Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିରୋଧୀ ଦଳଗୁଡ଼ିକୁ 'ସୁପ୍ରିମ୍' ଝଟକା; କୋର୍ଟ କହିଲେ, ECI କରିପାରିବେ SIR

National

Supreme Court SIR Verdict / ବିରୋଧୀ ଦଳଗୁଡ଼ିକୁ 'ସୁପ୍ରିମ୍' ଝଟକା; କୋର୍ଟ କହିଲେ, ECI କରିପାରିବେ SIR

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିରୋଧୀ ଦଳଗୁଡ଼ିକୁ 'ସୁପ୍ରିମ୍' ଝଟକା; କୋର୍ଟ କହିଲେ, ECI କରିପାରିବେ SIR
Supreme Court

Key Points

SIR ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ 'ସୁପ୍ରିମ୍' ଝଟକା
କୋର୍ଟ କହିଲେ ECI କରିପାରିବେ ସ୍ପେଶାଲ ଇନଟେନସିଭ୍ ରିଭିଜନ୍
SIRକୁ ଆଇନ ସମ୍ମତ ଓ ସାମ୍ବିଧାନିକ ପ୍ରକ୍ରିୟା କହିଲେ ସୁପ୍ରିମକୋର୍ଟ
ଗତବର୍ଷ ବିହାରରୁ ଆରମ୍ଭ ହୋଇଥିବା SIR ପ୍ରକ୍ରିୟା, ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁ ଦେଇ ବର୍ତ୍ତମାନ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି । ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ, ଲାଗିଛି ସୁପ୍ରିମକୋର୍ଟଙ୍କ ଜୋରଦାର ଝଟକା । କାରଣ ସ୍ପେଶାଲ ଇନଟେନସିଭ୍ ରିଭିଜନ୍- SIRର ବୈଦ୍ଧତା ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ।

SIR ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି...

ସ୍ପେଶାଲ ଇନଟେନସିଭ୍ ରିଭିଜନ୍- SIR ସଂପୂର୍ଣ୍ଣ ଆଇନ ସମ୍ମତ ଓ ସାମ୍ବିଧାନିକ ପ୍ରକ୍ରିୟା
ଭୋଟର ତାଲିକା ସଂଶୋଧନ ପାଇଁ ନାଗରିକତା ଯାଞ୍ଚ କରିପାରିବେ ନିର୍ବାଚନ କମିଶନ
SIR ବେଳେ ହେଉଥିବା ଏହି ପ୍ରକ୍ରିୟା କେବଳ ନିର୍ବାଚନରେ ଭାଗ ନେବା ପାଇଁ ଉଦ୍ଦିଷ୍ଟ
ECI ଭୋଟର ତାଲିକାରୁ ନାଁ କାଟିପାରିବେ, କିନ୍ତୁ ତା'ର ଅର୍ଥ ନୁହେଁ ବ୍ୟକ୍ତି ଜଣକ ନାଗରିକତା ହରାଇବେ
ସନ୍ଦେହଜନକ ନାଗରିକତା ପାଇଁ ନାଁ କଟିଥିଲେ ୪ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ତାଲିକା ପଠାଯିବ
ଗୃହ ମନ୍ତ୍ରାଳୟ ଅଧୀନରେ ଥିବା କର୍ତ୍ତୃପକ୍ଷ ସେହି ବ୍ୟକ୍ତିମାନଙ୍କୁ ନୋଟିସ୍ ଦେଇ ସେମାନଙ୍କ ପକ୍ଷ ଶୁଣିବେ
ଯାଞ୍ଚ ପରେ ଭାରତୀୟ ନାଗରିକ ବୋଲି ପ୍ରମାଣିତ ହେଲେ ତୁରନ୍ତ ଭୋଟର ତାଲିକାରେ ସାମିଲ କରାଯିବ

ବର୍ତ୍ତମାନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା SIR ନିୟମ ଅନୁସାରେ, ଯେଉଁ ଭୋଟରଙ୍କ ନାଁ ୨୦୦୨ ଭୋଟର ତାଲିକାରେ ନଥିଲା, ସେମାନଙ୍କୁ ନିଜର ବାପା, ଜେଜେବାପାଙ୍କ ସହ ସମ୍ପର୍କର ପ୍ରମାଣ ଦେବାକୁ ପଡ଼ୁଥିଲା । ଏହାକୁ ନେଇ ବିରୋଧୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ନିର୍ବାଚନ କମିଶନ ପଛ ଦୁଆର ଦେଇ ଦେଶରେ 'ନାଗରିକତା ଯାଞ୍ଚ' କରୁଛନ୍ତି, ଯାହା ସେମାନଙ୍କ ଅଧିକାର ଭିତରେ ଆସୁନାହିଁ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସନ୍ଦେହଜନକ ନାଗରିକତା ପାଇଁ ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ କଟାଯାଇଛି, ସେମାନଙ୍କର ଏକ ତାଲିକା ୪ ସପ୍ତାହ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯାଉ ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ପ୍ରକୃତ ନାଗରିକତାର ପ୍ରମାଣପତ୍ର କ’ଣ ? ପୂର୍ବରୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ଯେ ଆଧାର କାର୍ଡ ନାଗରିକତାର ପ୍ରମାଣ ନୁହେଁ । ତେଣୁ ନିର୍ବାଚନ କମିଶନ୍ SIR ବେଳେ ଜନ୍ମ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ସ୍କୁଲ ରେକର୍ଡ, ପାସପୋର୍ଟ ଓ ଜମିବାଡ଼ି କାଗଜପତ୍ରକୁ ବିଚାରକୁ ନେଉଛନ୍ତି । ଏବେ ସୁପ୍ରିମକୋର୍ଟ ଗୃହ ମନ୍ତ୍ରାଳୟକୁ ଦାୟିତ୍ୱ ଦେଇଥିବାରୁ, ନାଗରିକତା ଯାଞ୍ଚ ପାଇଁ କେନ୍ଦ୍ର ସରକାର ଆଗକୁ କି ଗାଇଡଲାଇନ ଆଣୁଛନ୍ତି, ତା ଉପରେ ନଜର ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court Backs ECI’s SIR Process, Opposition Faces Setback | Argus News