Pinarayi Vijayan ED Raid / କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନଙ୍କ ଘରେ EDର ଛାନଭିନ୍
·1 hour ago·2 min read

Key Points
ବିଜୟନଙ୍କ ଘର ସହ ଇଡି ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି । CMRL କାର୍ଯ୍ୟାଳୟ ସହ ପିନାରାଈ ବିଜୟନଙ୍କ ଥିରୁବନନ୍ତପୁରମ୍ ବାସଭବନରେ ରେଡ୍ ଜାରି ରହିଛି ।
ଥିରୁବନନ୍ତପୁରମ୍: ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନଙ୍କ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ବିଜୟନଙ୍କ ଘର ସହ ଇଡି ପ୍ରାୟ ୧୨ଟି ସ୍ଥାନରେ ଚଢ଼ାଉ କରିଛି । CMRL କାର୍ଯ୍ୟାଳୟ ସହ ପିନାରାଈ ବିଜୟନଙ୍କ ଥିରୁବନନ୍ତପୁରମ୍ ବାସଭବନରେ ରେଡ୍ ଜାରି ରହିଛି ।
ବିଜୟନଙ୍କ ଝିଅ ସହ ଜଡ଼ିତ CMRL ମାମଲାରେ କେରଳ ହାଇକୋର୍ଟ ଇଡି ତଦନ୍ତ ବନ୍ଦ କରିବାକୁ ଅଗ୍ରାହ୍ୟ କରିଥିଲେ । ଯାହା ପରେ ଏବେ ଇଡି ବିଜୟନଙ୍କ ଘରେ ପଶି ଛାନଭିନ୍ କରୁଛି । ଏହି ରେଡ୍ ମନି ଲଣ୍ଡରିଂ ସହ ଜଡ଼ିତ ଅଟେ ।
ଏଥିସହ ପଢ଼ନ୍ତୁ: କର୍ଣ୍ଣାଟକରେ ବଦଳିବ କି ମୁଖ୍ୟମନ୍ତ୍ରୀ ଚେହେରା ? ଦିଲ୍ଲୀରେ ଡେରା ପକାଇଛନ୍ତି ସିଦ୍ଧାରାମୈୟା ଏବଂ ଡିକେ ଶିବକୁମାର
ଏହି ମାମଲା କୋଚ୍ଚିର କମ୍ପାନୀ CMRL (କୋଚିନ ମିନରଲ୍ସ ଆଣ୍ଡ୍ ଋଟାଇଲ୍ ଲିମିଟେଡ୍) ସହ ଜଡ଼ିତ । ଏହି କମ୍ପାନୀ ସହ ସଂଶ୍ଲିଷ୍ଟ ବିଜୟନଙ୍କ ଝିଅ । ଅଭିଯୋଗ ଅନୁସାରେ, ୨୦୧୨-୧୩ରୁ ୨୦୧୮-୧୯ ମଧ୍ୟରେ ପରିବହନ ଓ ବର୍ଜ୍ୟ ପରିଚାଳନା ନାଁରେ ୧୩୩.୮୨ କୋଟି ଟଙ୍କାର ମିଥ୍ୟା ଖର୍ଚ୍ଚ ଦର୍ଶା ଯାଇଥିଲା । ତଦନ୍ତକାରୀ ଏଜେନ୍ସି ଅନୁସାରେ, ଏହି ଟଙ୍କା ଉଠାଣ କରି ନେତା, ରାଜନୈତିକ ଦଳ, ଗଣମାଧ୍ୟମ ଓ କିଛି ସରକାରୀ ଅଧିକାରୀଙ୍କୁ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୨୪ରେ ଇଡି ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନଙ୍କ ଝିଅ ବୀଣା ବିଜୟନ ଓ ତାଙ୍କ ଆଇଟି କମ୍ପାନୀ ବିରୋଧରେ ମନି ଲଣ୍ଡରିଂ (PMLA) ମାମଲା ରୁଜୁ କରିଥିଲା । ଏକ ଖଣିଜ କମ୍ପାନୀ ବିଜୟନଙ୍କ ଝିଅର କମ୍ପାନୀଙ୍କୁ ଅବୈଧ ଭାବେ ଦେଣନେଣ କରିଥିବା ଅଭିଯୋଗ ହୋଇଥିଲା ।
ବୀଣା ବିଜୟନଙ୍କ ବିରୋଧରେ କ'ଣ ରହିଛି ଅଭିଯୋଗ ?
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ହେଉଛନ୍ତି ବୀଣା ବିଜୟନ । କୋଚ୍ଚି ସ୍ଥିତ କୋଚୀନ ମିନରାଲ୍ସ ଏଣ୍ଡ ଋଟାଇଲ୍ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀ ୨୦୧୭ରୁ ୨୦୧୮ ମଧ୍ୟରେ ଏକ୍ସାଲଜିକ୍ ସଲ୍ୟୁସନକୁ ୧.୭୨ କୋଟି ଟଙ୍କା ଦେଇଥିଲା । ଯେତେବେଳେ କି କମ୍ପାନୀ କୌଣସି ସେବା ପ୍ରଦାନ କରି ନଥିଲା । ଆଉ ଉକ୍ତ କମ୍ପାନୀର ମାଲିକାଣୀ ହେଉଛନ୍ତି ବୀଣା ବିଜୟନ ।
ଏଥିସହ ପଢ଼ନ୍ତୁ: ଭାରତରେ ଇବୋଲା ଭାଇରସ୍ ଲକ୍ଷଣ! ଉଗାଣ୍ଡାରୁ ଫେରନ୍ତା ଜଣେ ବ୍ୟକ୍ତିଙ୍କଠାରେ ଇବୋଲା ଭାଇରସ୍!
ଏହି ମାମଲାରେ ସବୁଠୁ ଅଧିକ ଚର୍ଚ୍ଚା ଦେଣନେଣକୁ ନେଇ । ଯେଉଁଥିରେ CMRL ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କ କମ୍ପାନୀ ଏକ୍ସାଲଜିକ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍କୁ ୧.୭୨ କୋଟି ଟଙ୍କା ପେମେଣ୍ଟ କରିଥିଲେ । ବଦଳରେ କମ୍ପାନୀ ଠାରୁ ସଫ୍ଟୱେର କିମ୍ବା ଅନ୍ୟ ସେବା ନେଇ ନଥିଲା । କିନ୍ତୁ କାଗଜପତ୍ରରେ ଏହାକୁ ସଫ୍ଟୱେର ଓ ମାର୍କେଟି ସର୍ଭିସ୍ ବୋଲି ଦର୍ଶାଇଥିଲେ ।
ଯାହାପରେ ୨୦୧୯ରେ CMRL ଉପରେ ଆୟକର ବିଭାଗ ରେଡ୍ କରିଥିଲା । ଯାଞ୍ଚ ବେଳେ ଦୁର୍ନୀତି ଧରା ପଡ଼ିବା ପରେ ମାମଲା ଆଗକୁ ବଢ଼ିଥିଲା । ୨୦୨୪ରେ କେନ୍ଦ୍ର ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories