ED Action / ଅବସରପ୍ରାପ୍ତ DIGଙ୍କ ୫୩ କୋଟିର ସମ୍ପତ୍ତି ଜବତ କଲା ED
·1 hour ago·3 min read

Key Points
କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀ ନ ହୋଇ ପୂର୍ବତନ IPS ଖୋଲିଥିଲେ ଏକାଧିକ କମ୍ପାନୀ । ନାଁ ଥିଲା, ହେଲେ ଠିକଣା ନଥିଲା, କିନ୍ତୁ ହେଉଥିଲା କୋଟି କୋଟିର କାରବାର ।
ନୂଆଦିଲ୍ଲୀ: ଜାଲ୍ କମ୍ପାନୀ, ଅବୈଧ ରୋଜଗାର । କୋଲାକାତାରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲମ୍ବିଥିଲା କାରବାର । କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀ ନ ହୋଇ ପୂର୍ବତନ IPS ଖୋଲିଥିଲେ ଏକାଧିକ କମ୍ପାନୀ । ନାଁ ଥିଲା, ହେଲେ ଠିକଣା ନଥିଲା, କିନ୍ତୁ ହେଉଥିଲା କୋଟି କୋଟିର କାରବାର ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏଭଳି ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । IPS ଜଣଙ୍କ ହେଉଛନ୍ତି ଆସାମ ପୋଲିସର ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ଦତ୍ତା । ପୋଲିସ ଡିଆଇଜି ଭାବେ ପ୍ରଶାନ୍ତ ଦତ୍ତା ଅବସର ନେଇଛନ୍ତି ।
ଏବେ ଇଡି ରେଡ୍ ବେଳେ ପ୍ରଶାନ୍ତ ଦତ୍ତା ଏବଂ ତାଙ୍କ ପରିବାର ସହ ଜଡ଼ିତ ପ୍ରାୟ ୫୩ କୋଟି ୨୮ ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅସ୍ଥାୟୀ ଭାବେ ଜବତ କରି ନେଇଛି । ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏଥିସହ ପଢ଼ନ୍ତୁ: ମହରମ୍ରେ ଔଷଧ ନାଁରେ ବାଣ୍ଟୁଥିଲେ ଜହର; ଟାର୍ଗେଟ୍ରେ ଥିଲେ ୧୫ ହଜାର ଲୋକ
କେମିତି ଧରାପଡ଼ିଲେ ପୂର୍ବତନ DIG ?
ଆସାମ ପୋଲିସର ଭିଜିଲାନ୍ସ ଆଣ୍ଡ୍ ଏଣ୍ଟି-କରପସନ୍ ଶାଖାରେ ହୋଇଥିବା ଏତଲା ଆଧାରରେ ଇଡି ଯାଞ୍ଚ ଆରମ୍ଭ କରିଥିଲା । ଏତଲାରେ ପ୍ରଶାନ୍ତ କୁମାର ଦତ୍ତାଙ୍କ ଉପରେ ଅଭିଯୋଗ ଆସିଥିଲା ଯେ, ସେ ସରକାରୀ ଚାକିରି ସମୟରେ ତାଙ୍କ ଜାଣତରେ ଆୟଠୁ ଅଧିକ ସମ୍ପତ୍ତି କରିଛନ୍ତି ।
କଳା ଟଙ୍କା ଲୁଚାଇବାକୁ ଜାଲ୍ କମ୍ପାନୀ
ତଦନ୍ତକାରୀ ସଂସ୍ଥା ଅନୁସାରେ, ପ୍ରଶାନ୍ତ କୁମାର ଦତ୍ତା ୧୯୯୨ରୁ ୨୦୧୯ ମସିହା ମଧ୍ୟରେ ଚାକିରି ସମୟରେ କଥିତ ଭାବେ ଏଭଳି ସମ୍ପତ୍ତି କରିଛନ୍ତି । ଯାହାର ହିସାବ ତାଙ୍କର ଆୟ ସହ ମେଳ ଖାଉନାହିଁ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ଘୋଷିତ ଆୟ ପ୍ରାୟ ୭ କୋଟି ୨୩ ଲକ୍ଷ ।
ଯେତେବେଳେ କି ସେମାନଙ୍କ ଖର୍ଚ୍ଚ ୯ କୋଟି ୪ ଲକ୍ଷ ଦର୍ଶା ଯାଇଛି । ଏଥିସହ ପ୍ରାୟ ୭୭ କୋଟି ୨୧ ଲକ୍ଷର ଏଭଳି ସମ୍ପତ୍ତି ମିଳିଛି, ଯାହାର କିଛି ସ୍ପଷ୍ଟତା ନାହିଁ । ତଦନ୍ତରେ ମୋଟ ଆୟଠୁ ଅଧିକ ପ୍ରାୟ ୭୯.୦୧ କୋଟିର ସମ୍ପତ୍ତି ଥିବା ଅନୁମାନ କରାଯାଇଛି ।
ଇଡି ତଦନ୍ତ ବେଳେ ଜଣାପଡ଼ିଛି ଯେ, ବେଆଇନ୍ ଆୟକୁ ଲୁଚାଇବା ଲାଗି ତିନୋଟି କମ୍ପାନୀ ଖୋଲିଥିଲେ । ଆଉ ତଦନ୍ତ ବେଳେ ଅଫିସ୍ ଗୁ଼ଡ଼ିକ ପଞ୍ଜୀକୃତ ଠିକଣାରେ ମିଳି ନଥିଲା ।
ପରିବାର ସଦସ୍ୟଙ୍କ ଖାତାରେ ୧୪ କୋଟି ୭୪ ଲକ୍ଷରୁ ଅଧିକ ଟଙ୍କା ନଗଦ ଭାବେ ଜମା କରାଯାଇଛି । ଯାହାପରେ ଜାଲିଆତି କରି ନକଲି ଅଂଶଧନକାରୀ, କୋଲକାତାର କିଛି ସେଲ୍ କମ୍ପାନୀ ଓ ଭିନ୍ନ ଭିନ୍ନ ବ୍ୟାଙ୍କ୍ ଖାତା ଜରିଆରେ ଟଙ୍କା ଦେଣନେଣ କରି ହୋଟେଲ୍ ପ୍ରପଟି ଓ ମୁମ୍ବାଇରେ ଫ୍ଲାଟ୍ କିଣା ଯାଇଛି ।
ଏଥିସହ ପଢ଼ନ୍ତୁ: ମହିଳା ଡାକ୍ତର ଘରେ CCTV ଲଗାଇଥିଲେ, କିନ୍ତୁ ଦେଖୁଥିଲା ଅନ୍ୟ କେହି
ଇଡି ଅନୁସାରେ, କମ୍ପାନୀରେ ଦର୍ଶା ଯାଇଥିବା ଅଂଶଧନକାରୀଙ୍କ ମଧ୍ୟରେ ଏଭଳି ଲୋକ ଥିଲେ, ଯେଉଁମାନଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ସେମାନେ ଟଙ୍କା ନିବେଶ ପରିସ୍ଥିତିରେ ନାହାନ୍ତି ।
କଳା ଟଙ୍କାରେ ହୋଟେଲ୍
ତଦନ୍ତରୁ ଆହୁରି ଜଣାପଡ଼ିଛି, ପ୍ରଶାନ୍ତ ଦତ୍ତା ୨୦୧୯ରେ DIG ଭାବେ ଅବସର ହୋଇଥିଲେ । ତଥାପି ୨୦୨୨-୨୩ରେ ତାଙ୍କ ବିରୋଧରେ ଏତଲା ଓ ଇଡି ତଦନ୍ତ ଆରମ୍ଭ ପରେ ସେ ଇଶାନ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍ରୁ ପ୍ରାୟ ୩.୭୦ ଲକ୍ଷ ସେୟାର ନିଜ ନାଁକୁ ସ୍ଥାନାନ୍ତର କରି କମ୍ପାନୀର ବଡ଼ ଅଂଶଧନକାରୀ ହୋଇଥିଲେ । ଇଡି ଅନୁସାରେ, ଏହି କମ୍ପାନୀ ମାଲିକାନାରେ ୩ରୁ ୪ଟି ହୋଟେଲ୍ ରହିଛି । ଏବେ ଇଡି ଜବତ କରିଥିବା ସମ୍ପତି ମଧ୍ୟରେ ଗୁଆହାଟିର ଅନେକ ବଡ଼ ହୋଟେଲ୍ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories