Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହରିୟାଣାରେ ଇଡିର ଚଢ଼ାଉ

National

ହରିୟାଣାରେ ଇଡିର ଚଢ଼ାଉ

Jitendra Dash
Browse all articles by Jitendra Dash
·2 years ago·1 min read
ହରିୟାଣାରେ ଇଡିର ଚଢ଼ାଉ

ଅର୍ଗସ ବ୍ୟୁରୋ : ହରିୟାଣାରେ ଇଡିର ଚଢ଼ାଉ । ଜଣେ କଂଗ୍ରେସ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରାୟ ୩୦୦ ଗୁଳି ମିଳିଥିଲା । 

ବେଆଇନ ଖଣି ଖନନ ମାମଲାରେ କଂଗ୍ରେସ ବିଧାୟକ ସୁରେନ୍ଦର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ ବିଧାୟକ ଦିଲବାଗ ସିଂ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି । ଗୁରୁବାର ଦିନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା । ପନୱାରଙ୍କ ମାଇନିଂ ବ୍ୟବସାୟ ମଧ୍ୟ ରହିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରାୟ ୧୫ରୁ ୨୦ ଅଧିକାରୀ ବିଧାୟକଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ଅଧିକାରୀମାନେ ବିଧାୟକଙ୍କ ପରିବାର ଏବଂ କର୍ମଚାରୀମାନଙ୍କ ମୋବାଇଲ ଜବତ କରିଥିଲେ । ଦିଲବାଗ ସିଂ ଯମୁନାନଗରର ପୂର୍ବତନ ଆଇଏନଏଲଡି ବିଧାୟକ ହୋଇଥିବାବେଳେ ପାନୱାର ସୋନିପଥରୁ କଂଗ୍ରେସ ବିଧାୟକ ଅଟନ୍ତି । ଗୁରୁବାର ଦିନ ଯମୁନାନଗର, ସୋନିପାଟ, ମୋହାଲି, ଫରିଦାବାଦ, ଚଣ୍ଡିଗଡ଼ ଏବଂ କର୍ଣ୍ଣଲର ୨୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

Raja Festival
Sponsored
ED raids residences of Haryana Congress MLA Surender Panwar, ex-INLD MLA Dilbagh Singh in illegal mining case | Argus News