Raid On Cow Mafia / ଗୋ-ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୧୯ଟି ସ୍ଥାନରେ ରେଡ୍,୨୦ଟି ଗାଡ଼ି ସହ ସୁନା,ରୁପା ଅଳଙ୍କାର ଜବତ
·10 hours ago·3 min read

Key Points
ଗୋ-ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ
ଗୋ-ମାଫିଆଙ୍କ ଠିକଣାରେ ପୋଲିସର ରେଡ୍
ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ରେଡ୍
ଗୋ-ମାଫିଆଙ୍କ ଠିକଣାରେ ପୋଲିସର ରେଡ୍
ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ରେଡ୍
ଭୁବନେଶ୍ବର,୧୩/୦୬: ଗୋ-ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର୧୯ଟି ସ୍ଥାନରେ ରେଡ୍। ଗୋ-ମାଫିଆଙ୍କ ଠିକଣାରେ ପୋଲିସର ରେଡ୍ । ୨୦ଟି ଗାଡ଼ି ସହ ରୁପା ଅଳଙ୍କାର ସହ ୫୮ ହଜାର ଟଙ୍କା ଜବତ କରିଛି ପୋଲିସ। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ନେତୃତ୍ୱରେ ଉତ୍ତର ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଗୋ-ମାଫିଆଙ୍କ ଘରେ ରେଡ୍ କରାଯାଉଛି । ଗୋ-ମାଫିଆଙ୍କ ତାଲିକା ପ୍ରସ୍ତୁତ କରି ଗତକାଲି ମଧ୍ୟରାତ୍ରରୁ ସେମାନଙ୍କ ଘରେ ଚଢାଉ କରିଛି ଭଦ୍ରକ ପୋଲିସ । ମୋଟ 6 ଜଣ ଗୋ-ମାଫିଆଙ୍କ ଘରେ ଭଦ୍ରକ ପୋଲିସ ରେଡ କରିଥିବା ବେଳେ 2 ଜଣଙ୍କୁ ଗୋ-ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 14 ହଜାର 500 ଟଙ୍କା ଜବତ କରାଯାଇଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚାଲିଥିବା ବେଆଇନ ଗୋରୁ ଚାଲାଣ କାରବାର ଉପରେ ପୁଲିସ ଏକ ବଡ଼ ପ୍ରହାର କରିଛି । ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ଗୋରୁ ମାଫିଆ ସେକ୍ ସଫିରୁଦ୍ଦିନ ଘରେ ଜିଲ୍ଲା ପୁଲିସ ଓ ଜଳେଶ୍ୱର ପୋଲିସ ପକ୍ଷରୁ ମିଳିତ ଭାବେ ଏକ ସ୍ପେଶାଲ୍ ରେଡ୍ କରାଯାଇଛି । ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ସଫିରୁଦ୍ଦିନର ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ଡକୁମେଣ୍ଟସ୍ ଯାଞ୍ଚ କରାଯାଉଛି । ସୂଚନା ଅନୁଯାୟୀ, ସେକ୍ ସଫିରୁଦ୍ଦିନ ଦୀର୍ଘ ଦିନ ହେବ ଜଳେଶ୍ୱର ଅଞ୍ଚଳରେ ରହି ବେଆଇନ ଗୋରୁ ବେପାର ଏବଂ ଚାଲାଣର ଏକ ବଡ଼ ନେଟୱର୍କ ଚଲାଉଥିଲା । ଏହି ବେଆଇନ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା। ଏହି ସମସ୍ତ ଅଭିଯୋଗକୁ ଆଧାର କରି ପୁଲିସ ପ୍ରଶାସନ ତରଫରୁ ଏକ ବଡ଼ ରଣନୀତି ପ୍ରସ୍ତୁତ କରାଯାଇ ଆଜି ଏହି ଆକସ୍ମିକ ଚଢ଼ାଉ କରାଯାଇଛି ।
ଚଢ଼ାଉ ସମୟରେ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି । ମାଫିଆ ସଫିରୁଦ୍ଦିନ ଘରୁ, ବ୍ୟାଙ୍କ ପାସବୁକ୍, ଆର୍ଥିକ କାରବାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଅନ୍ୟାନ୍ୟ ସନ୍ଦେହଜନକ ଦଲିଲ୍ ଜବତ କରାଯାଇଛି । ଏହି ସମସ୍ତ ଦସ୍ତାବିଜ୍ରୁ ବେଆଇନ କାରବାରର ଅର୍ଥ ହେରଫେର ଏବଂ କଳା ସାମ୍ରାଜ୍ୟର ଅନେକ ରହସ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ପୁଲିସର ଏହି ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଗୋରୁ ମାଫିଆ ସେକ୍ ସଫିରୁଦ୍ଦିନ ଘରୁ ଫେରାର ହୋଇଯାଇଛି । ବର୍ତ୍ତମାନ ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏହି ହାଇପ୍ରୋଫାଇଲ୍ ରେଡ୍କୁ ସଫଳ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଚଢ଼ାଉ ସମୟରେ ଜଣେ ଆଡିସନାଲ ଏସପି, ଜଳେଶ୍ୱର SDPO, ଦୁଇ ଜଣ ଆଇଆଇସି ଥାନା ଅଧିକାରୀ ଏବଂ ଏକ ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇ ସମଗ୍ର ଅଞ୍ଚଳକୁ କର୍ଡନ କରି ରଖିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗୋରୁ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ପଢନ୍ତୁ ଏହି ଖବର: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକକୁ ଏନକାଉଣ୍ଟର,ପ୍ରଫୁଲ୍ଲ ନାଁରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୨୫ରୁ ଅଧିକ ମାମଲା
ଭଦ୍ରକ ପୋଲିସ. ମୋଟ 6 ଜଣ ଗୋ-ମାଫିଆଙ୍କ ଘରେ ରେଡ କରିଥିବା ବେଳେ 2 ଜଣଙ୍କୁ ଗୋ-ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ 14 ହଜାର 500 ଟଙ୍କା ଜବତ କରାଯାଇଛି। ଟାଉନ ଥାନା ଅଞ୍ଚଳରେ 3 ଜଣ ଗୋ-ମାଫିଆଙ୍କ ଘର ସମେତ ପୁରୁଣା ବଜାର ଥାନା ଅଞ୍ଚଳରେ 3 ଜଣ ଗୋ-ମାଫିଆଙ୍କ ଘରେ ରେଡ ହୋଇଛି। ନଙ୍ଗା ମହଲାର ଜାହିଦ ଖାନ, ମୁନା ଖାନ ଓ ଛୋଟୁ ଖାନ, ମୀର ସାହିର ରାଜେଶ ଅଲୀ, ବୁଧବାର ହାଟର ମତାର ଖାନଙ୍କ ସମେତ ମୋଟ 6 ଜଣଙ୍କ ଘରେ ରେଡ ହୋଇଥିବା ନେଇ ଭଦ୍ରକ ଏସପି ମନୋଜ କୁମାର ରାଉତ ସୂଚନା ଦେଇଛନ୍ତି
ମୟୂରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କ ବିରୋଧରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ଭୋର ସକାଳୁ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ କେଦ୍ରାଇ ଗ୍ରାମରେ ଚଢ଼ାଉ। ଏସ୍. କେ. ଟକରା ଏବଂ ଏସ କେ ତବରେଜ ଘରେ ଅତର୍କିତ ରେଡ୍ କରିଛି ପୋଲିସ । ଗୋ ଚାଲାଣ ସମ୍ପର୍କିତ ଅଭିଯୋଗକୁ ନେଇ ତଦନ୍ତ ଜୋରଦାର ହୋଇଛି। ପୋଲିସ ବିଭାଗର ମିଳିତ ଟିମ୍ ଚଢ଼ାଉରେ ସାମିଲ । ଚଢ଼ାଉ ବେଳେ ବିଭିନ୍ନ ଦସ୍ତାବେଜ ଯାଞ୍ଚ କରାଯାଇଥିବା ସୂଚନା।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ ଥିବା କଳମା ପଞ୍ଚାୟତ ଗବିନ୍ଦରାୟପୁର୍ ଏବଂ ଜଂଖିରି ଗ୍ରାମର ରେ ଗୋ ମାଫିଆ ଙ୍କ ଘରେ ଚଢ଼ାଉ ଚାଲିଛି। ତେବେ ଚାରୋଟି ଥାନା ବୈଶିଙ୍ଗା , ବେତନଟୀ, ବଡ଼ସାହି ଓ ମରଡା ପୋଲିସ୍ ମିଳିତ ଚଢ଼ାଉ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories