Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଇଲଟଙ୍କ ଚାଲାକି, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲା ଏକନାଥ ସିନ୍ଦେଙ୍କ ହେଲିକପ୍ଟର

National

Eknath Shinde Chopper / ପାଇଲଟଙ୍କ ଚାଲାକି, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲା ଏକନାଥ ସିନ୍ଦେଙ୍କ ହେଲିକପ୍ଟର

Banajyotshna Ray
Browse all articles by Banajyotshna Ray
·23 hours ago·2 min read
ପାଇଲଟଙ୍କ ଚାଲାକି, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲା ଏକନାଥ ସିନ୍ଦେଙ୍କ ହେଲିକପ୍ଟର
Eknath Shinde Chopper

Key Points

ପାଇଲଟଙ୍କ ଚାଲାକି ଯୋଗୁ ଟଳିଲା ବିପଦ
ଏକନାଥ ସିନ୍ଦେଙ୍କ ହେଲିକପ୍ଟର
ଏମିତି ହୋଇଥାନ୍ତା ଦୁର୍ଘଟଣା
ଟଳିଲା ବଡ଼ ବିପଦ। ପାଇଲଟଙ୍କ ଚାଲାକି ଯୋଗୁ ଟଳିଲା ବିପଦ। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ରାସ୍ତା ହୁଡି ଯାଇଥିଲା। ଏକନାଥ ସିନ୍ଦେ ତାଙ୍କ ପାର୍ଟି ସଦସ୍ୟଙ୍କ ପରିବାରରେ ବିବାହୋତ୍ସବକୁ ଯୋଗ ଦେବାକୁ ହେଲିକପ୍ଟରରେ ମୁମ୍ବାଇରୁ ମୁରବାଦ ଯାଉଥିଲେ। ତେବେ ସମୟ ପୂର୍ବରୁ ପାଇଲଟ ଏହା ଜାଣିପାରି ଜୁହୁସ୍ଥିତ ପବନ ହଂସ ହେଲିପ୍ୟାଡରେ ହେଲିକପ୍ଟରକୁ ସୁରକ୍ଷିତ ଅବତରଣ କରାଇ ଦେଇଛନ୍ତି। ଏହି ଘଟଣାରେ କେହି ପ୍ରଭାବିତ ହୋଇ ନାହାନ୍ତି ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସମେତ ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଗୁରୁବାର ଠାଣେ ଗ୍ରାମୀଣ କ୍ଷେତ୍ରରେ ଘଟିଛି।



ହେଲିକପ୍ଟର ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନକୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଜାନୁୟାରୀ ୨୮ ତାରିଖ ଦିନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପୁଷ୍ଟି କରିଥିଲେ ଯେ ବିମାନରେ ଯାତ୍ରା କରୁଥିବା ଅଜିତ ପାୱାରଙ୍କ ସମେତ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଏଥିସହ ପଢ଼ନ୍ତୁ: ଡୋକାଡି଼ଆ ପରିବାର ମୃତ୍ୟୁ ମାମଲାରେ ନୂଆ ମୋଡ଼; ଘନେଇଲା ଷଡ଼ଯନ୍ତ୍ର ସନ୍ଦେହ

ଏହି ହେଲିକପ୍ଟରରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ତାଙ୍କ ବ୍ୟକ୍ତିଗତ ସହାୟକ ପ୍ରଭାକର କାଲେ, ବାଲ ସିଂହ ରାଜପୁତ, ଲୋକସମ୍ପର୍କ ବିଭାଗ ଅଧିକାରୀ, ସୁରକ୍ଷା ଗାର୍ଡ ଓ ଏୟାରଲାଇନ୍ ପ୍ରତିନିଧି ଥିଲେ। ଏକନାଥ ସିନ୍ଦେଙ୍କୁ ନେଇ ହେଲିକପ୍ଟର ଅପରାହ୍ନ ୩ଟା ୩୦ ମିନିଟ୍ ରେ ମହାଲକ୍ଷ୍ମୀ ରେସକୋର୍ସ ହେଲିପ୍ୟାଡରୁ ଉଡାଣ କରିଥିଲେ। ହେଲିକପ୍ଟର ଏରୋଲି ନିକଟରେ ପହଞ୍ଚିବା ବେଳକୁ ସାମ୍ନାରୁ ଆସୁଥିବା ଝଡ଼କୁ ଦେଖି ପାଇଲଟ ସିନ୍ଦେଙ୍କୁ ଜଣାଇଥିଲେ। ଏଣୁ ଆଉ ଆଗକୁ ନ ଯାଇ ଫେରିଯିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ପାଇଲଟ ତୁରନ୍ତ ହେଲିକପ୍ଟରକୁ ବୁଲାଇ ଥିଲେ ଓ ଜୁହୁ ନିକଟସ୍ଥ ପବନ ହଂସ ହେଲିପ୍ୟାଡରେ ସଫଳତା ପୂର୍ବକ ଅବତରଣ କରିଯାଇଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Eknath Shinde Chopper | Maharashtra Deputy CM Eknath Shinde’s chopper goes off course amid dust storm | Argus News | Argus News