SIR vs SSR ECI / ଏସଆଇଆର ପରେ ଦେଶର ହେବ ଏସଏସଆର; SSR-SIR ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ଏଥିରୁ କ'ଣ ଲାଭ ପାଆନ୍ତି ଭୋଟର?
·1 hour ago·3 min read

Key Points
SSR ଅଧିନରେ, କଟଅଫ୍ ତାରିଖ ୨୦୨୭ ଜାନୁଆରୀ ୧ ରହିଛି। ଯାହାର ଅର୍ଥ ହେଉଛି ୨୦୨୭ ରେ SSR ପାଇଁ କଟଅଫ୍ ତାରିଖ ଜାନୁଆରୀ ପହିଲା ହେବ।
ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ବିରୋଧି ଦଳ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର) ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ବିଶେଷ ସାଂରାଶ ସଂଶୋଧନ (ଏସଏସଆର) ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ଉତ୍ତର ପ୍ରଦେଶ ସମେତ ଦେଶର ୧୭ ରାଜ୍ୟରେ ଆରମ୍ଭ ହେବ। ଏହି ରାଜ୍ୟ ମଧ୍ୟରେ ସେହି ୫ ରାଜ୍ୟ ଅନ୍ତର୍ଭୂକ୍ତ ଅଛନ୍ତି। ଯେଉଁଠି ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହି ରାଜ୍ୟ ହେଉଛି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର। ଚଳିତ ବର୍ଷ ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେବାକୁ ରହିଥିବା ଏସଏସଆର (SSR) ପ୍ରକ୍ରିୟା ବିଚାରାଧିନ ରହିଥିଲା। ଯାହା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ହେଲେ SSR କ’ଣ ଏବଂ ଏହା ଏସଆଇଆର (SIR) ଠାରୁ କେତେ ଭିନ୍ନ?
SIR ଏବଂ SSR ମଧ୍ୟରେ ପାର୍ଥକ୍ୟ କ’ଣ?
ପ୍ରଥମ କଥା ହେଉଛି SSR (Special Summary Revision) କୌଣସି ନୂଆ କଥା ନୁହେଁ। ଏହା ଏକ ପ୍ରକ୍ରିୟା ନୁହେଁ। ଯାହା SIR (Special Intensive Revision) ପରି ପ୍ରତି ୨୦ ବର୍ଷରେ ଥରେ ହୋଇଥାଏ। ହେଲେ SSR ପ୍ରତିବର୍ଷ ହୋଇଥାଏ। ବର୍ତ୍ତମାନ SIR ସମ୍ପର୍କରେ ଆଲୋଚନା ଅତ୍ୟନ୍ତ ତୀବ୍ର ହୋଇଉଠିଛି। ଏଭଳି ପରିସ୍ଥିତିରେ ଏକ ବିଭାଗ ମଧ୍ୟ SSR ସମ୍ବନ୍ଧୀୟ ଆଲୋଚନାକୁ ଇନ୍ଧନ ଦେଉଛି। କିଛି ଲୋକ ଏହାକୁ SIR ପ୍ରକ୍ରିୟାରେ ଛାଡି଼ ଦିଆଯାଇଥିବା ନାମକୁ ନେଇ ଚାଲିଥିବା ବିବାଦ ସହିତ ଯୋଡିଛନ୍ତି। ହେଲେ ଏହା ସେପରି ନୁହେଁ। ପ୍ରତ୍ୟେକ ବିଧାନସଭା ପାଇଁ ଭୋଟର ତାଲିକା ପ୍ରସ୍ତୁତ ହୋଇଥାଏ। ସାଧାରଣତଃ ପ୍ରତିବର୍ଷ SSR ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥାଏ। ହେଲେ ବେଳେବେଳେ ଏହା ବିଳମ୍ବିତ ହୋଇଥାଏ। ଏହି ପ୍ରକ୍ରିୟା ଅଧିନରେ ଯେଉଁ ଭୋଟର ୧୮ ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥାନ୍ତି।
ଜାନୁଆରୀ ୧ କାହିଁକି SSR ପାଇଁ କଟଅଫ୍ ତାରିଖ?
SSR ଅଧିନରେ SSR ପାଇଁ କଟଅଫ୍ ତାରିଖ ହେଉଛି ୧ ଜାନୁଆରୀ। ଏହା ବୁଝିବାକୁ ହେବ ଯେ ଆସନ୍ତା ୨୦୨୭ ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା SSR ପ୍ରକ୍ରିୟାର କଟଅଫ୍ ତାରିଖ ଜାନୁୟାରୀ ୧ ହେବ। ଯଦି କେହି ଏହି ତାରିଖ ସୁଦ୍ଧ ୧୮ ବର୍ଷ ପୂରଣ କରନ୍ତି, ତାହେଲେ ସେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବେ ଏବଂ ଆସନ୍ତା ନିର୍ବାଚନରେ ଭୋଟ୍ ଦେବେ। ଧାରା ୩୨୪ ଅନୁଯାୟୀ ସଂସଦ ଏବଂ ବିଧାନସଭା ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାର ଅଧିକାର ନିର୍ବାଚନ ଆୟୋଗ ପାଖରେ ରହିଛି। ଭୋଟର ପଞ୍ଜୀକରଣ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହୋଇଥାଏ। ଏହା ଅଧିନରେ ନିର୍ବାଚନ ଆୟୋଗ ମଧ୍ୟ ଏସଏସଆର ପରିଚାଳନା କରିଥାନ୍ତି। ଯାହାକୁ ସ୍ୱତନ୍ତ୍ର ସାରାଂଶ ସଂଶୋଧନ କୁହାଯାଏ। ଏହା ଅଧିନରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ଯେ ଜାନୁଆରୀ ୧ ତାରିଖ କଟଅଫ୍ ତାରିଖ ହେବ।
କାହିଁକି ନିର୍ବାଚନ ଆୟୋଗ ଏବେ ଏସଏସଆର ସମ୍ପର୍କରେ କଲେ ଘୋଷଣା?
ନିର୍ବାଚନ ଆୟୋଗ ଗୁରୁବାର (ଅକ୍ଟୋବର ୧୫) ଦିନ ଏସଏସଆର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଯାହା ଅଧିନରେ ଯୋଗ୍ୟତା ତାରିଖ (Qualifying Date) ୧ ଜାନୁଆରୀ ୨୦୨୭ ରଖାଯାଇଛି। ଏସଏସଆର ପ୍ରକ୍ରିୟା ସେହି ୧୭ ରାଜ୍ୟରେ କାର୍ଯ୍ୟକାରୀ ହେବ ଯେଉଁଠାରେ ଗତ ୨୦୨୫ ଏବଂ ୨୦୨୬ ବର୍ଷରେ SIR ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଏହା ବ୍ୟତୀତ ଆସାମରେ ମଧ୍ୟ ଏସଏସଆର ପ୍ରକ୍ରିୟା କାର୍ଯ୍ୟକାରୀ ହେବ ଯେଉଁଠାରେ ଏସଆଇଆର କରାଯାଇ ନଥିଲା। ଏହି କାର୍ଯ୍ୟସୂଚୀ ଅନୁଯାୟୀ ୨ ନଭେମ୍ବର ସୁଦ୍ଧା ମତଦାନ କେନ୍ଦ୍ର ସ୍ଥିର ହେବ। ଏହା ପରେ ଭୋଟର ତାଲିକାର ଡ୍ରାଫ୍ଟ ୧୨ ନଭେମ୍ବର ସୁଦ୍ଧା ଆସିବ। ୧୨ ନଭେମ୍ବରରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ବିଭିନ୍ନ ଦାବି ଏବଂ ଆପତ୍ତି ଦାଖଲ କରିବାକୁ ସମୟ ଦିଆଯିବ। ଏହା ପରେ ବିଭିନ୍ନ ଦାବି ଏବଂ ଆପତ୍ତି ଉପରେ ୨୮ ଡିସେମ୍ବର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ୨୦୨୭ ଜାନୁଆରୀ ୪ ତାରିଖରେ ପ୍ରକାଶ ପାଇବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ୧୭ ରାଜ୍ୟରେ କାର୍ଯ୍ୟକାରୀ ହେବ SSR?
ଦେଶର ଯେଉଁ ୧୭ ରାଜ୍ୟରେ ଏସଏସଆର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ହେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର। ଏହା ସହିତ ଆଣ୍ଡାମାନ-ନିକୋବର, ଆସାମ, ବିହାର, ଛତିଶଗଡ଼, ଗୁଜୁରାଟ, କେରଳ, ଲାକ୍ଷାଦୀପ, ମଧ୍ୟପ୍ରଦେଶ, ପୁଦୁଚେରୀ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡୁ।
ଫର୍ମ-୬ ଏବଂ ଫର୍ମ-୮ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ?
SSR ପ୍ରକ୍ରିୟା ସମୟରେ ନୂତନ ଭୋଟର ସେମାନଙ୍କର ନାମ ଫର୍ମ-୬ ଅଧିନରେ ଭୋଟର ତାଲିକାରେ ଯୋଡି଼ପାରିବେ। ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି। ଅର୍ଥାତ୍ ୧୮ ବର୍ଷ ବୟସର ଲୋକ ମଧ୍ୟ ଏହି ଫର୍ମ ପୂରଣ କରିପାରିବେ। ସେହିପରି ଫର୍ମ-୮ ମତଦାତାଙ୍କ ନାମ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ପୂରଣ କରାଯାଇଥାଏ।

Related Topics
Explore more stories