Videos
|
National

New ECI Rules / ଫର୍ମ-୭ ନିୟମରେ ବଡ଼ ପରିବର୍ତ୍ତନ କଲେ ନିର୍ବାଚନ କମିଶନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଫର୍ମ-୭ ନିୟମରେ ବଡ଼ ପରିବର୍ତ୍ତନ କଲେ ନିର୍ବାଚନ କମିଶନ
ECI Sets Monthly Limit on Voter Objections

Key Points

ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଫର୍ମ-୭ର ଅପବ୍ୟବହାର ହେଉଥିବା ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିଛି । ଯାହା ପରେ ଫର୍ମ ଦାଖଲ ଉପରେ ସୀମା ଲଗାଇବା ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
ନୂଆଦିଲ୍ଲୀ: ଭୋଟର ତାଲିକାରେ ନାମକୁ ନେଇ ଆପତ୍ତି ଉଠାଇବା ଏବଂ ନାମ ହଟାଇବା ପ୍ରକ୍ରିୟାରେ ଫର୍ମ-୭ ବ୍ୟବହାର କରାଯାଏ । ଏହି ଫର୍ମର ବ୍ୟବହାରକୁ ନେଇ ନିର୍ବାଚନ ଆୟୋଗ ନୂଆ କଟକଣା ଲଗାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଏଣିକି ଜଣେ ବ୍ୟକ୍ତି ସର୍ବାଧିକ ୧୦ଟି ଫର୍ମ-୭ ଦାଖଲ କରିପାରିବେ । ଏହା ସହ ଗୋଟିଏ ମାସରେ ସର୍ବାଧିକ ୫ଟି ଫର୍ମ ଦାଖଲ କରିବାର ସୀମା ରଖାଯାଇଛି । ଏହି ନିୟମ ଅନଲାଇନ୍ ଓ ଅଫଲାଇନ୍ ଉଭୟ ଆବେଦନ ପାଇଁ ଲାଗୁ ହେବ ।

କ’ଣ ଏହି ଫର୍ମ-୭ ?

ଭାରତୀୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଭୋଟର ତାଲିକାରେ କୌଣସି ନାମ ସାମିଲ କରିବାକୁ ନେଇ ଆପତ୍ତି ଉଠାଇବା କିମ୍ବା ତାଲିକାରେ ଥିବା ନାମ ହଟାଇବା ପାଇଁ ଫର୍ମ-୭ ଦାଖଲ କରାଯାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉଦାହରଣ ସ୍ୱରୂପ, ଜଣେ ଭୋଟରଙ୍କ ମୃତ୍ୟୁ ହୋଇଥିଲେ, ସେ ସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଯାଇ ବସବାସ କରୁଥିଲେ କିମ୍ବା ଭୋଟର ତାଲିକାରେ ଏକାଧିକ ଥର ନାମ ଥିଲେ, ନିୟମ ଅନୁଯାୟୀ ଏହି ଫର୍ମ ମାଧ୍ୟମରେ ଆପତ୍ତି ଜଣାଇହେବ । ଏଥିପାଇଁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ଦେବାକୁ ପଡ଼ିପାରେ ।

ଏଥିସହ ପଢ଼ନ୍ତୁ: ପ୍ରଫେସର ପଦରୁ କଂଗ୍ରେସ ସାଂସଦ ବିମୋଲ ଆକୋଇଜାମଙ୍କୁ ବହିଷ୍କାର କଲା JNU, ଜାଣନ୍ତୁ କାହିଁକି ? 

କାହିଁକି ଏହି ପଦକ୍ଷେପ ?

ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଫର୍ମ-୭ର ଅପବ୍ୟବହାର ହେଉଥିବା ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସିଛି । ବିଶେଷକରି କର୍ଣ୍ଣାଟକରେ ବହୁ ସଂଖ୍ୟାରେ ଫର୍ମ ଦାଖଲକୁ ନେଇ ରାଜନୈତିକ ବିବାଦ ହୋଇଥିଲା ।

ଯାହା ପରେ ଫର୍ମ ଦାଖଲ ଉପରେ ସୀମା ଲଗାଇବା ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ତେବେ ଫର୍ମ ଦାଖଲ ହେବା ମାତ୍ରେ କୌଣସି ଭୋଟରଙ୍କ ନାମ କଟିଯାଏ ନାହିଁ । ଏହାର ଯାଞ୍ଚ ପରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ନିୟମ ଅନୁଯାୟୀ ନିଷ୍ପତ୍ତି ନିଅନ୍ତି ।

ଭୋଟର କ’ଣ କରିବେ ?

ଫର୍ମ-୭ ଦାଖଲ କରିବା ପୂର୍ବରୁ ଆବେଦନର କାରଣ ଓ ଆବଶ୍ୟକ ପ୍ରମାଣ ଠିକ୍ ଭାବେ ଦେବା ଜରୁରୀ । ଭୋଟର ତାଲିକାରେ ନିଜ ନାମ ଅଛି କି ନାହିଁ, ତାହା ନିର୍ବାଚନ ଆୟୋଗଙ୍କ ଅଧିକାରିକ ପୋର୍ଟାଲରେ ଯାଞ୍ଚ କରିପାରିବେ ।