କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇଲେ

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗ ସନ୍ଦେଶଖଲି ହିଂସା ମାମଲାରେ ଟିଏମସି ବିଧାୟକ ଶେଖ ସାହାଜାହାନଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଥିଲା । ଗତ କାଲି ଇଡି ପକ୍ଷରୁ ଚଢଉ ମଧ୍ୟ କରାଯାଇଥିଲା । ଜମି ହଡପ ଅଭିଯୋଗରେ ଗତ କାଲି ସକାଳୁ ଇଡିର ଏକ ଟିମ୍ ଚଢାଉ କରିଥିଲେ । ଯୌନ ନିର୍ଯାତନା ଓ ଜମି ହଡପ ଅଭିଯୋଗରେ ଶେଖ ସାହାଜାହାନଙ୍କୁ ପଶ୍ଚିମବଂଗ ପୋଲିସ ଗିରଫ କରିଥିଲା । ଇଡି ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରାଯାଉଥିବା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଶେଖ ଶାହଜାହାଁ ଏବେ ସିବିଆଇ ହାଜତରେ ଥିବା ବେଳେ କୋର୍ଟ ତାଙ୍କ ସିବିଆଇ କଷ୍ଟଡିକୁ ଆଉ ୮ ଦିନ ବଢ଼ାଇ ଦେଇଛନ୍ତି ।
ଏଥିସହ ଇଡି ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ୭ଅଭିଯୁକ୍ତଙ୍କୁ ବି ୫ ଦିନ ପାଇଁ ସିବିଆଇ କଷ୍ଟଡିକୁ ପଠାଇ ଦିଆଯାଇଛି । ଇଡି ଟିମ୍ ଗତକାଲି ସକାଳେ ଶେଖ ଶାହଜାହାଁଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା । କେନ୍ଦ୍ରୀୟ ସୁରକ୍ଷା ବଳ ଉପସ୍ଥିତିରେ ଇଡି ଟିମ୍ ଶାହଜାହାଁ ଙ୍କ ଇଟା ଭାଟି ସମେତ ଧମଖାଲିରେ ଥିବା ଆଡ୍ଡା ଉପରେ ଚଢ଼ାଉ କରିଥିଲା । ସେଠାରେ ଇଡି ଟିମ୍ ଶାହଜାହାଁ ଓ ତାଙ୍କ ନିକଟତମଙ୍କ ୩ ଲକଜୁରୀ କାର୍ ଜବତ କରିଛି ।
ଅଧକ ପଢନ୍ତୁ : ଜମି ହଡପ ଅଭିଯୋଗରେ ଇଡି ପକ୍ଷରୁ ଚାଲିଛି ଚଢଉ
📱 Get Argus News App
✨ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ହୋଇଥିବା ରାଶନ ଦୁର୍ନୀତି ମାମଲାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ମାମଲାରେ ଇଡି ପ୍ରଥମେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ବାନ୍ଧିଥିଲା । ଏହାପରେ ଟିଏମ୍ସି ନେତା ଶେଖ୍ ଶାହଜାହାଁ ଓ ବନଗାଁର ପୂର୍ବତନ ନଗରପାଳିକା ଶଙ୍କର ଆଦ୍ୟା ବି ସାମିଲ ଥିବା ଜଣାପଡ଼ିଥିଲା ।
