Videos
|
National

ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ୧୦୦ କୋଟିର ସମ୍ପତ୍ତି ଜବତ କଲା ଇଡି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ୧୦୦ କୋଟିର ସମ୍ପତ୍ତି ଜବତ କଲା ଇଡି

ଅର୍ଗସ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବଡ ଝଟକା। ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ବଡ ପଦକ୍ଷେପ ନେଇଛି ଇଡି ।  ଇଡିର ମୁମ୍ବାଇ ବ୍ରାଞ୍ଚ ପିଏମଏଲ୍‌ଏ ଆକ୍ଟ ଜରିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏହାସହିତ ପୁନେରେ ଥିବା ଏକ ବଙ୍ଗଳା ବି ସାମିଲ ରହିଛି । ଏହାସହିତ ରାଜ କୁନ୍ଦ୍ରାଙ୍କ ନାମରେ ଥିବା କିଛି ସେୟାର ବି ଇଡି ଜବତ କରିଛି । ଅଭିଯୋଗ ଥିଲା କି ୨୦୧୭ରେ ମେସର୍ସ ଭେରିଏବଲ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ , ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟ ଏମଏଲ୍‌ଏମ୍ ଏଜେଣ୍ଟ ପ୍ରାୟ ୬୬୦୦କୋଟି ଟଙ୍କାର ବିଟକଏନ୍ ମିଛ ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କ ଠାରୁ ହାସଲ କରିଥିଲେ । ନିବେଶକଙ୍କୁ ୧୦% ଲାଭର ଭରସା ଦିଆଯାଇଥିଲା ।

କିନ୍ତୁ ସେମାନେ ଏହାକୁ ନିଜ ହିତରେ ବିନିଯୋଗ କରିଥିଲେ । ଇଡିର ଅଭିଯୋଗ ରହିଛି କି ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଠାରୁ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ହାସଲ କରିଥିଲେ । ଏହି ମାମଲାରେ ଇଡି ରେଡ୍ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି । ଇଡି ମହାରାଷ୍ଟ୍ରରେ ଦାଖଲ ଅଲଗା ଅଲଗା ଏଫଆଇଆର୍ ଆଧାରରେ ପିଏମଏଲ୍‌ଏ ଆକ୍ଟ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ED Attaches Property of Raj Kundra Worth Rs 97.79 Crore | Argus News