Toxic Capsules / ମହରମ୍ରେ ଔଷଧ ନାଁରେ ବାଣ୍ଟୁଥିଲେ ଜହର; ଟାର୍ଗେଟ୍ରେ ଥିଲେ ୧୫ ହଜାର ଲୋକ
·2 hours ago·2 min read

Key Points
ମହରମ୍ରେ ବୁଣୁଥିଲେ ମୃତ୍ୟୁର ଜାଲ୍ । ଔଷଧ ନାଁରେ ଭିଡ଼ ଭିତରେ ବାଣ୍ଟୁଥିଲେ ଜହର । ଟାର୍ଗେଟ୍ରେ ଥିଲେ ୧୫ ହଜାର ଲୋକ ।
ମୁମ୍ବାଇ: ଭିଡ଼ ଭିତରେ ବାଣ୍ଟୁଥିଲେ କ୍ୟାପସୁଲ୍ । ଔଷଧ କହି ହାତକୁ ବଢ଼ାଇ ଦେଉଥିଲେ ଜହର । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମହରମ୍ରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ମାମଲାରେ ମୁମ୍ବାଇ ପୋଲିସ ଜଣେ BBA ଗ୍ରାଜୁଏଟ୍ଙ୍କୁ ଗିରଫ କରିଛି ।
ଯୁବକ ଜଣଙ୍କ ଯନ୍ତ୍ରଣା ନିବାରକ ବା ପ୍ଲେନ୍ କିଲର୍ କହି ଏହି କ୍ଷତିକାରକ କେମିକାଲ୍ ଜିଙ୍କ୍ ଫସ୍ଫାଇଡ୍କୁ କ୍ୟାପସୁଲ୍ରେ ଭର୍ତ୍ତି କରି ବିକ୍ରି କରୁଥିଲେ । ଜିଙ୍କ୍ ଫସ୍ଫାଇଡ୍କୁ ବିଶେଷ କରି ମୂଷା ମାରିବା ବିଷରେ ବ୍ୟବହାର କରାଯାଇଥାଏ ।
ଏଥିସହ ପଢ଼ନ୍ତୁ: ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର
ମୁମ୍ବାଇ ଭାୟଖଲା ପୋଲିସ ଥାନା ଅଞ୍ଚଳରେ ଯୁବକ ଜଣଙ୍କ ଔଷଧ କହି ବିଷ ବିକ୍ରି କରୁଥିଲେ । ପୋଲିସ ଯୁବକ ଜଣଙ୍କୁ ସନ୍ଦେହ କରି କାବୁ କରିଛି । ତାଙ୍କଠାରୁ କ୍ୟାପସୁଲ୍ ବିକ୍ରି ନେଇ କୌଣସି ଅନୁମତି କିମ୍ବା ଲାଇସେନ୍ସ ମିଳିନାହିଁ ।
ମହରମ୍ ଶୋଭାଯାତ୍ରାରେ ବିକ୍ରି କରୁଥିଲେ
ରେ ରୋଡ୍ ରହମତାବାଦ କବ୍ରିସ୍ତାନ ଦେଇ ମହରମ୍ ଶୋଭାଯାତ୍ରା ଯାଉଥିଲା । ସେହି ସମୟରେ ଯୁବକ ଣଙ୍କ ଲୋକଙ୍କୁ ଏହି କ୍ୟାପସୁଲ୍ ମାଗଣାରେ ବାଣ୍ଟିଥିଲେ । କହିଥିଲେ, ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । କିନ୍ତୁ ଲୋକଙ୍କୁ ସନ୍ଦେହ ହୋଇଥିଲା । କ୍ୟାପସୁଲ୍ ଖୋଲିବା ପରେ ପାଉଡର୍ ଦେଖି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚିବା ପୂର୍ବରୁ କିଛି ଲୋକ ଉକ୍ତ କ୍ୟାପସୁଲ୍ ଖାଇ ସାରିଥିଲେ । ଯାହା ପରେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ପୋଲିସ ସେଠାରୁ ବିପୁଳ କ୍ଯାପସୁଲ୍ ଜବତ କରିବା ସହ ସନ୍ଦିଗ୍ଧ ଯୁବକଙ୍କୁ ହେପାଜତକୁ ନେଇଛି । କ୍ୟାପସୁଲ୍ ଭିତରେ ଥିବା କେମିକାଲ୍ ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବ୍ ପଠାଯାଇଛି ।
ଟାର୍ଗେଟ୍ରେ ଥିଲା ମହିଳା
ଅଭିଯୁକ୍ତ ଯୁବକ ଜଣଙ୍କ ବଡ଼ ବଡ଼ ବ୍ୟାଗରେ କ୍ୟାପସୁଲ୍ ନେଇ ଆସିଥିଲେ । ଜଣେ ମହିଳାଙ୍କ ଅନୁସାରେ, ଯୁବକ ଜଣଙ୍କ ବିଶେଷ କରି ମହିଳାଙ୍କୁ କ୍ୟାପସୁଲ୍ ଦେଉଥିଲେ । ସୟଦ ନାମକ ବ୍ୟକ୍ତି ଉକ୍ତ କ୍ୟାପସୁଲ୍ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ପେଟ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା ।
ଏଥିସହ ପଢ଼ନ୍ତୁ: ମାଙ୍କଡ଼ଙ୍କୁ ଫଳ ଖୁଆଇବା ବେଳେ ଦୁର୍ଘଟଣା, ପାହାଡ଼ରୁ ଖସି ମହିଳାଙ୍କ ମୃତ୍ୟୁ
୫୦ କେଜି ଫସଫୋରସ୍ ପାଇଁ ଅର୍ଡର
ପୋଲିସ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାଁ ଫୟାଜ ପ୍ରେମଜୀ ବୋଲି ଜଣାପଡ଼ିଛି । ପୋଲିସ ଯୁବକଙ୍କୁ ଠାରୁ ୧୪, ୯୦୦ ଜିଙ୍କ୍ ଫସ୍ଫାଇଡ୍ ଭର୍ତ୍ତି କ୍ଯାପସୁଲ୍ ଜବତ କରିଛି । ଏହି କ୍ୟାପସୁଲ୍ ବିତରଣ ପାଇଁ ସେ ୩୦ ହଜାର ଖାଲି କ୍ୟାପସୁଲ୍ ଓ ୫୦ କେଜି ଫସଫୋରସ୍ ଅର୍ଡର ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories