ED Raid / କଫ୍ ସିରପ ଚୋରା ଚାଲାଣ ମାମଲାରେ ୩ଟି ରାଜ୍ୟରେ ED ରେଡ୍
·7 months ago·2 min read

Key Points
କଫ୍ ସିରପ ଚୋରା ଚାଲାଣ ମାମଲାରେ ୩ଟି ରାଜ୍ୟରେ ED ରେଡ୍ ।
ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ଗୁଜରାଟର ୨୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

କଫ୍ ସିରପ ଚୋରା ଚାଲାଣ ମାମଲାରେ ୩ଟି ରାଜ୍ୟରେ ED ରେଡ୍ । କୋଡିନ୍ କଫ ସିରପର ଅବୈଧ ଉତ୍ପାଦନ ଏବଂ ଚାଲାଣ ଉପରେ ପ୍ରାୟ ୩୦ଟି FIR ପରେ ECIR ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ସକାଳୁ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ଗୁଜରାଟର ୨୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
ସେପଟେ ଲକ୍ଷ୍ନୌ, ବାରାଣସୀ, ସୋନଭଦ୍ର, ସହାରନପୁର ଏବଂ ଗାଜିଆବାଦ ସମେତ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗତ ଦୁଇ ମାସରେ ୩୦ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ବେଆଇନ କଫ ସିରଫ କାରବାରରେ ଦୁର୍ନୀତି ପରିମାଣ ହଜାରେ କୋଟିରୁ ଅଧିକ ରହିଛି ।
ସୂଚନାନୁଯାୟୀ ପ୍ରଥମିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଶୁଭମ ଜୟସୱାଲ ଦେଶ ଛାଡି ଦୁବାଇ ପଳାଇଯାଇଛି । ତାଙ୍କ ବାପାଙ୍କୁ ୟୁପି ପୋଲିସ ପୂର୍ବରୁ ଗିରଫ କରିଥିଲା । ଆଲୋକ ସିଂହ, ଅମିତ ସିଂହ ଏବଂ ଅନ୍ୟ ସହଯୋଗୀଙ୍କ ସ୍ଥାନରେ ଚଢାଉ ଜାରି ରହିଛି । ରାକେଟର ଆର୍ଥିକ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ବିଷ୍ଣୁ ଅଗ୍ରୱାଲଙ୍କ ଘର ଉପରେ ମଧ୍ୟ ଇଡି ଚଢାଉ କରୁଛି ।
ଇଡି ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାରେ ପ୍ରାୟ ୧,୦୦୦ କୋଟି ଟଙ୍କାର ବେଆଇନ ଆୟ ସନ୍ଦେହ କରାଯାଉଛି, ଯାହାକୁ ବିଭିନ୍ନ ଆକାଉଣ୍ଟ ଏବଂ ସଂସ୍ଥା ମାଧ୍ୟମରେ କଳା ଧନରୁ ଧଳା କରାଯାଇଥିଲା । ୟୁପି ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୩୨ ଜଣଙ୍କୁ ଗିରଫ କରିଛି ଏବଂ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ଏକ ସ୍ୱତନ୍ତ୍ର ତଦନ୍ତ କରୁଛି ।
ଏଥିସହ ପଢ଼ନ୍ତୁ: ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ
ସେପଟେ କିନ୍ତୁ ରାସ୍ତା କଡ଼ରେ ପଡ଼ିଛି ପ୍ୟାକେଟ ପ୍ୟାକେଟ ଔଷଧ । ସରକାର ମାଗଣାରେ ବାଣ୍ଟୁଥିବା ଔଷଧକୁ ଫିଙ୍ଗି ଦିଆଯାଇଛି । ତାହା ବି ରୋଗୀଙ୍କୁ ନଦେଇ ଔଷଧ ଏକ୍ସପାରୀ ତାରିଖ ପୂର୍ବରୁ । ଏଭଳି କିଛି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାରେ । ଅବଧି ସରି ନଥିବା ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି ।
ସରକାର ମାଗଣାରେ ଯୋଗାଇ ଦେଉଥିବା ଆଇରନ୍ ଆଣ୍ଡ ଫଲିକ୍ ଏସିଡ୍ ସିରପର ଶହ ଶହ ବୋତଲ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଛି । ଫୋପାଡ଼ି ଦିଆଯାଇଥିବା ଔଷଧ ୨୦୨୫ ଏପ୍ରିଲ୍ରେ ପ୍ରସ୍ତୁତ ହୋଇଥିଲା । ଏହାର ଅବଧି ୨୦୨୬ ସେପ୍ଟେମ୍ବରରେ ସରୁଛି । ତେବେ ଏକ୍ସପାରୀ ପୂର୍ବରୁ ବିପୁଳ ସିରପ୍ ରାସ୍ତା କଡ଼ରେ କାହିଁକି ଫିଙ୍ଗି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories