ED Summons Shikhar Dhawan / ଶିଖର ଧାଓ୍ବନଙ୍କୁ ଇଡିର ନୋଟିସ୍, ଆଜି ହେବେ ହାଜର

Key Points
ଶିଖର ଧାଓ୍ବନଙ୍କ ବଢ଼ିଲା ଅଡ଼ୁଆ । ହାଜର ହେବାକୁ ଇଡି ପକ୍ଷରୁ ଜାରି ହେଲା ନୋଟିସ୍ । ପୂର୍ବରୁ ଏହି ମାମଲାରେ ହାଜର ହୋଇଥିଲେ ସୁରେଶ ରାଇନା ।
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧାୱନଙ୍କ ବଢ଼ିଲା ଅଡ଼ୁଆ । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଚରାଉଚରା ପାଇଁ ଶିଖର ଧାଓ୍ବନଙ୍କୁ ନୋଟିସ୍ କରିଛି । ଏହି ମାମଲା ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ । ଧାୱନ ED କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତରେ ସାହଯ୍ୟ କରିବେ । ସରକାରୀ ସୂତ୍ର ଅନୁଯାୟୀ ତଦନ୍ତକାରୀ ସଂସ୍ଥା 'ୱାନ୍ ଏକ୍ସ ବେଟ୍' ନାମକ ଏକ ଅବୈଧ ବେଟିଂ ଆପର ତଦନ୍ତର ଅଂଶ ଭାବରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ତାଙ୍କର ବୟାନ ରେକର୍ଡ କରିବ। ପୂର୍ବରୁ, କ୍ରିକେଟର ସୁରେଶ ରାଇନାଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଛି ।
୩୯ ବର୍ଷୀୟ ପୂର୍ବତନ ଭାରତୀୟ କ୍ରିକେଟର କିଛି ବିଜ୍ଞାପନ ମାଧ୍ୟମରେ ଆପ୍ ସହିତ ଜଡିତ ଥିବା ବିଶ୍ୱାସ କରାଯାଉଛି । ଜେରା ସମୟରେ ED ଆପ୍ ସହିତ ତାଙ୍କର ସମ୍ପର୍କ ବୁଝିବାକୁ ଚାହୁଁଛି। ଏଜେନ୍ସି ବେଆଇନ ବେଟିଂ ଆପ୍ ସହିତ ଜଡିତ ଅନେକ ମାମଲାର ତଦନ୍ତ କରୁଛି, ଯାହା ଅନେକ ଲୋକ ଏବଂ ନିବେଶକଙ୍କ କୋଟି କୋଟି ଟଙ୍କା ଠକେଇ କିମ୍ବା ବିପୁଳ ଟିକସ ଫାଙ୍କି ଦେଇଥିବା ଅଭିଯୋଗ ହୋଇଛି ।
📱 Get Argus News App
✨ସୂଚନା ଅନୁଯାୟୀ, ଇଡି ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ଆର୍ଥିକ କାରବାର ଏବଂ ସମ୍ଭାବ୍ୟ ନିବେଶର ତଦନ୍ତ କରୁଛି। 1xBet ସହିତ ସମ୍ପର୍କ ଯୋଗୁଁ ପୂର୍ବରୁ ରାଇନାଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଗତ ବର୍ଷ ଡିସେମ୍ବରରେ ସୁରେଶ ରାଇନଙ୍କୁ ଏହି ଅନଲାଇନ୍ ବେଟିଂ ଆପ୍ ତା'ର ବ୍ରାଣ୍ଡ ଆମ୍ବାସାଡର କରିଥିଲା ।
Related Topics
Explore more stories