ଜମି ହଡପ ଅଭିଯୋଗରେ ଇଡି ପକ୍ଷରୁ ଚାଲିଛି ଚଢଉ

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗ ସନ୍ଦେଶଖଲି ହିଂସା ମାମଲାରେ ଟିଏମସି ବିଧାୟକ ଶେଖ ସାହାଜାହାନଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିବା ବେଳେ ଆଜି ଇଡି ପକ୍ଷରୁ ଚଢଉ ହେଉଛି । ଜମି ହଡପ ଅଭିଯୋଗରେ ଆଜି ସକାଳୁ ଇଡିର ଏକ ଟିମ୍ ଚଢଉ କରୁଛି । ଚଢଉବେଳେ ପାରାମିଲିଟାରୀ ଫୋର୍ସ ଉପସ୍ଥିତ ଥିଲେ । ଯୌନ ନିର୍ଯାତନା ଓ ଜମି ହଡପ ଅଭିଯୋଗରେ ଶେଖ ସାହାଜାହାନଙ୍କୁ ପଶ୍ଚିମବଂଗ ପୋଲିସ ଫେବୃଆରୀ ୨୯ରେ ଗିରଫ କରିଥିଲା । ଏହାପରେ କୋଲକତା ହାଇକୋର୍ଟଙ୍କ ନିର୍ଦେଶରେ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ସେପଟେ ବେଆଇନ ଜମି ଦଖଲ ସହ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ କିଛି ମହିଳା । ଏହାପରେ ଏହି ମାମଲା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା । ସନ୍ଦେଶଖାଲି ପ୍ରସଙ୍ଗରେ ଟିଏମସି ସରକାର ଘେରି ରହିଥିଲା । ପୋଲିସ ଉପରେ ଚାପ ବଢ଼ିବାରୁ ପୁଲିସ ଫେବୃଆରୀ ୨୯ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ୍ ଅଞ୍ଚଳରୁ ଶାହାଜାହାଁ ଶେଖ୍ ଙ୍କୁ ଗିରଫ କରିଥିଲା । ଗୁରୁବାର ସନ୍ଦେଶଖାଲିର ଲୋକଙ୍କ ଜମି ଜବରଦଖଲ ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।