Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏତେ ପରିମାଣର ଟଙ୍କା ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ତାଜୁବ

Jitendra Dash
Browse all articles by Jitendra Dash
·2 years ago·1 min read
ଏତେ ପରିମାଣର ଟଙ୍କା ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ତାଜୁବ

ଅର୍ଗସ ବ୍ୟୁରୋ : ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ମିଳିଲା ମିଳିଲା ପୁଳା ପୁଳା ଟଙ୍କା । ଇଡି ଟିମର ଚଢଉ ବେଳେ ଘର ଭିତରେ ଇତସ୍ତତଃ ହୋଇ ପଡିଥିଲା ପ୍ରାୟ ୨୫ କୋଟି ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ତାଜୁବ । ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ପାଖରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ତନାଘନା କରୁଛି ଇଡି ।

ବୀରେନ୍ଦ୍ର ରାମ ମାମଲାରେ ଆଜି ଝାଡ଼ଖଣ୍ଡ ରାଞ୍ଚିର ଏକାଧିକ ସ୍ଥାନରେ ଇଡି ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ବାସଭବନରେ ସକାଳ ସମୟରେ ରେଡ କରିଥିଲା ଇଡି । ଏହି ସମୟରେ ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ରେଡ ଜାରି ରହିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାରେ 2023 ମସିହା ଫେବୃଆରୀରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବୀରେନ୍ଦ୍ର କେ ରାମଙ୍କୁ ଇଡି ଗିରଫ କରିଥିଲା । 2019ରେ, ତାଙ୍କର ଜଣେ ଅଧସ୍ତନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । ପରେ, ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଏକ ମାମଲା ଦାୟର କରିଥିଲା । 

Sponsored
ED recovers huge amount of cash from alleged aide of Jharkhand minister | Argus News