|
logo
Live
Argus News App
GET APP

Argus News - ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ

Odisha

Free Medicines Dumped / ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ
Balasore Scandal: Free Medicines Found on Roadside

Key Points

ସରକାର ମାଗଣାରେ ବାଣ୍ଟୁଥିବା ଔଷଧକୁ ଫିଙ୍ଗି ଦିଆଯାଇଛି । ତାହା ବି ରୋଗୀଙ୍କୁ ନଦେଇ ଔଷଧ ଏକ୍ସପାରୀ ତାରିଖ ପୂର୍ବରୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାରେ ।
ବାଲେଶ୍ଵର: ରାସ୍ତା କଡ଼ରେ ପଡ଼ିଛି ପ୍ୟାକେଟ ପ୍ୟାକେଟ ଔଷଧ । ସରକାର ମାଗଣାରେ ବାଣ୍ଟୁଥିବା ଔଷଧକୁ ଫିଙ୍ଗି ଦିଆଯାଇଛି । ତାହା ବି ରୋଗୀଙ୍କୁ ନଦେଇ ଔଷଧ ଏକ୍ସପାରୀ ତାରିଖ ପୂର୍ବରୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ-ରସାଳପୁର ରାସ୍ତାରେ ।

ରେମୁଣା ବ୍ଲକ ଶ୍ରୀଜଙ୍ଗ–ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂର ତୁଣ୍ଡରା ରାସ୍ତା କଡ଼ରେ ଶହ ଶହ ଔଷଧ ପଡ଼ିଛି । ଅବଧି ସରି ନଥିବା ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ନିରବତା ଭାଙ୍ଗିଲେ ସ୍ମୃତି ମନ୍ଧାନା; କହିଲେ- 'କ୍ରିକେଟ୍‌ଠୁ ଅଧିକ କାହାକୁ ଭଲ ପାଏନି'

ସରକାର ମାଗଣାରେ ଯୋଗାଇ ଦେଉଥିବା ଆଇରନ୍ ଆଣ୍ଡ ଫଲିକ୍ ଏସିଡ୍ ସିରପର ଶହ ଶହ ବୋତଲ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଛି । ଫୋପାଡ଼ି ଦିଆଯାଇଥିବା ଔଷଧ ୨୦୨୫ ଏପ୍ରିଲ୍‌ରେ ପ୍ରସ୍ତୁତ ହୋଇଥିଲା । ଏହାର ଅବଧି ୨୦୨୬ ସେପ୍ଟେମ୍ବରରେ ସରୁଛି । ତେବେ ଏକ୍ସପାରୀ ପୂର୍ବରୁ ବିପୁଳ ସିରପ୍ ରାସ୍ତା କଡ଼ରେ କାହିଁକି ଫିଙ୍ଗି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଫିଙ୍ଗି ଦିଆଯାଇଥିବା ସିରପ୍‌ର ବ୍ୟାଚ ନମ୍ବର ସିଏଚ୍‌ଏସ୍-୫୦୦୬୫ । ଏହାର ଅବଧି ୨୦୨୬ ସେପ୍ଟେମ୍ବରରେ ସରୁଛି । ଏକ୍ସପାରୀର ୯ ମାସ ପୂର୍ବରୁ ଔଷଧକୁ ଫିଙ୍ଗି ଦିଆଯାଇଛି । ଜିଲ୍ଲାରେ ଶିଶୁ ମୃତ୍ୟୁହାର ଏବଂ ରକ୍ତ ହୀନତା ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ସିରପ୍ ନଦେଇ ଫୋପାଡ଼ି ଦିଆଯାଇଥିଲା ।

ଏଥିସହ ପଢ଼ନ୍ତୁ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା; ରାଉରକେଲା ଓ ଝାରସୁଗୁଡ଼ାରେ ୬ ଡିଗ୍ରୀକୁ ଖସିଲା ପାରଦ

ତେବେ ଏନେଇ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ରାସ୍ତା କଡ଼ରେ ଶହ ଶହ ଏକ୍ସପାରୀ ହୋଇନଥିବା ସିରପ୍ ଫିଙ୍ଗାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । କିଏ ଏବଂ କେଉଁ ପରିସ୍ଥିତିରେ ବିପୁଳ ସରକାରୀ ମାଗଣା ସିରପ୍ ଫିଙ୍ଗିଲା ତାର ତଦନ୍ତ କରିବାକୁ ଦାବି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Free Medicines Dumped: ରୋଗୀଙ୍କୁ ଦେଲେନି, ତାରିଖ ଥାଇ ରାସ୍ତା କଡ଼ରେ ଫିଙ୍ଗିଦେଲେ ମାଗଣା ଔଷଧ | Argus News