Videos
|
National

ED Raid / ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକଙ୍କ ଘରେ ED ରେଡ୍

Bikash Mohanty
Browse all articles by Bikash Mohanty
·47 mins ago·2 min read
ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକଙ୍କ ଘରେ ED ରେଡ୍
Vijay Prasad

Key Points

ଚିଟଫଣ୍ଡ ଠକେଇ ମାମଲା
ପୁର୍ବତନ ବିଧାୟକଙ୍କ ଘରେ ED ରେଡ୍
ବିଶାଖାପାଟନମର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦ
ଭୁବନେଶ୍ବର,୦୫/୦୮: ବିଶାଖାପାଟନମର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ଘରେ EDର ଚଢାଉ। ଚିଟ୍‌ଫଣ୍ଡ କାରବାର ନେଇ ଭୁବନେଶ୍ୱର ED ପକ୍ଷରୁ ଚଢ଼ାଉ କରାଯାଇଛି। ପୁର୍ବରୁ ୨୦୨୧ରେ ଚିଟଫଣ୍ଡ ଠକେଇ ମାମଲାରେ ବିଜୟଙ୍କୁ ଗିରଫ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର EOW । ପରବର୍ତ୍ତୀ ସମୟରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲା। ବିଜୟ ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ପ୍ରମାଣ ମିଳିଛି।

ରାଜଧାନୀ ଭୁବନେଶ୍ୱର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ଠକେଇ ମାମଲାକୁ ନେଇ ତଦନ୍ତ ଜୋରଦାର ହୋଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦଙ୍କ ସମ୍ପୃକ୍ତିକୁ ନେଇ ଏହି ତଦନ୍ତ ଚାଲିଥିଲା।  'ୱେଲଫେୟାର ବିଲ୍ଡିଂ ଆଣ୍ଡ ଏଷ୍ଟେଟ୍ସ ପ୍ରାଇଭେଟ୍ ଲିମିଟେଡ୍' ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ମାଲା ବିଜୟ ପ୍ରସାଦ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ ଯେ, ଏହି କମ୍ପାନୀଟି ଓଡ଼ିଶାର ଭୁବନେଶ୍ୱର, କଟକର ନରସିଂହପୁର ଏବଂ ନୟାଗଡ଼ ଆଦି ଅଞ୍ଚଳରେ ଶାଖା ଖୋଲି ସାଧାରଣ ଜନତାଙ୍କଠାରୁ ଅଧିକ ସୁଧ ଓ ପ୍ରଲୋଭନ ଦେଖାଇ କୋଟିକୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। କମ୍ପାନୀ ପକ୍ଷରୁ ବିଭିନ୍ନ ଡିପୋଜିଟ୍ ଯୋଜନାରେ ଟଙ୍କା ସଂଗ୍ରହ କରାଯାଇଥିଲେ ହେଁ ନିର୍ଦ୍ଧାରିତ ସମୟରେ ଜମାକାରୀଙ୍କୁ ଟଙ୍କା କିମ୍ବା ପ୍ରତିଶୃତି ଅନୁସାରେ ଜମି ପ୍ରଦାନ କରାଯାଇ ନଥିଲା ବୋଲି ସାଙ୍ଘାତିକ ଅଭିଯୋଗ ଆସିଥିଲା। 

ପଢନ୍ତୁ ଏହି ଖବର: ଗୋ-ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୧୯ଟି ସ୍ଥାନରେ ରେଡ୍

ପୂର୍ବରୁ ଏହି ଘଟଣାରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମାଲା ବିଜୟ ପ୍ରସାଦଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ସମ୍ପତ୍ତି ଓ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଠକେଇର ପରିମାଣ ବହୁତ ବଡ଼ ଏବଂ ଏହାର ଚେର ଓଡ଼ିଶା ସମେତ ଅନେକ ରାଜ୍ୟକୁ ବ୍ୟାପିଥିଲା।

ବର୍ତ୍ତମାନ ଏହି ଆର୍ଥିକ ଅନିୟମିତତା ଏବଂ ଜମାକାରୀଙ୍କ ଟଙ୍କା ହଡ଼ପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଉଛି। ଠକେଇ ଅର୍ଥ କେଉଁଆଡ଼େ ଯାଇଛିଏ ଏହାର ଚେର କେତୋଦୁର ଲମ୍ବିଛି ଏବଂ ଏଥିରେ କେଉଁମାନେ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି। ରାଜ୍ୟର କୋଟି କୋଟି ନିରୀହ ଜମାକାରୀଙ୍କ ଅର୍ଥ ଫେରାଇବା ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ବୋଲି ସୁଚନା ମିଳିଛି। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: