Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

El Nino 2026 Alert / ଆଗକୁ ଆସୁଛି 'ଏଲ୍ ନିନୋ'; ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମିଳିଲା ନିର୍ଦ୍ଦେଶ

Subhramjit Ray
Browse all articles by Subhramjit Ray
·1 month ago·2 min read
ଆଗକୁ ଆସୁଛି 'ଏଲ୍ ନିନୋ'; ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମିଳିଲା ନିର୍ଦ୍ଦେଶ
El Nino 2026 Alert

Key Points

ସମ୍ଭାବିତ "ଏଲ୍ ନିନୋ" ବିପଦ ଏବଂ କମ୍ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି, କେନ୍ଦ୍ର କୃଷିମନ୍ତ୍ରୀ ଦେଶର ସମ୍ବେଦନଶୀଳ ଜିଲ୍ଲାରେ ପୂର୍ବରୁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Emergency Plan for El Nino 2026: ଚଳିତ ବର୍ଷ ମୌସୁମୀ ସମୟରେ "ଏଲ ନିନୋ" ଆସୁଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏପରିକି ଏଲ୍ ନିନୋ ଆଗମନ ସମ୍ପର୍କରେ ବିଶ୍ୱର ଅନେକ ପାଣିପାଗ ସଂସ୍ଥା ମଧ୍ୟ ପୂର୍ବାନୁମାନ କରି ସାରିଛନ୍ତି। ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ (UNO FAO) ସତର୍କ କରାଇ ଦେଇଛି ଯେ "ଏଲ୍ ନିନୋ" ଭାରତର ମୌସୁମୀ ଋତୁକୁ ଦୁର୍ବଳ କରିପାରେ। ଯାହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ଖରିଫ ଋତୁରେ ଧାନ ଏବଂ ମକା ସମେତ ଅନ୍ୟ ଫସଲ ଉପରେ ପଡ଼ିବ। ଏହି ବିପଦକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଙ୍ଗଳବାର (ଜୁନ ୧୬) କମ ବର୍ଷା ହେଉଥିବା ଜିଲ୍ଲାରେ ଆଗୁଆ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କପା ଏବଂ ଡାଲି ଚାଷର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି।

ଅଧିକାରୀଙ୍କୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ
କୃଷି ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ କୃଷି ସମୀକ୍ଷା ବୈଠକରେ ୨୦୨୬ ଖରିଫ ଋତୁ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଅଧିକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଦେଶର ଯେଉଁ ଜିଲ୍ଲାରେ "ଏଲ୍ ନିନୋ" ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ସେଠାରେ ଆଗୁଆ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୃଷି ମନ୍ତ୍ରୀ କହିଛନ୍ତି, "ଏଲ୍ ନିନୋ" ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଜିଲ୍ଲାକୁ ଚିହ୍ନଟ କରାଯାଇ, ରାଜ୍ୟ ସରକାରଙ୍କ ସହଯୋଗରେ ଫସଲଭିତ୍ତିକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରାଯିବ। ଯାହା ଦ୍ଵାରା ପାଗ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଚାଷୀଙ୍କୁ ତୁରନ୍ତ ବିକଳ୍ପ, ପରାମର୍ଶ ଏବଂ ସହାୟତା ଯୋଗାଇ ଦିଆଯାଇ ପାରିବ।"

କୃଷି ମନ୍ତ୍ରୀ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ କହିଛନ୍ତି, "ବୈଜ୍ଞାନିକ ପଦ୍ଧତି, ଉପଯୁକ୍ତ କିସମର ଚୟନ, ଅନ୍ତଃଫସଲ, ମଲ୍ଚିଂ ଏବଂ ଆର୍ଦ୍ରତା ସଂରକ୍ଷଣ ଭଳି ପଦକ୍ଷେପକୁ ଉଲ୍ଲେଖନୀୟ ଭାବରେ ପ୍ରୋତ୍ସାହିତ କରିବା ଦ୍ୱାରା କପା ଉତ୍ପାଦନ ଏବଂ ଚାଷୀଙ୍କ ଆୟ ଉଭୟ ବୃଦ୍ଧି ପାଇବ।"

"ଏଲ୍ ନିନୋ" ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ସରକାର

"ଏଲ ନିନୋ" ଯୋଗୁଁ ସରକାର ପୂର୍ବରୁ ଏକ ଦୁର୍ବଳ ମୌସୁମୀ ଋତୁର ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଜଳଭଣ୍ଡାରରେ ଉଚ୍ଚ ଜଳସ୍ତର, ଆବଶ୍ୟକ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରଖିବା ଏବଂ ଅର୍ଥନୀତିରେ ସଂରଚନାତ୍ମକ ସଂସ୍କାର ସହିତ, ଭାରତ ଚଳିତ ବର୍ଷ ଏକ ସମ୍ଭାବ୍ୟ ଦୁର୍ବଳ ମୌସୁମୀ ଏବଂ "ଏଲ୍ ନିନୋ" ଭଳି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଜାରି ରଖିଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମେ ମାସରେ ଜଳଭଣ୍ଡାରର ଜଳସ୍ତର ଏହାର ମୋଟ କ୍ଷମତାର ୩୦.୪ ପ୍ରତିଶତ ରହିଥିଲା। ଯାହା ଗତ ୨୦୧୫-୧୬ ଏବଂ ୨୦୨୩-୨୪ ବର୍ଷରେ ଆସିଥିବା ପୂର୍ବ "ଏଲ୍ ନିନୋ" ବର୍ଷରେ ରେକର୍ଡ ହୋଇଥିବା ହାରାହାରି ୨୫.୧ ପ୍ରତିଶତ ସ୍ତର ଅପେକ୍ଷା ଅଧିକ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
El Nino Threat: Agri Minister Orders Emergency Plans for Low Rainfall Districts | Argus News