JNU / ପ୍ରଫେସର ପଦରୁ କଂଗ୍ରେସ ସାଂସଦ ବିମୋଲ ଆକୋଇଜାମଙ୍କୁ ବହିଷ୍କାର କଲା JNU, ଜାଣନ୍ତୁ କାହିଁକି ?
·3 hours ago·2 min read

Key Points
ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରଫେସର ବିମୋଲ ଆକୋଇଜାମଙ୍କୁ ବହିଷ୍କାର କରିଛି JNU । ୧୧ ଜଣ ଛାତ୍ରୀ ଆଣିଥିବା ଅଭିଯୋଗ ପରେ ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ନୂଆଦିଲ୍ଲୀ: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ପ୍ରଫେସର । ଦୋଷୀ ପାଇଲା JNU, ପଦରୁ କଲା ବହିଷ୍କାର । ଯୌନ ଉତ୍ପୀଡ଼ନ ଅଭିଯୋଗରେ ପ୍ରଫେସର ବିମୋଲ ଆକୋଇଜାମଙ୍କୁ ବହିଷ୍କାର କରିଛି JNU । ୧୧ ଜଣ ଛାତ୍ରୀ ଆଣିଥିବା ଅଭିଯୋଗ ପରେ ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଯୌନ ଉତ୍ପୀଡ଼ନ ଅଭିଯୋଗରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU)ର ପ୍ରଫେସର ତଥା କଂଗ୍ରେସ ସାଂସଦ ଡକ୍ଟର ଆଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୬ ଅକ୍ଟୋବର ୯ରେ ଜାରି ଆଦେଶ ଅନୁସାରେ, ତାଙ୍କୁ ତୁରନ୍ତ ପ୍ରଫେସର ପଦରୁ ହଟାଇ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ତାମିଲନାଡୁରେ ବିଜୟଙ୍କ ବିଜୟଧାରା ଜାରି; ଉପନିର୍ବାଚନରେ ପୁଣି ଜିତିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୧ ଛାତ୍ରୀ ଆଣିଥିଲେ ଅଭିଯୋଗ
JNUର ୧୧ ଜଣ ଛାତ୍ରୀ ବିମୋଲ ଆକୋଇଜାମଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଅନୁଚିତ୍ ବ୍ୟବହାର ନେଇ ଅଭିଯୋଗ କରିଥିଲେ । ଶ୍ରେଣୀଗୃହରେ ଅନୁଚିତ ମନ୍ତବ୍ୟ ଦେବା, ଛାତ୍ରୀଙ୍କ ସହ ଅନାବଶ୍ୟକ ଭାବେ ନିକଟତା ବଢ଼ାଇବା ଏବଂ ଶିକ୍ଷା ସମ୍ପର୍କିତ ଆଲୋଚନା ସମୟରେ ଅନୁଚିତ ବ୍ୟବହାର କରିବା ଭଳି ଅଭିଯୋଗ ରହିଥିଲା । ଏହି ଅଭିଯୋଗଗୁଡ଼ିକ ଉପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ତଦନ୍ତ କରିଥିଲା ।
ତଦନ୍ତ ପରେ ହେଲା କାର୍ଯ୍ୟାନୁଷ୍ଠାନ
JNUର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଡି. ପଣ୍ଡିତଙ୍କ ଦସ୍ତଖତ ଥିବା ଆଦେଶରେ କୁହାଯାଇଛି ଯେ, ଆଭ୍ୟନ୍ତରୀଣ କମିଟି ତଦନ୍ତ ପରେ ଆକୋଇଜାମଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ସୁପାରିସ୍ କରିଥିଲା । ସମସ୍ତ ତଥ୍ୟ ବିଚାର କରି ଏବଂ ନିୟମ ଅନୁସାରେ ପ୍ରକ୍ରିୟା ପାଳନ କରିବା ପରେ ବିଶ୍ୱବିଦ୍ୟାଳୟ ତାଙ୍କୁ ଚାକିରିରୁ ବହିଷ୍କାର କରିଛି।
ଅନ୍ୟପଟେ, ବିମୋଲ ଆକୋଇଜାମ ଏହି ଅଭିଯୋଗଗୁଡ଼ିକୁ ପୂର୍ବରୁ ଖଣ୍ଡନ କରିଥିଲେ । ଏହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ କରାଯାଇଥିବା ଅଭିଯୋଗ ବୋଲି ସେ କହିଥିଲେ । ସେ ମଣିପୁରର ଇନର ମଣିପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ୨୦୨୪ରେ ନିର୍ବାଚିତ ହୋଇଥିଲେ ।

Related Topics
Explore more stories