Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅର୍ଥନୈତିକ ସର୍ଭେ ରିପୋର୍ଟ ; ବିକାଶ ପଥରେ ଭାରତ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଅର୍ଥନୈତିକ ସର୍ଭେ ରିପୋର୍ଟ ; ବିକାଶ ପଥରେ ଭାରତ

ଅର୍ଗସ ବ୍ୟୁରୋ : ଉପସ୍ଥାପିତ ହୋଇଛି 2023-24ର ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଲୋକସଭାରେ ଉପସ୍ଥାପିତ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ବିକଶିତ ଭାରତର ଝଲକ୍। ଗଲା ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର 8.2 ପ୍ରତିଶତ ରହିଥିବା ବେଳେ ଲଗାତାର ତିନି ବର୍ଷ ଧରି ଏହା 7 ପ୍ରତିଶତରୁ ଉଦ୍ଧ୍ବ ରହିଆସୁଛି। ଆର୍ଥିକ ବର୍ଷ 2024-25ରେ ଗ୍ରୋଥ୍ 6.5ରୁ 7 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଯାହା ଦେଶର ଅର୍ଥନୈତିକ ପ୍ରଗତି ପାଇଁ ଏକ ଶୁଭ ସଂକେତ। ଦେଶର କନ୍ଜପସନ୍ ଡିମାଣ୍ଡ ବା ଉପଭୋକ୍ତା ଚାହିଦାରେ ସ୍ଥିର ବୃଦ୍ଧି ଘଟିବା ସହ ନିବେଶ ଚାହିଦାରେ କ୍ରମାଗତ ଉନ୍ନତି ଘଟୁଛି। ଯାହା ଦେଶର ଆର୍ଥିକ ପ୍ରଗତିକୁ ବଳ ଯୋଗାଉଥିବା ଏହି ସର୍ଭେରେ ଦର୍ଶାଯାଇଛି।

ଅଧିକ ପଢନ୍ତୁ : ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ କରିବେ ନିର୍ମଳା ସୀତାରମଣ

ଆର୍ଥିକ ବର୍ଷ 2024ରେ 7.2 ପ୍ରତିଶତ ହାରରେ ଗ୍ରସ ଭାଲ୍ୟୁ ଏଡେଡ ବା ଜିଭିଏ ଗୋଥ୍ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଦେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ଆର୍ଥିକ ବର୍ଷ 2023 ତୁଳନରେ 2024 ବେଳକୁ 2 ପ୍ରତିଶତରୁ 0.7 ପ୍ରତିଶତକୁ ଖସି ଆସିଛି। ଯାହା ଦେଶର ଆର୍ଥିକ ବିକାଶ ପାଇଁ ଆଉ ଏକ ଶୁଭ ସଂକେତ। ଦେଶରେ ବ୍ୟାଙ୍କିଂ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧି ଆସିବା ସହ ମୁଦ୍ରାସ୍ପିତୀ ମଧ୍ୟ ଖସିଛି। ତେବେ ବିକଶିତ ଭାରତର ଲକ୍ଷ୍ୟ ହାସଲ ଲାଗି ମଧ୍ୟ ବଜେଟରେ ରହିଛି ଯୋଜନା। ଏବେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଫୋକସ୍ ଦେବା ସହ ଯୁବପିଢିଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯିବ। ପରିବେଶ ସୁରକ୍ଷା ସହ ଗ୍ରୀନ ଏନର୍ଜି ପ୍ରଡକ୍ସନକୁ ପ୍ରାଧାନ୍ୟତା ଏବଂ ଦେଶରେ ବେସରକାରୀ ନିବେଶ ବୃଦ୍ଧି ଉପରେ ମଧ୍ୟ ଫୋକସ୍ ଦିଆଯିବ। ତେବେ ବିକଶିତ ଭାରତ ଦିଗରେ କେନ୍ଦ୍ର ସରକାର କେତେ ସମର୍ପିତ ଆର୍ଥିକ ବର୍ଷ 23-24ର ଏହି ସର୍ଭେ ରିପୋର୍ଟ ଦର୍ଶାଉଛି ବୋଲି କହିଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Economic Survey Report; India on the way to development | Argus News