ ଦଳ ପଞ୍ଜୀକରଣ ପାଇଁ ହୋଇଥିବା ଗାଇଡଲାଇନ୍ରେ କୁହାଯାଇଛି, "ଯଦି କୌଣସି ଦଳ କ୍ରମାଗତ ୬ ବର୍ଷ ଧରି ନିର୍ବାଚନ ନ ଲଢ଼େ, ତାହେଲେ ତା'କୁ ପଞ୍ଜିକୃତ ଦଳ ତାଲିକାରୁ ବାହାର କରି ଦିଆଯିବ ।" ଆଉ ସେହି ନିୟମ ଅନୁସାରେ ଏବେ ତାମିଲନାଡ଼ୁର ୪୨ଟି ଦଳ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇଥିବା ଦଳ ଭିତରେ ପାପନାସମର ବିଧାୟକ ଏମ୍ଏଚ୍ ଜବାହିଋଲ୍ଲା ନେତୃତ୍ଵାଧୀନ ମକ୍କଲ କାଚି (MMK), ଥିରୁଞ୍ଚେଗୋଡେର ବିଧାୟକ ଇଆର ଈଶ୍ଵରନଙ୍କ କୋଙ୍ଗୁନାଡ୍ଡୁ ମକ୍କଲ ଦେସିଆ କାଚି (KDMK) ଓ ଜନ୍ ପାଣ୍ଡିଆନ୍ଙ୍କ ତାମିଲାଗା ମକ୍କଲ ମୁନେତ୍ର କଡ଼ଗମ (TMMK) ସାମିଲ୍ ।
MMK ପାଖରେ ୨ ବିଧାୟକ ଥିବା ବେଳେ KDMK ପାଖରେ ଜଣେ ବିଧାୟକ ଓ ଜଣେ ସାଂସଦ ଅଛନ୍ତି । ଯିଏକି ଡିଏମକେ ଟିକେଟରେ ଲଢ଼ିଥିଲେ । ଆଉ ଦୁଇ ଦଳ ହେଉଛନ୍ତି ଏବେ କ୍ଷମତାରେ ଥିବା ଡିଏମକେର ସହଯୋଗୀ । ବିଜେପିର ସହଯୋଗୀ TMMK ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି ।
୨ ମାସରେ ୮୦୦ରୁ ଅଧିକ ଦଳ ତାଲିକାରୁ ବାଦ୍
କମିଶନଙ୍କ ଅନୁସାରେ, "ରାଜନୈତିକ ଦଳର ତାଲିକାକୁ ସ୍ଵଚ୍ଛ ଓ ପ୍ରଭାବୀ କରିବା ଲାଗି କ୍ଯାମ୍ପେନ୍ କରାଯାଉଛି । ବିଗତ ୨ ମାସରେ ୮୦୮ଟି ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦିଆଯାଇଛି । ଏଥିସହ ୩୫୯ଟି ପଞ୍ଜିକୃତ ଅଣସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।"
Related Topics
Explore more stories