West Bengal Politics / ମମତାଙ୍କ ଚେତାବନୀ ! SIR ଲଗାଇଲେ ଅଶାନ୍ତି ବଢ଼ିବ, ଦଙ୍ଗା ବଢ଼ିବ...

Key Points
ମମତା ବାନାର୍ଜୀ ଅଧିକାରୀମାନଙ୍କୁ ଯେଉଁଭଳି ଧମକ ଦେଇଛନ୍ତି, ତାର ତୁରନ୍ତ ସମାଧାନ କରାଯିବା ଉଚିତ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଶନିବାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ ଅଗ୍ରୱାଲଙ୍କୁ ଭେଟି ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନ ଅଧିକାରୀଙ୍କୁ ଧମକ ଦେବାର ଅଭିଯୋଗ ଆଣିଛି।
ନିର୍ବାଚନ କମିଶନଙ୍କୁ ଲେଖାଯାଇଥିବା ଚିଠିରେ ବିଜେପି ସଂଘାତିକ ଅଭିଯୋଗ କରିଛି । ସେ ଲେଖିଛି, ଯେତେବେଳେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚନ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଖୋଲାଖୋଲି ଧମକ ଦିଅନ୍ତି । ସେତେବେଳେ ଏହା ସମଗ୍ର ପ୍ରଶାସନିକ ବ୍ୟବସ୍ଥାରେ ଭୟର ବାତାବରଣ ସୃଷ୍ଟି କରେ। ଏହା କେବଳ ରାଜନୈତିକ ଭାଷଣବାଜି ନୁହେଁ, ବରଂ ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ଦୁର୍ବଳ କରିବାର ଏକ ପ୍ରୟାସ।
ମମତା ବାନାର୍ଜୀ ଅଧିକାରୀମାନଙ୍କୁ ଯେଉଁଭଳି ଧମକ ଦେଇଛନ୍ତି, ତାର ତୁରନ୍ତ ସମାଧାନ କରାଯିବା ଉଚିତ। ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯିବା ଉଚିତ। ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ ଅଧିକାରୀଙ୍କ ସୁରକ୍ଷା ଏବଂ ସ୍ୱାଧୀନତା ସୁନିଶ୍ଚିତ କରାଯିବା ଉଚିତ।
ଏହାସହ ପଢ଼ନ୍ତୁ:- ତାଲିବାନୀ ମନ୍ତ୍ରୀଙ୍କ ପ୍ରେସ୍ମିଟ୍, ମହିଳା ସାମ୍ବାଦିକଙ୍କୁ ମିଳିଲାନି ଅନୁମତି
ବିଜେପି ଚିଠିରେ କହିଛି ଯେ ହିଂସା ଏବଂ ଭୟର ବାତାବରଣରେ ମଧ୍ୟରେ ବଙ୍ଗଳାର ଲୋକମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ ରଖିଛନ୍ତି। ଏହି ବିଶ୍ୱାସକୁ ବଜାୟ ରଖିବା ଏବେ ନିର୍ବାଚନ କମିଶନଙ୍କ କର୍ତ୍ତବ୍ୟ। ଆମେ ନିଶ୍ଚିତ ଯେ ବଙ୍ଗଳାରେ ନିର୍ବାଚନର ପବିତ୍ରତାକୁ ରକ୍ଷା କରିବା ପାଇଁ ନିର୍ବାଚନ କମିଶନ ନିର୍ଣ୍ଣାୟକ ପଦକ୍ଷେପ ନେବେ।
ବଙ୍ଗଳାରେ SIR ପାଇଁ ପ୍ରସ୍ତୁତି
ଶୁଭେନ୍ଦୁ ଅଧିକାରୀ ୧୦ ଜଣ ବିଜେପି ବିଧାୟକଙ୍କ ସହିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ବିବାଦ ଏମତି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ନିର୍ବାଚନ କମିଶନ ବଙ୍ଗଳାରେ SIR ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି।
📱 Get Argus News App
✨ଏହାସହ ପଢ଼ନ୍ତୁ:- ଆଇନ୍ ଜାଲରେ ମୁକେଶ ଅମ୍ବାନୀଙ୍କ ଭାଇ, ଗିରଫ ହେଲେ CFO !
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ
ମାତ୍ର ଗୋଟିଏ ଦିନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ SIR ପ୍ରକ୍ରିୟା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ ଚେତାବନୀ ଦେଇଥିଲେ ଯେ ଯଦି SIR ବଳପୂର୍ବକ କାର୍ଯ୍ୟକାରୀ କରାଯାଏ, ତେବେ ଏହା ରାଜ୍ୟରେ ଅଶାନ୍ତି ଏବଂ ଦଙ୍ଗା ସୃଷ୍ଟି କରିପାରେ।
Related Topics
Explore more stories