Mumbai Watermelon Death Case / ଡୋକାଡି଼ଆ ପରିବାର ମୃତ୍ୟୁ ମାମଲାରେ ନୂଆ ମୋଡ଼; ଘନେଇଲା ଷଡ଼ଯନ୍ତ୍ର ସନ୍ଦେହ
·1 hour ago·3 min read

Key Points
ମୁମ୍ବାଇରେ ତରଭୁଜ ଖାଇ ଡୋକାଡି଼ଆ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ହୋଇଥିବା ଫରେନସିକ୍ ତଦନ୍ତରୁ ଜଣାପଡିଛି ଯେ ସେମାନଙ୍କର ମୃତ୍ୟୁ ଫୁଡ ପଏଜନିଂ ଯୋଗୁଁ ନୁହେଁ ବରଂ ଘାତକ ମୂଷା ବିଷ "ଜିଙ୍କ ଫସଫାଇଡ୍" କାରଣରୁ ହୋଇଛି।
Mumbai Dokadia Family Death Case: ମାୟାନଗରୀ ମୁମ୍ବାଇରେ ହୋଇଥିବା ବହୁଚର୍ଚ୍ଚିତ ଡୋକଡି଼ଆ ପରିବାର ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ପ୍ରଥମେ ବିରିୟାନି ଏବଂ ପରେ ତରଭୁଜ ଖାଇ ଡୋକଡି଼ଆ ପରିବାରର ୪ ଜଣ ସଦସ୍ୟଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ହୋଇଥିବା ଫୋରେନସିକ୍ ତଦନ୍ତରୁ ଜଣାପଡ଼ିଛି ଯେ ଡୋକାଡି଼ଆ ପରିବାରର ମୃତ୍ୟୁ ଖାଦ୍ୟରେ ବିଷକ୍ରିୟା ହେବା ଯୋଗୁଁ ନୁହେଁ, ବରଂ ମାରାତ୍ମକ ମୂଷା ବିଷ "ଜିଙ୍କ ଫସଫାଇଡ୍" କାରଣରୁ ହୋଇଥିଲା। ଏ ଘଟଣାର ଫୋରେନସିକ୍ ରିପୋର୍ଟ ସାମ୍ନାକୁ ଆସିବା ଏବେ ଏହି ମାମଲାରେ ଷଡ଼ଯନ୍ତ୍ର ସନ୍ଦେହ ଘନେଇବାରେ ଲାଗିଛି।
ସ୍ୱାମୀ-ସ୍ତ୍ରୀ ସହ ଦୁଇ ଝିଅଙ୍କ ହୋଇଥିଲା ମୃତ୍ୟୁ
ଗତ ୨୬ ଅପ୍ରେଲ ରାତିରେ ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଡୋକାଡି଼ଆ ପରିବାରର ୪ ଜଣ ସଦସ୍ୟଙ୍କ ତରଭୁଜ ଖାଇବା ପରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪୪ ବର୍ଷୀୟ ଅବଦୁଲ୍ଲା ଡୋକାଡିଆ, ତାଙ୍କ ସ୍ତ୍ରୀ ନସରିନ (୩୫) ଏବଂ ଦୁଇ ଝିଅ ଆୟେଶା (୧୬) ଏବଂ ଜୈନବ (୧୩) ରହିଛନ୍ତି। ମୃତ୍ୟୁ ହେବାର କିଛି ଘଣ୍ଟା ପୂର୍ବରୁ ଡୋକାଡି଼ଆ ପରିବାର ତରଭୁଜ ଖାଇଥିଲେ। ସେବେ ଠାରୁ ସନ୍ଦେହ ଘେରରେ ତରଭୁଜ ରହିଥିଲା।
ତରଭୁଜରୁ ମିଳିଲା ବିଷ
ଫରେନସିକ୍ ପରୀକ୍ଷାରୁ ସମସ୍ତ ମୃତକଙ୍କ ଶରୀରରୁ "ଜିଙ୍କ ଫସଫାଇଡ" ମିଳିଛି। "ଜିଙ୍କ ଫସଫାଇଡ" ମୂଷା ବିଷ ଭାବରେ ଜଣାଯାଏ। ଯାହାକୁ ମୂଷା ମାରିବା ପାଇଁ ବ୍ୟବହାର କରାଯାଏ। ପରିବାର ଖାଇଥିବା ତରଭୁଜର ନମୁନାରୁ ମଧ୍ୟ ଏହି ବିଷାକ୍ତ ରାସାୟନିକ ପଦାର୍ଥର ଉପସ୍ଥିତି ନିଶ୍ଚିତ ହୋଇଛି। ଏହା ପରେ ତରଭୁଜ ଖାଇବାରୁ ଫୁଡ ପଏଜନିଂ ହୋଇଥିବା ଘଟଣା ଏବେ ପଛକୁ ଚାଲିଯାଇଛି।
ଏହା ସହ ପଢନ୍ତୁୁ: ଯାଞ୍ଚ ପରେ ନିର୍ଦ୍ଦୋଷ ବାହାରିଲା ତରଭୁଜ; ହେଲେ ମୃତ୍ୟୁ ଖବର ପରେ ବଜାରରେ ଖସିଲା ଦାମ
ତରଭୁଜରେ କିପରି ମିଶିଲା ବିଷ ଔଷଧ?
ତଦନ୍ତକାରୀ ସଂସ୍ଥା ଏବେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ମୂଷା ବିଷ ତରଭୁଜରେ କିପରି ପ୍ରବେଶ କରିଥିଲା? ଏହା କୌଣସି ମାନବୀୟ ଅବହେଳା ଯୋଗୁଁ ହୋଇଥିଲା ନାଁ ଡୋକଡ଼ିଆ ପରିବାରକୁ ହତ୍ୟା କରିବା ଉଦ୍ଦେଶ୍ୟରେ କେହି ଜାଣିଶୁଣି ତରଭୁଜରେ ମୂଷା ବିଷା ମିଶାଇ ଦେଇଥିଲେ? ଏବେ ଏହି ମାମାଲାରେ ଫୋରେନ୍ସିକ ରିପୋର୍ଟ୍ ସାମ୍ନାକୁ ଆସିବା ପରେ ଏହି ମାମଲାରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପୋଲିସ ଏବେ ଏହି ମାମଲା ସହ ଜଡ଼ିତ ସମସ୍ତ ରହସ୍ୟର ପର୍ଦ୍ଦାଫାଶ କରିବା ପାଇଁ ପ୍ରୟାସ କରୁଛି।
ସଂକ୍ରମଣ ଯୋଗୁଁ ମୃତ୍ୟୁ ସମ୍ଭାବନାକୁ ମଧ୍ୟ ଖାରଜ ହୋଇସାରିଛି
ପୂର୍ବରୁ ମୁମ୍ବାଇ ପୋଲିସ ମୃତକଙ୍କ ପେଟ, ରକ୍ତ ଏବଂ ତରଭୁଜରୁ ନିଆଯାଇଥିବା ନମୁନାରେ କୌଣସି ସଂକ୍ରମଣ କିମ୍ବା ସୂକ୍ଷ୍ମ ଜୀବାଣୁ ଉପସ୍ଥିତି ରହିଥିବକୁ ଖାରଜ କରି ଦେଇଥିଲା। ଯାହାର ଅର୍ଥ ହେଉଛି ମୃତ୍ୟୁ ପଛରେ ସଂକ୍ରମଣ ଜନିତ ସମ୍ଭାବନାକୁ ମଧ୍ୟ ଖାରଜ କରି ଦିଆଯାଇଥିଲା।
ଜିଙ୍କ ଫସଫାଇଡ କେତେ ବିପଦପୂର୍ଣ୍ଣ?
ଜିଙ୍କ ଫସଫାଇଡ୍ ସାଧାରଣତଃ ମୂଷା ମାରିବା ପାଇଁ ବ୍ୟବହୃତ ହେଉଥିବା ବିଷରେ ବ୍ୟବହାର କରାଯାଏ। ଏହି ରାସାୟନିକ ପଦାର୍ଥ ଗାଢ଼ ବାଦାମୀ କିମ୍ବା କଳା ରଙ୍ଗର ହୋଇଥାଏ। ଏହାର ରସୁଣ ପରି ଗନ୍ଧ ରହିଥାଏ। ଯାହା ମୂଷାଙ୍କୁ ଆକର୍ଷିତ କରେ। ଯଦି ଜଣେ ମଣିଷ ଏହାକୁ ଭୁଲବଶତଃ ଖାଇଦିଏ, ତାହେଲେ ଏହା ଘାତକ ହୋଇପାରେ।
ଏହା ସହ ପଢନ୍ତୁ: ହାଇଦ୍ରାବାଦରେ ୨୦୦ କେଜି ଆମ୍ବ ଜବତ; ବ୍ୟବସାୟୀ ଗିରଫ
କିପରି କାମ କରିଥାଏ ଜିଙ୍କ ଫସଫାଇଡ?
ଯେତେବେଳେ କୌଣସି ପ୍ରାଣୀ ମୂଷା ହେଉ କିମ୍ବା ମଣିଷ, ଜିଙ୍କ ଫସଫାଇଡ୍ ଖାଇଦିଏ, ସେତେବେଳେ ଏହା ପେଟ ଏସିଡ୍ ସହିତ ମିଶି ଫସଫାଇନ୍ ଗ୍ୟାସ୍ ତିଆରି କରେ। ଏହି ଗ୍ୟାସ୍ ଅତ୍ୟନ୍ତ ବିଷାକ୍ତ ହୋଇଥାଏ। ଏହାକୁ ଖାଇବା ପରେ ଏହି ରାସାୟନିକ ପଦାର୍ଥ କାରଣରୁ ବାନ୍ତି, ପେଟ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହା ତୁରନ୍ତ ଫୁସଫୁସ, ଯକୃତ ଏବଂ ହୃଦୟକୁ ଗୁରୁତର କ୍ଷତି ପହଞ୍ଚାଏ। ଯାହା ଘାତକ ସାବ୍ୟସ୍ତ ହୋଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories