Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କର୍ଣ୍ଣାଟକରେ ବଦଳିବ କି ମୁଖ୍ୟମନ୍ତ୍ରୀ ଚେହେରା ? ଦିଲ୍ଲୀରେ ଡେରା ପକାଇଛନ୍ତି ସିଦ୍ଧାରାମୈୟା ଏବଂ ଡିକେ ଶିବକୁମାର

National

Karnataka CM Change / କର୍ଣ୍ଣାଟକରେ ବଦଳିବ କି ମୁଖ୍ୟମନ୍ତ୍ରୀ ଚେହେରା ? ଦିଲ୍ଲୀରେ ଡେରା ପକାଇଛନ୍ତି ସିଦ୍ଧାରାମୈୟା ଏବଂ ଡିକେ ଶିବକୁମାର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କର୍ଣ୍ଣାଟକରେ ବଦଳିବ କି ମୁଖ୍ୟମନ୍ତ୍ରୀ ଚେହେରା ? ଦିଲ୍ଲୀରେ ଡେରା ପକାଇଛନ୍ତି ସିଦ୍ଧାରାମୈୟା ଏବଂ ଡିକେ ଶିବକୁମାର
Karnataka Politics

Key Points

କର୍ଣ୍ଣାଟକରେ ହେବ କି ନେତୃତ୍ୱ ପରିବର୍ତ୍ତନ ?
ସିଦ୍ଧାରାମୈୟା Vs DK ଶିବକୁମାର
ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ମାରାଥନ ବୈଠକ
ଦିଲ୍ଲୀରେ ପହଞ୍ଚିଛି କର୍ଣ୍ଣାଟକ କଳି । ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । କଂଗ୍ରେସ ହାଇକମାଣ୍ଡଙ୍କ ସହ ହୋଇଛି ହାଇଭୋଲଟେଜ୍ ବୈଠକ । କର୍ଣ୍ଣାଟକ କଂଗ୍ରେସ ସରକାର ଭିତରେ କୁହୁଳୁଥିବା ଅନ୍ତର୍ଦ୍ବନ୍ଦ୍ବ ଏବେ ଚରମରେ ପହଞ୍ଚିଛି ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବେ ନା ସିଦ୍ଧାରାମୈୟା ନିଜ ଗାଦି ବଞ୍ଚାଇବାରେ ସଫଳ ହେବେ, ତାହାକୁ ନେଇ ସସ୍‌ପେନ୍ସ ବଢୁଛି । ଏହି କ୍ଷମତା ଲଢ଼େଇ ମଧ୍ୟରେ ଆଜି ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ ଦୁଇ ପ୍ରତିଦ୍ବନ୍ଦ୍ବୀ ନେତା । ସିଦ୍ଧାରାମୈୟା ଓ ଶିବକୁମାରଙ୍କୁ ଏକାଠି ଦେଖିବାକୁ ମିଳିଛି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ସାଂସଦ ରାହୁଲ ଗାନ୍ଧୀ, AICC ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୂରଜେୱାଲା ଏହି ଦୁଇ ଶୀର୍ଷ ନେତାଙ୍କ ସହ ପୃଥକ ଓ ମିଳିତ ଭାବେ ଆଲୋଚନା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୨୭ ଲଢେଇକୁ ତେଜ ପ୍ରତାପଙ୍କ ଭବିଷ୍ୟବାଣୀ; ଜାଣନ୍ତୁ କିଏ ଗଢିବ ସରକାର?


ଆଗକୁ ଆସୁଥିବା ରାଜ୍ୟସଭା ନିର୍ବାଚନ, ବିଧାନ ପରିଷଦ ନିର୍ବାଚନ ଓ କ୍ୟାବିନେଟ୍ ଅଦଳବଦଳ ବାହାନାରେ ଏହି ବୈଠକ ଡକାଯାଇଥିଲେ ମଧ୍ୟ ଅସଲ ମୁଦ୍ଦା ହେଉଛି 'ମୁଖ୍ୟମନ୍ତ୍ରୀ ପଦ'। ହାଇକମାଣ୍ଡଙ୍କ ସହ ବୈଠକ ପୂର୍ବରୁ ଦିଲ୍ଲୀସ୍ଥିତ କର୍ଣ୍ଣାଟକ ଭବନରେ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ସମର୍ଥକ ମନ୍ତ୍ରୀ ଓ ବିଧାୟକମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରେକଫାଷ୍ଟ ମିଟିଂ କରିଥିଲେ । ଏହି ବୈଠକରେ ଗୃହମନ୍ତ୍ରୀ ଜି. ପରମେଶ୍ୱର, ଏମବି. ପାଟିଲ, ସତୀଶ ଜାରକିହୋଲିଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥିସହ ପ୍ରାୟ ୧୭ରୁ ଅଧିକ କଂଗ୍ରେସ ବିଧାୟକ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି, ଯାହାକୁ ସିଦ୍ଧାରାମୈୟାଙ୍କ ପରୋକ୍ଷ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି ।

ଅପରପକ୍ଷରେ, ଡିକେ ଶିବକୁମାର ନିଜ ଭାଇ ଡିକେ ସୁରେଶଙ୍କ ସହ ଇନ୍ଦିରା ଭବନରେ ପହଞ୍ଚିଛନ୍ତି । କଂଗ୍ରେସର ଏହି ଆଭ୍ୟନ୍ତରୀଣ କଳହକୁ ନେଇ କର୍ଣ୍ଣାଟକ ବିଜେପି ତୀବ୍ର ସମାଲୋଚନା କରିଛି । ବିଜେପି ଦାବି କରିଛି ଯେ, ଶାସକ ଦଳର ଚେୟାର ସହିତ ଚାଲିଥିବା ଏହି ମ୍ୟୁଜିକାଲ ଚେୟାର ଖେଳ ଯୋଗୁଁ ରାଜ୍ୟର ପ୍ରଶାସନ ଓ ବିକାଶ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି । ଆଗାମୀ ଦୁଇରୁ ତିନି ଦିନ ଭିତରେ ହାଇକମାଣ୍ଡ କର୍ଣ୍ଣାଟକର ଏହି ରାଜନୈତିକ ସଙ୍କଟ ଉପରେ କିଛି ବଡ଼ ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka CM Change Buzz Reaches Delhi | Argus News